ଛୁଆକୁ ଧରି ଆତ୍ମହତ୍ୟା କରିବାକୁ ଯାଉଥିବା ସମୟରେ ଦେବଦୂତ ସାଜିଲେ ବସ ଚାଳକ

ଛୁଆକୁ ଧରି ଆତ୍ମହତ୍ୟା କରିବାକୁ ଯାଉଥିବା ସମୟରେ ଦେବଦୂତ ସାଜିଲେ ବସ ଚାଳକ

ନୂଆଦିଲ୍ଲୀ: ଅନେକଲୋକ ସେମାନଙ୍କ ଜୀବନରେ ଆସୁଥିବା ସମସ୍ୟାର ସାମ୍ନା କରୁଥିବା ବେଳେ ଆଉ କିଛିଲୋକ ହାର ମାନି ଯାଇ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେଇ ଥାଆନ୍ତି। ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ନିଜ ପିଲାକୁ ଧରି ପୋଲରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ସମୟରେ ସୌଭାଗ୍ୟବଶତଃ ମା’ ଛୁଆଙ୍କ ପାଖରେ ଜଣେ ବସ ଚାଳକ ଦେବଦୂତ ସାଜି ପହଞ୍ଚି ଯାଇଥିଲେ। ଆଉ ଦୁହିଁଙ୍କ ଜୀବନ ବଞ୍ଚିଯାଇଥିଲା।

ଏହି ଭିଡିଓ ଟ୍ୱିଟରରେ @ TheFigen ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ଏହା ସହିତ କ୍ୟାପସନ୍ ଲେଖାଯାଇଛି - ହିରୋ ଡ୍ରାଇଭର। ଏହି ଭିଡିଓ ସେୟାର ହେବା ପରଠାରୁ ଲୋକେ ବାରମ୍ବାର ଦେଖିବା ସହିତ ଉକ୍ତ ବସ ଚାଳକଙ୍କୁ ଖୁବ ପ୍ରଶଂସା ବି କରୁଛନ୍ତି।

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ମହିଳା ନିଜ ପିଲାଙ୍କ ସହ ରାସ୍ତାରେ ଯାଉଛନ୍ତି ଏବଂ ପୋଲ ନିକଟରେ ପହଞ୍ଚିବା ପରେ  ପିଲାକୁ ଧରି ଡେଇଁବାକୁ ଚେଷ୍ଟା କରୁଛନ୍ତି। ଏତିକି ବେଳେ ବସ ଚାଳକ ମହିଳାଙ୍କ ମତିଗତି ଜାଣି ପାରି ତୁରନ୍ତ ବସରୁ ଓହ୍ଲାଇ ମହିଳା ଓ ତାଙ୍କ ପିଲାକୁ କାବୁ କରି ନେଇଥିଲେ। ତେବେ ମହିଳା ଜଣକ, ମୁଁ ବଞ୍ଚିବାକୁ ଚାହେଁ ନାହିଁ, ମୋତେ ବଞ୍ଚାଅ ନାହିଁ ବୋଲି କହି ଚିତ୍କାର କରି କହୁଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe