Khabar NDTV
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଜଣେ ମହିଳା ପରିବା ବିକାଳିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେଲା ପରେ ଉକ୍ତ ମହିଳା ପରିବା ବିକାଳିଙ୍କ ଇଂରାଜୀ କହିବା ଶୈଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଇନ୍ଦୋରରେ ପ୍ରଶାସନ ପରିବା ବିକ୍ରି କରୁଥିବା ବିକାଳିଙ୍କୁ ଗୋଟିଏ ସ୍ଥାନରେ ଭିଡ ନକରି ଅନ୍ୟ ଅନ୍ୟ ସ୍ଥାନରେ ଠେଲା ଲଗାଇବାକୁ ନୋଟିସ୍ ଜାରି କରିଥିଲେ। ଭିଡ ହେଉଥିବା ହେତୁ ନଗରପାଳିକା ଅଧିକାରୀ ଜଣେ ମହିଳା ପରିବା ବିକାଳିଙ୍କୁ ତାଙ୍କ ଠେଲା ସେଠାରୁ ହଟାଇ ଅନ୍ୟ ସ୍ଥାନରେ ଲଗାଇବାକୁ କହିଥିଲେ। ଏତିକି ବେଳେ ଉକ୍ତ ମହିଳା ପରିବା ବିକାଳି ନଗରପାଳିକା ଅଧିକାରୀଙ୍କୁ ନିଜର ଅସୁବିଧା ଜଣାଇଥିଲେ। ।
ତେବେ ନିଜ ଅସୁବିଧାକୁ ନଗରପାଳିକା ଅଧିକାରୀଙ୍କୁ ପରିବା ବିକାଳୀ ସ୍ପଷ୍ଟ ଇଂରାଜୀରେ କହୁଥିବା ଶୁଣି ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀ ଓ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଇଂରାଜୀରେ କଥା ହେଉଥିବା ଉକ୍ତ ମହିଳା ପରିବା ବିକାଳିଙ୍କ ନାମ ହେଉଛି ରାଇସା ଅଂସାରୀ। ସେ ଇନ୍ଦୋରର ଦେବୀ ଅହିଲ୍ୟା ୟୁନିଭର୍ସିଟିରୁ ମେଟେରିଆଲ ସାଇନ୍ସରେ ଡକ୍ଟରେଟ ହାସଲ କରିଥିବା କହିଛନ୍ତି।
/sambad/media/post_attachments/wp-content/uploads/2020/07/Untitled-1-copy-24-300x133.jpg)
ତେବେ ପରିବାର ଚଳାଇବା ଲାଗି ରାସ୍ତା ଉପରେ ପରିବା ଓ ଫଳ ଠେଲା ଲଗାଇବା ପାଇଁ ସେ ବାଧ୍ୟ ହୋଇଛନ୍ତି। କରୋନା ଭାଇରସ ମହାମାରୀ ଯୋଗୁ ଲକଡାଉନ ପରେ ଅନ୍ଲକ୍ ଜାରି ରହିଛି। ଏଥିରେ ଲୋକଙ୍କୁ ପନିପରିବା ଓ ଫଳ ବିକି ପରିବାର ଚଳ।ଇବା ଲାଗି ସେ ସଂଘର୍ଷ କରୁଥିବା ବେଳେ ମ୍ୟୁନସିପାଲ୍ଟି କର୍ମଚାରୀମାନେ ତାଙ୍କୁ ହିନସ୍ତା କରୁଛନ୍ତି। ଦୋକାନରେ ଭିଡ଼ ନଥିଲେ ମଧ୍ୟ ନଗରପାଳିକା କର୍ମଚାରୀମାନେ ତାଙ୍କ ଠେଲାକୁ ଏଠାରେ ସେଠାରେ ଲଗାଇବାକୁ କହି ହଟହଟା କରୁଥିବାରୁ ସେ ବିରକ୍ତ ହୋଇ ଇଂରାଜୀରେ ଅଧିକାରୀଙ୍କ ସହ ରୋକଠୋକ କଥା ହୋଇଥିଲେ।
କେବଳ ଏତିକି ନୁହେଁ ଇଂରାଜୀରେ କଥା ହେଉଥିବା ଶୁଣି ଅଧିକାରୀ ରାଇସା ଅଂସାରୀଙ୍କୁ ଚାକିରି କି ଅନ୍ୟ କିଛି ନ କରି କାହିଁକି ପରିବା ବିକ୍ରି କରୁଛ ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି, ଘରୋଇ ଚାକିରିକୁ ସେ ଚାକିରି ଭାବେ ଗ୍ରହଣ କରନ୍ତି ନାହିଁ। ଏତଦ୍ ବ୍ୟତୀତ ଚାକିରି ଦେବ କିଏ ବୋଲି ରଇସା ଓଲଟି ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି।
Follow Us