www.indiatoday.in
ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନ୍ ଭିତରେ ଜଣେ ମହିଳା ତାଙ୍କ କୁନି ଶିଶୁକୁ କୋଳରେ ଧରି ଚଟାଣରେ ବସିଥିବା ବେଳର ଏକ ଭିଡିଓ ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି ଆଇଏଏସ୍ ଅଶ୍ବିନୀ ସରଣ। ସେ ଭିଡିଓଟିକୁ ପୋଷ୍ଟ୍ କରି ଲେଖିଛନ୍ତି, ‘ଯଦି ଆପଣଙ୍କ ବ୍ୟବହାରରେ ତାହା ଦିଶିଲା ନାହିଁ, ଆପଣଙ୍କ ଡିଗ୍ରି ଏକ କାଗଜ ଖଣ୍ଡ ମାତ୍ର।
ଭିଡିଓରେ ଦେଖିବାକୁ ମିଳିଛି ଯେ ସମସ୍ତ ଯାତ୍ରୀ ମହା ଆରମରେ ଟ୍ରେନ୍ରେ ସିଟ୍ରେ ବସିଥିବା ବେଳେ କୁନି ପିଲାଟିକୁ କୋଳରେ ଧରି ଟ୍ରେନ୍ର ଚଟାଣରେ ବସିଛନ୍ତି ମହିଳା ଜଣକ। ଭିଡିଓଟି ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏଥିରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କେହି କେହି ଆଇଏସ୍ଙ୍କ ଏହି ଟ୍ବିଟ୍ରେ ମହିଳାଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଯେ ଅନ୍ୟ କେହି ଭିନ୍ନ ମନ୍ତବ୍ୟ ଦେଇଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ‘ଭିଡିଓଟି ଖୁବ୍ ପୁରୁଣା। ଉକ୍ତ ମହିଳାଙ୍କୁ ଅନେକ ଲୋକ ନିଜ ସିଟ୍ ଯାଚିଥିଲେ ବି ସେ ଗ୍ରହଣ କରିନଥିଲେ। କାରଣ ତାଙ୍କୁ ଛୁଆକୁ ଧରି ଚଟାଣ ବସିବା ବେଶି ଉପଯୁକ୍ତ ମନେ ହୋଇଥିଲା।’ ସେହିପରି ଅନ୍ୟ ଜଣେ ବୟସ୍କ ଲୋକ ଏଥିରେ କମେଣ୍ଟ୍ ଦେଇ ଲେଖିଛନ୍ତି, ‘ମୁଁ ଯେତେବେଳେ ବସ୍ କିମ୍ବା ଟ୍ରେନ୍କୁ ଚଢ଼େ ଅନେକ ଯୁବକ ଓ ଯୁବତୀ ସିଟ୍ ଯାଚନ୍ତି ନାହିଁ। ଏ ସଂସ୍କାର ଲୋକଙ୍କ ଭିତରେ ନଦିଶିବା ଏକ ସାଧାରଣ କଥା।’
Follow Us