ବିଶ୍ବ ବାଇସାଇକେଲ୍‌ ଦିବସ

Advertisment
ବିଶ୍ବ ବାଇସାଇକେଲ୍‌ ଦିବସ

ଆଜି ସର୍ବତ୍ର ‘ବିଶ୍ବ ବାଇସାଇକେଲ୍‌ ଦିବସ’ ପାଳିତ ହେଉଛି। ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ଦୃଢ଼ ରଖିବା ସହ ସମାଜରେ ଏକ ସାଇକେଲ ସଂସ୍କୃତି ବିକଶିତ କରାଇବା ଲକ୍ଷ୍ୟରେ ଜାତିସଂଘର ସାଧାରଣ ପରିଷଦ ଜୁନ୍‌ ୩ ତାରିଖକୁ ସାଇକେଲ ଦିବସ ଭାବେ ପାଳନ କରିବା ପାଇଁ ୨୦୧୮ ମସିହାରେ ଘୋଷଣା କରିଥିଲା। ୧୮୯୪ ଜୁନ୍‌ ୩ରେ ଫରାସୀ ସାଇକେଲ୍‌ ଚଢ଼ାଳି ଜେ. ବି. ଗୋଡିନ୍‌ଙ୍କ ନେତୃତ୍ବରେ ଏକ ଦଳ ସାଇକେଲ୍‌ ଚଢ଼ି ବିଶ୍ବ ପରିକ୍ରମାରେ ବାହାରିଥିଲେ। ତାଙ୍କରି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏହି ତାରିଖକୁ ବଛାଯାଇଛି।

ବିଶେଷ କରି ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା, ପାରସ୍ପରିକ ସମ୍ମାନ ଓ ଶାନ୍ତିର ସଂସ୍କୃତିକୁ ସହାୟତା କରିବା ପାଇଁ ବାଇସାଇକେଲକୁ ଏକ ପରିବହନର ମାଧ୍ୟମ ରୂପେ ଗ୍ରହଣ କରିବା ଲାଗି ଏହି ସ୍ବତନ୍ତ୍ର ଦିବସ ଉତ୍ସାହିତ କରୁଛି। ଏଥି ସହିତ ଦୀର୍ଘ ଦୁଇ ଶତାବ୍ଦୀ ହେଲା ବ୍ୟବହୃତ ହୋଇ ଆସୁଥିବା ଏହି ଦୁଇଚକିଆ ଯାନର ଅଭିନବତ୍ବ, ଦୀର୍ଘସ୍ଥାୟିତ୍ବ ଓ ଉପାଦେୟତା ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଇପାରୁଛି। ଫଳରେ ବାଇସାଇକେଲ ଏପରି ଲୋକପ୍ରିୟ ହୋଇପାରିଛି ଯେ ଡେନମାର୍କରେ ପ୍ରତି ଦଶ ଜଣରେ ନଅ ଜଣଙ୍କ ପାଖରେ ସାଇକଲ ରହିଛି। ସାରା ବିଶ୍ବରେ ଦୈନିକ ହାରାହାରି ୩,୬୪,୦୦୦ ସାଇକେଲ ନିର୍ମିତ ହେଉଥିବା ବେଳେ ୪୭,୬୭୦ଟି ବିକ୍ରି ହେଉଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ଏକ ନିରନ୍ତର ଭବିଷ୍ୟତ ପାଇଁ ଏକତ୍ର ଯାତ୍ରା’। ଅର୍ଥାତ୍‌ ସାଇକେଲ୍‌ ପରି ଏକ ସହଜଲବ୍‌ଧ ଯାନକୁ ଆମେ ସାମୂହିକ ଭାବେ ପରିବହନର ମାଧ୍ୟମ କରି ଏକ ନିରନ୍ତର ଭବିଷ୍ୟତ ଗଠନ କରିପାରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe