ସ୍ବାମୀ ଦେଖିଥିବା ଏହି ସ୍ବପ୍ନ ପାଇଁ ପତ୍ନୀ ହେଲେ ୪୩୭କୋଟି ଟଙ୍କାର ମାଲିକାଣୀ!

Advertisment
ସ୍ବାମୀ ଦେଖିଥିବା ଏହି ସ୍ବପ୍ନ ପାଇଁ ପତ୍ନୀ ହେଲେ ୪୩୭କୋଟି ଟଙ୍କାର ମାଲିକାଣୀ!

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଜଣେ ମହିଳାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା। ଏହାର କିଛିଦିନ ପରେ ସେ ୪୩୭କୋଟି ଟଙ୍କାର ମାଲିକାଣୀ ହୋଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କାହାଣୀ ଭଳି ଲାଗୁଥିଲେ ବି ବାସ୍ତବରେ ଏପରି ଘଟିଛି।

କନ୍ନଡର ଟୋରଣ୍ଟୋରେ ରହୁଥିବା ଜଣେ ମହିଳା ଏକ ଲଟ୍ରିରେ ୬୦ମିଲିୟନ ଡଲାର ରାଶି ଜିତି ଯାଇଛନ୍ତି। ତେବେ ମହିଳାଙ୍କୁ ଲଟ୍ରିରେ ଏତିକି ପରିମାଣର ରାଶି ମିଳି ନଥାଆନ୍ତା, ଯଦି ତାଙ୍କ ସ୍ବାମୀ ଏଭଳି ସ୍ବପ୍ନ ଦେଖି ନଥାଆନ୍ତେ!

lottery

୫୭ବର୍ଷୀୟ ମହିଳା ଡେଙ୍ଗ ପ୍ରବତୁଡୋମଙ୍କ କହିବାନୁସାରେ ତାଙ୍କ ସ୍ବାମୀ ୨୦ବର୍ଷ ପୂର୍ବରୁ ଏକ ସ୍ବପ୍ନ ଦେଖିଥିଲେ। ସ୍ବପ୍ନରେ ସେ ଲଟ୍ରିର କିଛି ସ୍ବତନ୍ତ୍ର ନମ୍ବର ଦେଖିବାକୁ ପାଇଥିଲେ। ଏହି ନମ୍ବର ହେତୁ ସେ ଲଟ୍ରିରେ ୪୩୭କୋଟି ଟଙ୍କା ଜିତି ପାରିଛନ୍ତି।

ଦୁଇଟି ସନ୍ତାନର ମା’ ଥିବା ଡେଙ୍ଗ ଗତ ୨୦ବର୍ଷ ଧରି ଲଟ୍ରି ଟିକେଟ କିଣି ଆସୁଥିଲେ। ସେ ପ୍ରତିଥର ସେହି ନମ୍ବର ଟିକେଟ କିଣୁଥିଲେ ଯାହାକି ତାଙ୍କ ସ୍ବାମୀ ସ୍ବପ୍ନରେ ଦେଖିଥିଲେ। ଏତେବର୍ଷ ଅପେକ୍ଷା କରିବା ପରେ ମହିଳାଙ୍କୁ ସଫଳତା ମିଳିଛି।
କନାଡାର ଔଣ୍ଟରିୟୋ ଲଟ୍ରି ଆଣ୍ଡ ଗୋମିଙ୍ଗ ଡେଙ୍ଗଙ୍କୁ ୪୩୭ଟଙ୍କା ଜିତିଥିବା ଖବର ଦେଇଥିଲେ। ଏହି ଟଙ୍କାରେ ଘର କିଣିବା ସହିତ ଦୁନିଆ ବୁଲି ଦେଖିବେ ବୋଲି ଡେଙ୍ଗ ପ୍ରବତୁଡୋମ କହିଛନ୍ତି।

ତେବେ ପରିବାର ଚଳାଇବା ପାଇଁ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥାଏ ବୋଲି ବି ଡେଙ୍ଗ କାନ୍ଦକାନ୍ଦ ସ୍ବରରେ ଗଣମାଧ୍ୟମକୁ କହିଥିଲେ।

ସୌଜନ୍ୟ: ଆଜତକ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe