ଅଚେତ ହୋଇପଡ଼ିଥିବା ବୃଦ୍ଧାଙ୍କୁ କାନ୍ଧରେ ବସାଇ ତତଲା ବାଲିରେ ଚାଲିଚାଲି ସୁରକ୍ଷିତ ଘରେ ପହଞ୍ଚାଇଲେ ମହିଳା ପୁଲିସ

Advertisment
ଅଚେତ ହୋଇପଡ଼ିଥିବା ବୃଦ୍ଧାଙ୍କୁ କାନ୍ଧରେ ବସାଇ ତତଲା ବାଲିରେ ଚାଲିଚାଲି ସୁରକ୍ଷିତ ଘରେ ପହଞ୍ଚାଇଲେ ମହିଳା ପୁଲିସ

ନୂଆଦିଲ୍ଲୀ: ଗୁଜୁରାଟରୁ ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଜଣେ ମହିଳା ପୁଲିସକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ‌ଜୋର ଧରିଛି ।

ଏହି ମହିଳା ପୁଲିସ ପ୍ରବଳ ଖରାରେ ମରୁଭୂମିର ତତଲା ବାଲିରେ ଜଣେ ବୃଦ୍ଧାଙ୍କୁ କାନ୍ଧରେ ବସାଇ ସୁରକ୍ଷିତ ଭାବେ ଘରେ ଛାଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଏହି ବୃଦ୍ଧ ମହିଳା ଗୁଜରାଟର କଚ୍ଛସ୍ଥିତ ଏକ ମନ୍ଦିରକୁ ରାମକଥା ଶୁଣିବାକୁ ଯାଇଥିଲେ। କିନ୍ତୁ ଗରମ ସହ୍ୟ କରି ନପାରିବା ହେତୁ ସେ ଚେତା ହରାଇ ଦେଇଥିଲେ।

ଏହାପରେ ଘଟଣାସ୍ଥଳରେ ଥିବା ମହିଳା ପୁଲିସ ବର୍ଷାବେନ ପରମାର ବୃଦ୍ଧାଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ। ଚେତା ଆସିବା ପ‌ରେ ସେ ସମୟ ବିଳମ୍ବ ନକରି ବୃଦ୍ଧାଙ୍କୁ ସଙ୍ଗେସଙ୍ଗେ କାନ୍ଧରେ ବସାଇ ୫ କିଲୋମିଟର ପର୍ଯ୍ୟନ୍ତ ତତଲା ବାଲିରେ ଚାଲିଚାଲି ସୁରକ୍ଷିତ ଭାବେ ତାଙ୍କ ଘରେ ପହଞ୍ଚାଇଥିଲେ। ଘରେ ପହଞ୍ଚିବା ପରେ ବୃଦ୍ଧା ମହିଳା ପୁଲିସ କର୍ମଚାରୀଙ୍କୁ ଅଶେଷ ଆର୍ଶୀବାଦ ଦେଇଥିଲେ।

ରାଜ୍ୟ ଗୃହମନ୍ତ୍ରୀ ଉକ୍ତ ମହିଳା ପୁଲିସ କର୍ମଚାରୀଙ୍କ ଏଭଳି କାମକୁ ନେଇ ପ୍ରଶଂସା କରିବା ସହିତ ଟୁଇଟ ବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe