ପାନୀୟ ଜଳ ପାଇଁ ଦୈନିକ ୪ କିଲୋମିଟର ପହଁରନ୍ତି ମହିଳା

Advertisment
ପାନୀୟ ଜଳ ପାଇଁ ଦୈନିକ ୪ କିଲୋମିଟର ପହଁରନ୍ତି ମହିଳା

ସୁଲାବେସୀ : ଜଳ ହିଁ ଜୀବନ । ଜଳ ବିନା ମନୁଷ୍ୟ ବଞ୍ଚିବା ଅସମ୍ବବ । ବର୍ତ୍ତମାନ ଧିରେ ଧିରେ ବିଶ୍ୱର ସର୍ବତ୍ର ପାନୀୟ ଜଳର ସଙ୍କଟ ଦେଖା ଦେବାରେ ଲାଗିଛି । ତେବେ ବିଭିନ୍ନ ଅନୁସନ୍ଧାନ ଓ ଗବେଷଣାରୁ ଜଣାପଡ଼ିଛି, ବିଶ୍ୱରେ ୨୦୨୫ ମସିହା ବେଳକୁ ଭୟଙ୍କର ଜଳାଭାବ ଦେଖାଯିବ। ଏପରିକି ଜଳ ସଙ୍କଟ କାରଣରୁ ତୃତୀୟ ବିଶ୍ୱଯୁଦ୍ଧ ମଧ୍ୟ ଘଟିପାରେ । ଏବେ ମଧ୍ୟ ବିଶ୍ୱରେ ଦୈନିକ ପ୍ରାୟ ୧୦୦ କୋଟି ଲୋକଙ୍କୁ ସୁଦ୍ଧ ଜଳ ମିଳୁନାହିଁ । ତେବେ ଏହିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଇଣ୍ଡୋନେସିଆର ସୋଲାବେସୀ ନାମକ ଏକ ଦ୍ୱୀପପୁଞ୍ଜର ଜନତା । ଏଠାରେ ସେମାନଙ୍କ ପାଇଁ ଦୈନିକ ପାନୀୟ ଜଳ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି।

publive-image punjabkesari.in

ତେବେ, ଏଠାକାର ଜନତାଙ୍କ ପାଇଁ ୪୬ ବର୍ଷୀୟା ମାମା ହସରିଆ ଭଗବାନ ପାଲିଟିଛନ୍ତିି। ସୋଲାବେସୀରେ ପାନୀୟ ଜଳର ଘୋର ଅଭାବ ହେଉ ଥିବାରୁ ହସରିଆ ନିଜ ଅଣ୍ଟାରେ ୨୦୦ ଟି ବୋତଲ ବାନ୍ଧି ଦୈନିକ ୧ ଘଣ୍ଟା ପହଁରି ପାନୀୟ ଜଳ ଆଣିବା ପାଇଁ ଯାଇଥାନ୍ତି । ଏଥିପାଇଁ ତାଙ୍କୁ ଯିବା ଆସିବା ମୋଟ ୨ ଘଣ୍ଟା ପାଣିରେ ପହଁରିବାକୁ ପଡ଼ିଥାଏ । ହସରିୟାଙ୍କ ପରେ ପରେ ବର୍ତ୍ତମାନ ଦ୍ୱୀପପୁଞ୍ଜର ଅନ୍ୟ ମହିଳାମାନେ ମଧ୍ୟ ପାନୀୟ ଜଳ ସଂଗ୍ରହ ପାଇଁ ଦୈନିକ ଏହି ପନ୍ଥା ଆପଣାଇଛନ୍ତି। ଏଥିପାଇଁ ତାଙ୍କୁ ନଦୀ ପାର କରି ବିପରୀତ ଦିଗକୁ ପହଁରିକି ଯିବାକୁ ପଡ଼ିଥାଏ। ହସରିୟା ଏବଂ ଅନ୍ୟ ମହିଳାମାନଙ୍କର ପ୍ରତ୍ୟେକ ପାଣି ବୋତଲ ପିଛା କେବଳ ମାତ୍ର ଦେଢ଼ ଟଙ୍କା ରୋଜଗାର ହୋଇଥାଏ। ଖାଲି ଯେ ସୋଲାବାସୀ ନୁହଁ; ବରଂ ଇଣ୍ଡୋନେସିଆର ଅନ୍ୟାନ୍ୟ ଅଞ୍ଚଳମାନଙ୍କରେ ମଧ୍ୟ ଏବେ ଏପରି ସମସ୍ୟା ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe