ଦେଖନ୍ତୁ ଚାକିରି ପାଇବା ଖୁସିରେ କାର୍ଯ୍ୟାଳୟ ବାହାରେ କିପରି ମନଖୋଲି ନାଚୁଛନ୍ତି ଯୁବତୀ

ଦେଖନ୍ତୁ ଚାକିରି ପାଇବା ଖୁସିରେ କାର୍ଯ୍ୟାଳୟ ବାହାରେ କିପରି ମନଖୋଲି ନାଚୁଛନ୍ତି ଯୁବତୀ

News Bust

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଚାକିରି ପାଇବା ପରେ ଜଣେ ଯୁବତୀଙ୍କୁ ଖୁସିରେ କାର୍ଯ୍ୟାଳୟ ବାହାରେ ନାଚୁଥିବା ଦେଖିବାକୁ ମିଳିଛି। ଏହି ଘଟଣା କାର୍ଯ୍ୟାଳୟ ବାହାରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି। ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ବହୁତ ପସନ୍ଦ କରିଛନ୍ତି।

ଏହି ଭିଡିଓ ଇନଷ୍ଟାଗ୍ରାମ ବ୍ୟବହାରକାରୀ @dakara_spence ଦ୍ୱାରା ସେୟାର କରାଯାଇଛି | ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ' ମୁଁ ଏହି ଯୁବତୀଙ୍କୁ ଚାକିରି ପାଇଁ ଫାଇନାଲ କରିଥିଲି | ଦେଖନ୍ତୁ ସେ ଚାକିରି ପାଇବା ଶୁଣିବା ପରେ କିପରି କାର୍ଯ୍ୟାଳୟ ବାହାରେ ଯାଇ ଖୁସିରେ ନୃତ୍ୟ କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ଯୁବତୀ ଜଣକ କାର୍ଯ୍ୟାଳୟରୁ ବାହାରକୁ ଆସୁଛନ୍ତି। କିଛି ସମୟ ପାର୍କିଂରେ ଛିଡ଼ା ହେବାପରେ ସେ ଚାରିପାଖକୁ ଚାହୁଁଛନ୍ତି। ସେଠାରେ କେହି ନଥିବା ଦେଖି ଯୁବତୀ ଜଣକ ମନ ଖୋଲି ସେଠାରେ ନାଚିବା ଆରମ୍ଭ କରି ଦେଉଛନ୍ତି। କିଛି ସମୟ ପରେ ସେ ସେଠାରୁ ଚାଲି ଯାଉଛନ୍ତି।


ଏହି ଭିଡିଓକୁ ସେପ୍ଟେମ୍ବର ୩୦ରେ ସେୟାର କରାଯାଇଥିଲା। ଯାହାକୁ ଏପର୍ଯ୍ୟନ୍ତ ୫ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଦେଖି ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।  ଜଣେ  ଲେଖିଛନ୍ତି, ‘ଯୁବତୀଙ୍କ ଉତ୍ସାହ ଦେଖି ଖୁସି ଲାଗିଲା | ତାଙ୍କୁ ଦେଖି ମୁଁ ମଧ୍ୟ ନାଚିବା ଭଳି ଅନୁଭବ କଲି। ତାଙ୍କୁ ଅନେକ ଅନେକ ଅଭିନନ୍ଦନ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe