ଏକା ବସି ଜନ୍ମଦିନ କେକକାଟୁଥିବା ମହିଳାଙ୍କ ସହିତ ଘଟିଲା ଏମିତି ଘଟଣା…

Advertisment
ଏକା ବସି ଜନ୍ମଦିନ କେକକାଟୁଥିବା ମହିଳାଙ୍କ ସହିତ ଘଟିଲା ଏମିତି ଘଟଣା…

ନୂଆଦିଲ୍ଲୀ: ଏକା ରହିବା କାହାକୁ ବି ପସନ୍ଦ ଆସି ନଥାଏ। କେହି ବି ଏକା ରହିବାକୁ ଚାହିଁ ନଥାଆନ୍ତି। ପରିସ୍ଥିତି ଯେମିତି ବି ଆସୁ, ପ୍ରତ୍ୟେକଲୋକ ନିଜ ପରିବାର ସହିତ ରହିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ କିଛି ସମସ୍ୟା ହେତୁ ଲୋକେ ନିଜ ପରିବାର ସହିତ ରହି ପାରନ୍ତି ନାହିଁ। ଏହି କ୍ରମରେ ଯଦି ଜନ୍ମଦିନ କଥା କହିବା, ତେବେ ଏହି ଦିନ ପରିବାରର ସମସ୍ତଲୋକ ଉପସ୍ଥିତ ରହିଥାଆନ୍ତି।

‌ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମହିଳା ଏକ ରେସ୍ତୋରାଁ ଚୌକି ଉପରେ ଏକା ବସିଛନ୍ତି। ଆଉ ତାଙ୍କ ସମ୍ମୁଖରେ ଏକ କେକ ରଖି ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ତାଙ୍କ ସହିତ ଯାହା ଘଟିଲା ସେ ଭାବବିହ୍ବଳ ହୋଇପଡ଼ିଥିଲେ।

ମହିଳା ଜଣକ ଏକା ବସି କେକ କାଟୁଥିବା ଦେଖି ରେସ୍ତୋରାଁରେ ଉପସ୍ଥିତ ଥିବା ସମସ୍ତ ଲୋକ ଉଠି ଆସିଥିଲେ। ଆଉ ତାଳି ମାରି ମହିଳାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଦୃଶ୍ୟ ଦେଖି ମହିଳା ଜଣକ କାନ୍ଦି ପକାଇଥିଲେ। ଆଉ ଏଭଳି ଖୁସି ଦେଇଥିବାରୁ ସମସ୍ତଙ୍କୁ  ସେ ଧନ୍ୟବାଦ ଜଣାଇଥିଲେ।
ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକରୀ ପସନ୍ଦ କରିବା ସହିତ ବହୁ ମାତ୍ରାରେ ସେୟାର ବି କରୁଛନ୍ତି। ଜଣେ ଲେଖିଛନ୍ତି, ବାସ୍ତବରେ ଏହା ଏକ ହୃଦୟସ୍ପର୍ଶୀ ଭିଡିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe