ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଜଣେ ଶିକ୍ଷୟିତ୍ରୀଙ୍କର ପୁରୁଣା ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ଭିିଡିଓରେ ଶିକ୍ଷୟିତ୍ରୀ ଜଣକ ତାଙ୍କ ଛାତ୍ରଛାତ୍ରୀଙ୍କୁ ଆଲିଙ୍ଗନ କରି ଶ୍ରେଣୀ ଗୃହ ଭିତରକୁ ଛାଡୁଥିବାର ଦେଖିବାକୁ ମିଳିଛି। ଶିକ୍ଷୟିତ୍ରୀଙ୍କର ଛାତ୍ରଛାତ୍ରୀଙ୍କୁ ଏପରି ନିଆରା ଶୈଳୀରେ ସ୍ବାଗତମ ଶୈଳୀ ଅନେକ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓକୁ ଦେଖି ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଶିକ୍ଷୟିତ୍ରୀଙ୍କର ଏହି ଅନ୍ଦାଜକୁ ଗ୍ରହଣ କରିଛନ୍ତି।
ପ୍ରଥମେ ଏହି ଭିଡିଓଟିକୁ ଏଲ୍ବିନ୍ ଫୁ ନାମକ ବ୍ୟବହାରକାରୀ ପୋଷ୍ଟ୍ କରିବା ପରେ ପରେ ଅନେକ ବ୍ୟବହାରକାରୀ ତାହାକୁ ସେୟାର କରି ସାରିଛନ୍ତି। ଆମେରିକୀୟ ଅଭିନେତା ଜେମ୍ସ ଉଡ୍ସ ବି ଏହି ଭିଡିଓଟିକୁ ସେୟାର୍ କରି ଶିକ୍ଷୟିତ୍ରୀଙ୍କ ପ୍ରଶଂସା କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ ଶ୍ରେଣୀ ଗୃହ ଭିତରକୁ ପ୍ରବେଶ କରିବାକୁ ପିଲାମାନେ ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି। ଭିତରକୁ ଯିବା ପୂର୍ବରୁ ଜଣେ ପରେ ଜଣେ ଛାତ୍ର ଶିକ୍ଷୟିତ୍ରୀଙ୍କୁ ନିଆରା ଢଙ୍ଗରେ ଅଭିବାଦନ ଜଣାଉଛନ୍ତି ଓ ଶିକ୍ଷୟିତ୍ରୀ ବି ସେମାନଙ୍କୁ ସହଯୋଗ କରୁଛନ୍ତି।
ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ ଏହା ଅତ୍ୟନ୍ତ ସୁନ୍ଦର ଭିଡିଓ’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏପରି ଶିକ୍ଷୟିତ୍ରୀ ସମାଜ ପାଇଁ ଉଦାହରଣ’।
Follow Us