ପିଲାକୁ ଜନ୍ମ ଦେବା ପର୍ଯ୍ୟନ୍ତ ମହିଳା ଜାଣି ପାରି ନଥିଲେ ସେ ଗର୍ଭବତୀ ବୋଲି

Advertisment
ପିଲାକୁ ଜନ୍ମ ଦେବା ପର୍ଯ୍ୟନ୍ତ ମହିଳା ଜାଣି ପାରି ନଥିଲେ ସେ ଗର୍ଭବତୀ ବୋଲି

www.aajtak.in

ନୂଆଦିଲ୍ଳୀ: ଏପରି କିଛି ମାମଲା ପୂର୍ବରୁ ବି ସାମ୍ନାକୁ ଆସିଛି ଯେ ମହିଳା ଗର୍ଭବତୀ ହେବାର ଅନେକ ଦିନ ପରେ ଜଣାପଡ଼ିଥାଏ। ମାତ୍ର ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରାଇଦେବ। ଟେକ୍ସାସରେ ରହୁଥିବା ଜଣେ ୩୩ ବର୍ଷୀୟା ମହିଳା ନିଜର ଷଷ୍ଠ ପିଲାକୁ ଜନ୍ମ ଦେଇଛନ୍ତି। ମାତ୍ର ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ପିଲା ଜନ୍ମ ପର୍ଯ୍ୟନ୍ତ ମହିଳା ଜଣକ ଜାଣିନଥିଲେ ଯେ ସେ ଗର୍ଭବତୀ ବୋଲି। ସେ ତାଙ୍କ ପିଲାକୁ ପାଇଖାନାରେ ଜନ୍ମ ଦେଇଛନ୍ତି।

‌ଏପରି ଏକ ପ୍ରସବ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଏଡ୍ରିଏମ୍‌ ନାମ୍ନୀ ଏହି ମହିଳା ଜଣକ ଗର୍ଭବତୀ ଅଛନ୍ତି ବୋଲି ନା ନିଜେ ଜାଣିପାରିଥିଲେ ନା ତା‌ଙ୍କ ସ୍ବାମୀ ଜାଣିପାରିଥିଲେ। ତାଙ୍କ ଭିତରେ କୌଣସି ପ୍ରକାରର ଗର୍ଭକାଳୀନ ଲକ୍ଷଣ ନଥିଲା। ତାଙ୍କର ବେବି ବମ୍ଫ୍ ବି ଦେଖା ଯାଇ ନଥିଲା।

ପିଲା ଜନ୍ମ କରିବା ପୂର୍ବରୁ ଏଡ୍ରିଏମ୍‌ଙ୍କ ପେଟରେ ସାମାନ୍ୟ ଯନ୍ତ୍ରଣା ହୋଇଥିଲା। ସେ ପେଟ କାଟୁଥିବାରୁ ପାଇଖାନାକୁ ଯାଇଥିଲେ। ସେଠାରେ ତାଙ୍କର ପ୍ରସବ ହୋଇଥିଲା। ଏହି ଘଟଣା ୨୦୨୧ ମସିହା ସେପ୍ଟେମ୍ବର ମାସର। ସେ ଜାଣିପାରିନଥିଲେ ଯେ ତାଙ୍କ ପେଟରେ ହେଉଥିବା ଯନ୍ତ୍ରଣା ସାଧାରଣ ଯନ୍ତ୍ରଣା ‌ନୁହେଁ ଗର୍ଭ ଯନ୍ତ୍ରଣା ଥିଲା ବୋଲି।

ଏ ସଂପର୍କରେ ଏଡ୍ରିଏମ୍‌ କହନ୍ତି ସେ ଓ ତାଙ୍କ ସ୍ବାମୀ ଏହି ସର୍‌ପ୍ରାଇଜ୍‌ ଡେଲିଭରିକୁ ନେଇ ବେଶ୍‌ ଚକିତ ହୋଇ ଯାଇଛନ୍ତି। ଏହା ଏକ ଅନନ୍ଦମୟ ଅନୁଭୂତି ମଧ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe