ମହିଳାମାନଙ୍କ ସୁରକ୍ଷା ଓ ଅଧିକାରକୁ ନିଶ୍ଚିତ କରୁଥିବା କିଛି ଆଇନ ବିଷୟରେ ସଚେତନ ରହିବା ଜରୁରି।
ମହିଳାଙ୍କ ପାଖରେ ସମ୍ପତ୍ତି ଅଧିକାର ନାହିଁ: ପ୍ରକୃତରେ ଭାରତରେ ମହିଳାମାନଙ୍କ ସଂପତ୍ତି ଅଧିକାରକୁ ନେଇ ଅନେକ ତର୍ଜମା ହୋଇଛି। କିଛି ଲୋକ କହନ୍ତି ମହିଳାମାନଙ୍କର ବିଶେଷ କରି ବିବାହିତା ମହିଳାମାନଙ୍କର ବାପଘରେ ସେମାନଙ୍କ ଭାଗ ନାହିଁ ବା ଅଧିକାର ନାହିଁ। କିନ୍ତୁ ହିନ୍ଦୁ ସକ୍ସେସନ୍ (ଆମେଣ୍ଡମେଣ୍ଟ) ଆକ୍ଟ,୨୦୦୫ ଆଧାରରେ ମହିଳାମାନଙ୍କର ମଧ୍ୟ ଘରୋଇ ସଂପତ୍ତିରେ ସମାନ ଅଧିକାର ରହିଛି।
ଲିଭ୍-ଇନ୍ ରିଲେସନ୍ସିପ୍ ଭାରତରେ ବେଆଇନ: ଭାରତରେ ଲିଭ୍-ଇନ୍ ରିଲେସନ୍ସିପ୍ ପାଇଁ ସ୍ବୀକୃତି ରହିଛି। ବିବାହିତ ଯୋଡ଼ିଙ୍କ ପରି ଏହା ସେମାନଙ୍କ ଆଇନଗତ ଅଧିକାର। ହେଲେ ଘରୋଇ ଅତ୍ୟାଚାର ବା ମେଣ୍ଟେନାନ୍ସ ପାଇଁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ।
ମହିଳାଟି ତା’ ସ୍ବାମୀ ବିରୋଧରେ ରେପ୍ କେସ୍ ଫାଇଲ୍ କରିପାରିବ ନାହିଁ: ୧୮ ବର୍ଷରୁ କମ୍ ବୟସର ବିବାହିତା ଝିଅ ଯେତେବେଳେ ଯୌନ ଶୋଷଣର ଶିକାର ହୁଅନ୍ତି ସେତେବେଳେ ଏହା ଅପରାଧ ଭାବେ ବିବେଚନା କରାଯାଏ। ଏହିକ୍ରମରେ ଉଚ୍ଚତମ ନ୍ୟାୟାଳୟଙ୍କ ଆଇନ ଅନୁସାରେ ଝିଅଟି ତା’ ସ୍ବାମୀ ବିରୁଦ୍ଧରେ ଯୌନଶୋଷଣ ଓ ନିର୍ଯାତନା ଆଧାରରେ କେସ୍ ଫାଇଲ୍ କରିପାରିବ। ଭାରତୀୟ ନ୍ୟାୟ ସଂହିତା ଆଇନ ଆଧାରରେ ଏହା ଉଲ୍ଲିଖିତ ରହିଛି।
ମହିଳାମାନଙ୍କର ପ୍ରଜନନ ସ୍ବାଧୀନତା ନାହିଁ: ମହିଳାମାନଙ୍କର ସୁରକ୍ଷିତ ଗର୍ଭପାତ କରିବାର ଅଧିକାର ରହିଛି। ନିଜ ଗର୍ଭନଷ୍ଟର ସ୍ବାଧୀନତା ତଥା ସ୍ବାସ୍ଥ୍ୟ ଅବସ୍ଥା ଦେଖି ମହିଳାମାନେ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ୨୪ ସପ୍ତାହ ମଧ୍ୟରେ ଗର୍ଭନଷ୍ଟ କରିପାରିବେ। ଭାରତରେ, ପ୍ରଜନନ ଅଧିକାର ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ସାମ୍ବିଧାନିକ ଅଧିକାରରେ ପ୍ରଧାନ ଅଂଶ, ଯାହାକୁ ଉଚ୍ଚତମ ନ୍ୟାୟାଳୟ ଅନୁମୋଦନ କରିଛନ୍ତି। ପ୍ରମୁଖ ଆଇନରେ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି (ଏମ୍ଟିପି) ଆଇନ, ୧୯୭୧ (୨୦୨୧ରେ ସଂଶୋଧିତ), ଯାହା ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଗର୍ଭପାତ କରିବାକୁ ଅନୁମତି ଦିଏ। ଏଥିରେ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ମଧ୍ୟ ଅନ୍ତର୍ଭୁକ୍ତ।
ପିଛା କରୁଥିବା ଲୋକ ବିରୋଧରେ କୌଣସି ଆଇନ ନାହିଁ: ମହିଳାମାନେ ଶାରୀରିକ ଓ ସାଇବର୍ ଷ୍ଟକିଂରୁ ସୁରକ୍ଷିତ ଅଟନ୍ତି। ନିର୍ଯାତନାର ମୁକାବିଲା ତଥା ନିଜର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମର ଆଇନ ବ୍ୟବସ୍ଥା ରହିଛି।
ଏଣୁ ମହିଳାମାନେ ଏସବୁରେ ଭୟ ନକରି ନିଜର ଅଧିକାର ବିଷୟରେ ଜାଣନ୍ତୁ ଏବଂ କୌଣସି ଅସୁବିଧାରେ ପଡ଼ିଲେ ଆଇନ ସହାୟତାରେ ନିଜର ଅଧିକାର ସାବ୍ୟସ୍ତ କରନ୍ତୁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us