women: ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଏସି ଥଣ୍ଡା ଅଧିକ

ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏସି ଚାଲିଲେ ମହିଳାମାନଙ୍କୁ ପୁରୁଷଙ୍କଠାରୁ ଅଧିକ ଥଣ୍ଡା ଲାଗେ ବୋଲି! ଘରେ ବା ଅଫିସ୍‌ରେ ଏସି ବଢ଼ାଇବା-କମାଇବାକୁ ନେଇ ମହିଳା ଓ ପୁରୁଷଙ୍କ ମଧ୍ୟରେ କଥା କଟାକଟି ହେବାର ବହୁତ ନଜିର ରହିଛି।

gsfhfhfhhf

ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏସି ଚାଲିଲେ ମହିଳାମାନଙ୍କୁ ପୁରୁଷଙ୍କଠାରୁ ଅଧିକ ଥଣ୍ଡା ଲାଗେ ବୋଲି! ଘରେ ବା ଅଫିସ୍‌ରେ ଏସି ବଢ଼ାଇବା-କମାଇବାକୁ ନେଇ ମହିଳା ଓ ପୁରୁଷଙ୍କ ମଧ୍ୟରେ କଥା କଟାକଟି ହେବାର ବହୁତ ନଜିର ରହିଛି। ସାଇନ୍‌ସ ଡାଇରେକ୍ଟର ଓ ନେଚର୍‌ ଆଦି ବିଜ୍ଞାନଧର୍ମୀ ପତ୍ରିକାରେ ପ୍ରକାଶିତ ଅନେକ ଗବେଷଣାଲବ୍ଧ ତଥ୍ୟରୁ ଜଣାପଡ଼ିଛି ଯେ, ସ୍ବଭାବରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଥଣ୍ଡା ଅନୁଭବ କରନ୍ତି। ନେଚର୍‌ ଡଟ୍‌ କମ୍‌ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ପୁରୁଷମାନଙ୍କ ପାଇଁ ଆରାମଦାୟକ ତାପମାତ୍ରା ଅପେକ୍ଷା ପ୍ରାୟ ୨.୫ ଡିଗ୍ରି ସେଲସିୟସ୍‌ ଅଧିକ ତାପମାତ୍ରାରେ, ଅର୍ଥାତ୍ ପ୍ରାୟ ୨୪ରୁ ୨୫ ଡିଗ୍ରି ସେଲସିୟସ୍‌ରେ ମହିଳାମାନେ ଆରାମ ଅନୁଭବ କରନ୍ତି। 

‘ଦ କନ୍‌ଭର୍ସସନ୍‌’ରେ ପ୍ରକାଶିତ ଅନ୍ୟ ଏକ ତଥ୍ୟ ଅନୁଯାୟୀ ମହିଳାମାନଙ୍କର ମେଟାବୋଲିକ୍‌ ରେଟ୍‌ ପୁରୁଷମାନଙ୍କ ତୁଳନାରେ କମ୍‌। ଯାହାପାଇଁ ଥଣ୍ଡା ହେଲେ ସାଧାରଣତଃ ମହିଳାମାନଙ୍କ ଶରୀରରେ ତାପମାତ୍ରା ବଢ଼ିବା କ୍ଷମତା କମିଯାଇଥାଏ। ଏଥିପାଇଁ ମହିଳାମାନେ ବେଶୀ ଥଣ୍ଡା ଅନୁଭବ କରନ୍ତି। ସାଇନ୍‌ସଡାଇରେକ୍‌ଟ ଡଟ୍‌କମ୍‌ରେ ପ୍ରକାଶିତ ଏକ ଗବେଷଣା ପତ୍ର ଅନୁଯାୟୀ, ପୁରୁଷମାନଙ୍କର ମେଟାବୋଲିକ୍ ହାର ଅଧିକ ଥାଏ। ତେଣୁ, ସେମାନେ ସାଧାରଣତଃ ଅଧିକ ଗରମ ଅନୁଭବ କରନ୍ତି ଏବଂ ଗରମ ତାପମାତ୍ରାରେ କମ୍ ଆରାମ ଅନୁଭବ କରନ୍ତି।

 ମେଟାବୋଲିକ୍‌ ରେଟ୍‌ କ’ଣ?
ମେଟାବୋଲିକ୍‌ ରେଟ୍‌ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କ ଶରୀର ବ୍ୟବହାର କରୁଥିବା ଶକ୍ତିର ପରିମାଣ। ବେସଲ୍‌ ମେଟାବୋଲିକ୍‌ ରେଟ୍‌ (ବିଏମ୍‌ଆର୍‌) ହେଉଛି ଆମ ଶରୀର ବିଶ୍ରାମ ସମୟରେ ମୌଳିକ ଜୀବନ-ନିର୍ଭରଶୀଳ କାର୍ଯ୍ୟ ପାଇଁ ଖର୍ଚ୍ଚ କରୁଥିବା ଶକ୍ତିର ପରିମାଣ। ଏହା ଶରୀରର ଶକ୍ତିର ଆବଶ୍ୟକତା, ପୋଷଣ ଓ ଓଜନ ପରିଚାଳନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ବ୍ୟକ୍ତିଙ୍କ ମେଟାବୋଲିକ୍‌ ହାର ଭିନ୍ନ। ଏହା ବଂଶଗତ, ମେଟାବୋଲିଜିମ୍‌ ଓ ଜୀବନଶୈଳୀ ପରି କାରଣଗୁଡ଼ିକ ଉପରେ ନିର୍ଭର କରେ। ବିଶ୍ରାମ ସମୟରେ ବିଏମ୍‌ଆର୍‌ କମ୍‌ ଥାଏ। ହେଲେ ବ୍ୟାୟାମ ପରି କାର୍ଯ୍ୟକଳାପ ସମୟରେ ଏହା ଅଧିକ ଥାଏ। ବିଶ୍ରାମ ବେଳେ ଶରୀର କେବଳ ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌ ଓ ମସ୍ତିଷ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଶକ୍ତି ବ୍ୟବହାର କରିଥାଏ। ଅମ୍ଳଜାନ ବ୍ୟବହାର, କାର୍ବନ୍‌ ଡାଇଅକ୍ସାଇଡ୍‌ ନିର୍ଗମନ ଓ ତାପ ଉତ୍ପାଦନ ପରି ତିନିଟି ଉପାୟକୁ ଆଧାର କରି ମେଟାବୋଲିକ୍‌ ହାର ମପାଯାଏ। 

ଦି କନଭର୍ସସନ୍‌ ରିପୋର୍ଟ ଅନୁସାରେ ମହିଳାଙ୍କଠାରେ ମିଳୁଥିବା ଏଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରନ୍‌ ହରମୋନ୍‌ ଶରୀରର ତାପମାତ୍ରା ତଥା ଚର୍ମର ତାପମାତ୍ରାକୁ ପ୍ରଭାବିତ କରେ। ଯେତେବେଳେ ଶରୀରରେ ଏଷ୍ଟ୍ରୋଜେନ୍‌ ସ୍ତର ବୃଦ୍ଧି ପାଏ, ରକ୍ତବାହୀ ନଳୀଗୁଡ଼ିକ ବିସ୍ତାରିତ ହୁଅନ୍ତି। ଏହା ଅନେକ ମହିଳାଙ୍କୁ ଥଣ୍ଡା ଅନୁଭବ କରାଇପାରେ। ପ୍ରୋଜେଷ୍ଟେରନ୍‌ ହରମୋନ୍‌ ଚର୍ମରେ ରକ୍ତବାହୀ ନଳୀଗୁଡ଼ିକୁ ସଙ୍କୁଚିତ କରିଥାଏ। ଏହାର ଅର୍ଥ ହେଉଛି ଶରୀରର ବାହ୍ୟ ଅଂଶକୁ କମ୍‌ ରକ୍ତ ପହଞ୍ଚେ ଏବଂ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକରେ ଉତ୍ତାପ ରହିଥାଏ, ଯାହାଫଳରେ ମହିଳାମାନେ ଥଣ୍ଡା ଅନୁଭବ କରନ୍ତି। ଏହି ହରମୋନ୍‌ ସନ୍ତୁଳନ ମାସିକ ଋତୁଚକ୍ର ସହିତ ପ୍ରତି ମାସରେ ପରିବର୍ତ୍ତନ ହୁଏ। ଏହି ହର୍‌ମୋନ୍‌ ଯୋଗୁଁ ମହିଳାଙ୍କ ହାତ, ପାଦ ଓ କାନର ତାପମାତ୍ରା ପୁରୁଷମାନଙ୍କ ତୁଳନାରେ ପ୍ରାୟ ୩ ଡିଗ୍ରି ସେଲ୍‌ସିୟସ୍‌ କମ୍‌ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe