ସରକାରଙ୍କ ନୂଆ ଯୋଜନା: ମହିଳା ଚାଷୀଙ୍କୁ ସ୍ମାର୍ଟ ଫୋନ୍‌

ସରକାରଙ୍କ ନୂଆ ଯୋଜନା: ମହିଳା ଚାଷୀଙ୍କୁ ସ୍ମାର୍ଟ ଫୋନ୍‌

ଭୁବନେଶ୍ୱର : ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ୍‌। ରାଜ୍ୟ ସରକାରଙ୍କର ସମବାୟ ବିଭାଗ ପକ୍ଷରୁ ଏଭଳି ଏକ ନିଆରା ଯୋଜନା ପ୍ରସ୍ତୁତ ହୋଇଛି। ପୂର୍ବରୁ ପୁରୁଷଚାଷୀଙ୍କୁ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ମହିଳା ଚାଷୀଙ୍କୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି। ଏହାଦ୍ଵାରା ମହିଳା ଚାଷୀ ଉତ୍ସାହିତ ହେବା ସହ ଚାଷ ପ୍ରତି ମନୋନିବେଶ କରିବେ। ତା ଛଡ଼ା ଏଥିରେ ସେମାନେ ପାଣିପାଗ ସହ ଚାଷ, ବଜାର ଦର ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସମସ୍ତ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇବେ। ଆସନ୍ତା ଖରିଫ୍‌ ଋତୁରେ ଏହି ଯୋଜନା ପ୍ରଥମେ ଗଞ୍ଜାମ ଜିଲାରୁ ଶୁଭାରମ୍ଭ ହେବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ ଚାଷୀଙ୍କ ମଧ୍ୟରେ ୩୪ ପ୍ରତିଶତ ମହିଳା ଚାଷୀ ରହିଛନ୍ତି। ସେମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏଭଳି ଯୋଜନା କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଏଭଳି ଏକ ସ୍ମାର୍ଟ ଫୋନ୍‌ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏଥିରେ କେବଳ ପୁରୁଷ ଚାଷୀମାନେ ସାମିଲ ଥିଲେ। ଏହି ବର୍ଷ ୧୮ ହଜାର ଚାଷୀ ଉପକୃତ ହୋଇଥିବା ବେଳେ ୧୬-୧୭ ଆର୍ଥିକ ବର୍ଷରେ ୪୦ ହଜାରରୁ ଊଦ୍ଧ୍ଵର୍ ଫୋନ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe