ନୂଆଦିଲ୍ଲୀ: ଜଣେ ମହିଳା ସପିଂ ମଲରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ସପିଂ ମଲର ବଡ଼ ପରଦାରେ ତାଙ୍କର କିଛି ବ୍ୟକ୍ତିଗତ ଫଟୋକୁ ଦେଖିବାକୁ ପାଇଥିଲେ। ଏହାଦେଖି ତାଙ୍କୁ ଅତ୍ୟନ୍ତ ଲଜ୍ଜ୍ୟାାକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।
ଏହି ଘଟଣାକୁ ନେଇ ୨୯ବର୍ଷୀୟ ଜୁଲେସ ରାଙ୍ଗିହେଉଏଆ କହିଛନ୍ତି, ‘ମୁଁ କେମାର୍ଟ ବ୍ରାଡୱେ ସପିଂ ମଲକୁ ଯାଇଥିଲି। ସେଠାରେ ଫଟୋ କିୟୋସ୍କ ଜରିଆରେ ଫଟୋ ପ୍ରିଣ୍ଟ କରାଉଥିଲି। ଏହି ସମୟରେ ଯେମିତି ମୁଁ ଫୋନ ଫଟୋ ପ୍ରିଣ୍ଟ କରିବା ପାଇଁ କିୟାସ୍କରେ ସଂଯୋଗ କରିଥିଲି ସଫିଂ ମଲର ବଡ଼ ସ୍କ୍ରିନରେ ମୋର ବ୍ୟକ୍ତିଗତ ରୋମାଣ୍ଟିକ ଫଟୋ ଦେଖିବାକୁ ମିଳିଥିଲା। ଏଦୃଶ୍ୟ ଦେଖି ମୁଁ ସ୍ତବ୍ଧ ହୋଇଯାଇଥିଲି। ଯେମିତି ଲାଗିଲା କି ମୋ ଶରୀର ଭିତରୁ ଆତ୍ମାଛାଡ଼ି ଚାଲି ଯାଉଛି। ଏସବୁ ଘଟଣା ମୋ ପାଇଁ ଅତ୍ୟନ୍ତ ଚିକିତ କରିଲା ଭଳି ରହିଥିଲା।’
ଜୁଲେସ ଏହି ଘଟଣାକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ଜୁଲେସଙ୍କ କଥା ଶୁଣିବା ପରେ ଲୋକେ ତାଙ୍କୁ ଆଶ୍ବସନା ଦେଇ କହିଛନ୍ତି, ‘ବ୍ୟସ୍ତ ହେବାର ନାହିଁ, ଆମ ସହିତ ବି ଏମିତି ଘଟଣା ଘଟିଛି। ଆଗାମୀ ଦିନରେ ଆପଣ ଯେତେବେଳେ ବି ଫଟୋ ଟ୍ରାନ୍ସଫର କରିବେ ବ୍ଲୁଟୁଥ ସେୟାରିଂ ଜରିଆରେ ଟ୍ରାନ୍ସଫର କରିବା ଅଧିକ ସୁରକ୍ଷିତ ରହିବ। କେବେ ହେଲେ କୌଣସି ସ୍ଥାନରେ ମୋବାଇଲକୁ ସିଧାସଳଖ ୟୁଏସବି ସହିତ ସଂଯୋଗ କରନ୍ତୁ ନାହିଁ।’
Follow Us