ସୋସିଆଲ୍‌ ମିଡିଆରେ ମହିଳାଙ୍କ କ୍ୟାରିୟର୍‌

Advertisment

ବର୍ତ୍ତମାନ ସୋସିଆଲ୍‌ ମିଡିଆର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଯେକୌଣସି ମିଡିଆରେ ସ୍କ୍ରୋଲ୍‌ କଲେ ବିଭିନ୍ନ କଣ୍ଟେଣ୍ଟ୍‌ ଏବଂ ଅନେକ ବ୍ଲଗର୍‌ଙ୍କ ପୋଷ୍ଟ ସବୁ ଦେଖିବାକୁ ମିଳୁଛି।

ବର୍ତ୍ତମାନ ସୋସିଆଲ୍‌ ମିଡିଆର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଯେକୌଣସି ମିଡିଆରେ ସ୍କ୍ରୋଲ୍‌ କଲେ ବିଭିନ୍ନ କଣ୍ଟେଣ୍ଟ୍‌ ଏବଂ ଅନେକ ବ୍ଲଗର୍‌ଙ୍କ ପୋଷ୍ଟ ସବୁ ଦେଖିବାକୁ ମିଳୁଛି।

afssffsf

ବର୍ତ୍ତମାନ ସୋସିଆଲ୍‌ ମିଡିଆର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଯେକୌଣସି ମିଡିଆରେ ସ୍କ୍ରୋଲ୍‌ କଲେ ବିଭିନ୍ନ କଣ୍ଟେଣ୍ଟ୍‌ ଏବଂ ଅନେକ ବ୍ଲଗର୍‌ଙ୍କ ପୋଷ୍ଟ ସବୁ ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟ, ଭ୍ରମଣ, ଟେକ୍‌, ପ୍ରକୃତି, ଫିଲ୍ମ, ଖେଳ, ରୋଷେଇ ଆଦି ତଥ୍ୟକୁ ନେଇ ନୂଆ ନୂଆ କଣ୍ଟେଣ୍ଟ୍‌ ଲେଖାହେଉଛି। ପାଠକଙ୍କ ମନପସନ୍ଦର ବ୍ଲଗର୍‌ମାନଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ବି ଥାଆନ୍ତି। ତେବେ ଲେଖାଲେଖିରେ ରୁଚି ରଖୁଥିବା ଯୁବପିଢ଼ିଙ୍କ ପାଇଁ ଏହି ବ୍ଲଗିଂ ବର୍ତ୍ତମାନ ଏକ ଭଲ କ୍ୟାରିୟର୍‌ ଅପ୍‌ସନ ହୋଇଛି। ଝିଅମାନେ ଘରେ ବସି ବିଭିନ୍ନ ପ୍ରକାର କଳା ଓ ରୋଷେଇକୁ ନେଇ ବ୍ଲଗ୍‌ କରୁଛନ୍ତି। 

 ପାଠକଙ୍କ ପାଇଁ ନୂଆ ଲେଖା: ଲେଖିବାରେ ରୁଚି ରଖୁଥିବା ବ୍ୟକ୍ତି ପାଠକଙ୍କ ପାଖରେ ପହଞ୍ଚିବା ଲାଗି ଏହି ଫିଲ୍ଡଟି ସବୁଠୁ ଭଲ ମାଧ୍ୟମ। ଏହାଦ୍ୱାରା ପାଠକମାନେ ପ୍ରତିଦିନ ନୂଆ ନୂଆ ଲେଖା ପଢ଼ିବାର ସୁଯୋଗ ପାଉଛନ୍ତି। ସେମାନଙ୍କ ମତ ଓ ପ୍ରଶଂସା ସେମାନଙ୍କୁ ପ୍ରେରଣା ଯୋଗାଉଛି।

 ସୃଜନଶୀଳତାର ବୃଦ୍ଧି: ଯେକୌଣସି ବିଷୟବସ୍ତୁକୁ ସୃଜନଶୀଳ ଢଙ୍ଗରେ ଲେଖିବାର କଳା ଏଥିରେ ଗୁରୁତ୍ୱପୂର୍ଣ୍ଣ। ନିଜ କଣ୍ଟେଣ୍ଟକୁ ଭିନ୍ନ ଢଙ୍ଗରେ ପାଠକଙ୍କ ନିକଟରେ ପହଞ୍ଚାଇ ପାରିଲେ, ବ୍ଲଗିଂ ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି ସହ ଭଲ ରୋଜଗାର ମଧ୍ୟ କରିହେବ।

 ଫଟୋଗ୍ରାଫ୍‌: କହନ୍ତି ଗୋଟିଏ ଫଟୋ ହଜାରଟି ଶବ୍ଦ ସହ ସମାନ। ତେଣୁ ଲେଖିବା ସହିତ ବ୍ଲଗ୍‌ରେ ଫଟୋ ଦେବା ଦ୍ୱାରା ସୋସିଆଲ୍‌ ମିଡିଆରେ ବେଶ୍‌ ଆଦୃତ ହେଉଛି।
 ରିସର୍ଚ୍ଚ: ଗୋଟିଏ ଟପିକ୍‌ରେ ଅନେକ ବ୍ଲଗ୍‌ ଆସିଥାଏ। ହେଲେ ପାଠକ ସ୍ବତନ୍ତ୍ର ଓ ଚିତ୍ତାକର୍ଷକ ଲେଖାକୁ ପସନ୍ଦ କରନ୍ତି। ତେଣୁ ଏଥିପାଇଁ ଭଲ ଭାବେ ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିବା ଆବଶ୍ୟକ।
 ରୋଜଗାରର ମାଧ୍ୟମ: ବ୍ଲଗିଂ ଯଦିଓ ନୂଆ ନୁହେଁ, ହେଲେ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ସବୁଠୁ ଅଧିକ ଆକ୍ଟିଭ୍‌ ରଖୁଥିବା ଯୁବପିଢ଼ି ଏଥିପାଇଁ ସମୟ ଦେଉଥିବା ଦେଖିବାକୁ ମିଳୁଛି। କେହି କେହି ଏହାକୁ ପଢ଼ା କିମ୍ବା ଜବ୍‌ ସହିତ ପାର୍ଟଟାଇମ୍‌ ରୋଜଗାରର ମାଧ୍ୟମ ଭାବେ ତ ଆଉ କେହି ଫୁଲ୍‌ଟାଇମ୍‌ କ୍ୟାରିୟର୍‌ ଭାବେ ବାଛି ନେଉଛନ୍ତି।
 ଧୈର୍ଯ୍ୟର ଆବଶ୍ୟକତା: କୌଣସି କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରୁ କରୁ ସଫଳତା ମିଳି ନ ଥାଏ। ସେହିପରି ଆରମ୍ଭରୁ ହିଁ ଅଧିକ ଟଙ୍କା ମିଳିବା ଆଶା ରଖିବା କିମ୍ବା ଧୈର୍ଯ୍ୟହରା ହୋଇ କାମ ବନ୍ଦ କରିଦେବା ଠିକ୍‌ ନୁହେଁ। କାରଣ ଆଗକୁ ବଢ଼ିବା ଲାଗି ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe