ବାର୍ବି ଡଲ୍ ବନିବାର ଇଚ୍ଛା ମହଙ୍ଗା ପଡ଼ିଲା, ୪ଗୁଣ ବଢ଼ିଗଲା ଓଠର ଆକାର

ବାର୍ବି ଡଲ୍ ବନିବାର ଇଚ୍ଛା ମହଙ୍ଗା ପଡ଼ିଲା, ୪ଗୁଣ ବଢ଼ିଗଲା ଓଠର ଆକାର

aajtak.intoday.in

ନୂଆଦିଲ୍ଲୀ: ବାର୍ବି ଡଲ୍ ବନିବାର ଇଚ୍ଛା ଜଣେ ମହିଳାଙ୍କୁ ଭାରୀ ପଡ଼ିଛି। ଓଠ ଛୋଟ ଥିବାରୁ ସେ ବିଭିନ୍ନ ରସାୟନ ବ୍ୟବହାର କରି ନିଜ ଓଠକୁ ବଡ଼ କରିବାକୁ ଲାଗିଥିଲେ । ଏବେ ତାଙ୍କର ଓଠର ଆକାର ଚାରିଗୁଣା ବଢ଼ି ଯାଇଥିବା ଦେଖାଯାଇଛି। ବୁଲଗେରିଆରେ ରହୁଥିବା ଏଣ୍ଡ୍ରିୟା ଇବାନୋମା ନିଜ ଓଠରେ ଏ ନେଇ ୧୭ଟି ଏସିଡ୍ ଲିପ୍ ଇଞ୍ଜେକ୍ସନ ଦେଇଥି‌ଲେ। ଏବେ ତାଙ୍କର ଓଠର ଆକାର ପୂର୍ବ ଅପେକ୍ଷା ୪ଗୁଣ ବଢ଼ି ଯାଇଥିଲେ ମଧ୍ୟ ସେ ନିଜ ଓଠକୁ ଆହୁରି ବଡ଼ କରିବାକୁ ଚାହୁଥିବା ଜଣାପଡ଼ିଛି।

बार्बी डॉल बनने के चक्कर में बर्बाद कर डाला चेहरा पर खत्म नहीं हुई सनक aajtak.intoday.in

ତେବେ ନିଜକୁ ବାର୍ବି ଡଲ୍ ଭାବେ ଦେଖିବା ସହ ଦୁନିଆର ସବୁଠାରୁ ବଡ଼ ଓଠ ଥିବା ଯୁବତୀ ଭାବରେ ରେକର୍ଡ କରିବାକୁ ଚାହୁଥିବାରୁ ସେ ଏଭଳି କରିବା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଏଣ୍ଡ୍ରିୟା ସେପ୍ଟେମ୍ବର ମାସରେ ନିଜ ଓଠରେ ୧୫ଟି ଏସିଡ୍ ଲିପ୍ ଇଞ୍ଜେକ୍ସନ ଦେଇଥିଲେ। ଏହା ପରେ ସେ ୨ଟି ଏସିଡ୍ ଲିପ୍ ଇଞ୍ଜେକ୍ସନ ନେବା ପରେ ତାଙ୍କ ଓଠର ଆକାର ୪ଗୁଣ ବଢ଼ି ଯାଇଥିଲା। ଏବେ ଆଗକୁ ସେ ଆହୁରି କଠିନ ପ୍ରକ୍ରିୟା ଦେଇ ଯିବେ ବୋଲି ଜଣାପଡ଼ିଛି।  ତାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ କେହି ମଧ୍ୟ ତାଙ୍କର ଏଭଳି ପରିବର୍ତ୍ତନକୁ ପସନ୍ଦ କରୁ ନାହାନ୍ତି। ହେଲେ ଏଣ୍ଡ୍ରିୟା ନିଜ ବଡ଼ ଓଠକୁ ନେଇ ସନ୍ତୁଷ୍ଟ ଥିବା ବେଳେ ଏହାକୁ ଆହୁରି ବଡ଼ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe