ନାତିକୁ ପଢ଼ାଇବାକୁ ବସିବା ପରେ ବହି ଭିତରୁ ବାହାରିଲା କିଛି ଏଭଳି ଜିନିଷ, ରାତାରାତି କୋଟିପତି ପାଲଟି ଗଲେ ବୃଦ୍ଧା

ନାତିକୁ ପଢ଼ାଇବାକୁ ବସିବା ପରେ ବହି ଭିତରୁ ବାହାରିଲା କିଛି ଏଭଳି ଜିନିଷ, ରାତାରାତି କୋଟିପତି ପାଲଟି ଗଲେ ବୃଦ୍ଧା

oneindia.com

ନୂଆଦିଲ୍ଲୀ : କାହା ଭାଗ୍ୟରେ କେତେ ବେଳେ କ’ଣ ପରିବର୍ତ୍ତନ ଆସେ, ତାହା କହିବା ଅସମ୍ଭବ । ପୂର୍ବରୁ ରାତାରାତି କୋଟିପତି ହେବା ଘଟଣା ଆମେ ଆପଣଙ୍କୁ ଜଣାଇଥିବା ବେଳେ କାନାଡାରେ ଘଟିଥିବା ଘଟଣା ସେ ସବୁ ଘଟଣାଠାରୁ ଟିକେ ଭିନ୍ନ । ନିଜ ନାତିକୁ ପଢ଼ାଇବା ପାଇଁ ବସିବା ପରେ ନାତିର ବହିରୁ ଯାହା ବାହାରିଥିଲା, ତାହା ବୃଦ୍ଧାଙ୍କୁ କୋଟିପତି ବନାଇ ଦେଇଥିଲେ । ଏହି ଘଟଣା ପରେ ସେ ବୃଦ୍ଧାଜଣଙ୍କ ଭଗବାନଙ୍କୁ ଧନ୍ୟବାଦ୍‌ ଦେବା ଆରମ୍ଭ କରିଛନ୍ତି ।

publive-image oneindia.com

ସୂଚନା ମୁତାବକ, କାନାଡାରେ ରହୁଥିବା ନିକୋଲ ପେଡ୍‌ନାଲ୍‌ଟ ନିଜ ନାତିକୁ ପଢ଼ାଇବାକୁ ବସିବା ପରେ ବହି ଭିତରେ ଥିବା ପୁରୁଣା ଲଟେରୀ ଟିକେଟ୍‌ ଦେଖିଥିଲେ । ଯାହାକୁ ସେ ଅପ୍ରେଲ ୫, ୨୦୧୮ରେ କିଣିଥିଲେ । କିନ୍ତୁ କିଣିବା ପରେ ବୃଦ୍ଧା ଲଟେରୀ ଟିକେଟ୍‌କୁ କେଉଁଠି ରଖି ଆଉ ପାଇ ନଥିଲେ । ବର୍ଷେ ବିତିବା ପରେ ନିଜ ନାତିର ବହିରେ ଲଟେରୀ ଟିକେଟ୍‌ ଦେଖି ଖୁସି ହେବା ସହ ଏହାକୁ କିଣିଥିବା ସ୍ଥାନକୁ ଯାଇ ଏହାକୁ ଦେଖାଇବା ପରେ ତାଙ୍କର ୧୦କୋଟି ଟଙ୍କାର ଲଟେରୀ ଉଠିଥିଲା । ବର୍ଷେ ପରେ ମଧ୍ୟ ଲଟେରୀର ସମୟସୀମା ଥିବାରୁ ନିକୋଲ ଏହାର ସୁବିଧା ନେଇ ପାରିଲେ । ୧୦କୋଟି ଟଙ୍କା ପାଇବା ପରେ ଏବେ ସେ ନିଜ ଭାଗ୍ୟକୁ ନେଇ ଖୁସିଥିବା ସହ ଭଗବାନଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe