Times of India
ଆଜି ‘ବିଶ୍ବ କବିତା ଦିବସ’। ବିଶ୍ବ ତମାମ ପଠନ, ଲିଖନ, ପ୍ରକାଶନ ଓ ଶିକ୍ଷଣର ପ୍ରୋତ୍ସାହନ ପାଇଁ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ପକ୍ଷରୁ ୧୯୯୯ ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। କବିତା ହେଉଛି ନିଜ ଅଭିବ୍ୟକ୍ତି ପ୍ରକାଶ କରିବାର ଏକ ସୁନ୍ଦର ସ୍ବରୂପ ତଥା ଆଲୋଚନା ଓ ଶାନ୍ତିର ଏକ ଶକ୍ତିଶାଳୀ ଉତ୍ପ୍ରେରକ। ଏହା ଯେପରି ଅନୁଭବ ଓ ଭାବପ୍ରବଣତା ସୃଷ୍ଟି କରିପାରେ ସାହିତ୍ୟର ଅନ୍ୟ କୌଣସି ବିଭାଗ ସେପରି କରିନଥାଏ। ତେଣୁ ପୃଥିବୀର କୋଣ ଅନୁକୋଣରେ କାବ୍ୟିକ ପରିପ୍ରକାଶ ମାଧ୍ୟମରେ ଭାଷାଗତ ବିବିଧତାକୁ ସମର୍ଥନ କରି ବିପଦଗ୍ରସ୍ତ ଭାଷାଗୁଡ଼ିକର ପୁନରୁତ୍ଥାନ ଉଦ୍ଦେଶ୍ୟରେ ଏପରି ଦିବସ ପାଳନ କରାଯାଉଛି। କବିଙ୍କୁ ସମ୍ମାନିତ କରିବା, କବିତା ଲେଖା, ପଢ଼ା ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ନାଟକ, ନୃତ୍ୟ, ସଂଗୀତ ଓ ଚିତ୍ରକଳାରେ କବିତାକୁ ସମନ୍ବିତ କରିବା ଏବଂ କବିତା ଆନ୍ଦୋଳନକୁ ସୁଦୃଢ଼ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏହି ଅବସରରେ ଉଭୟ ପ୍ରାଚୀନ ଓ ଆଧୁନିକ କବିତାଗୁଡ଼ିକୁ ସମ୍ମାନ ପ୍ରଦର୍ଶନ ସହ କବିତା ଆବୃତ୍ତି ପରମ୍ପରାକୁ ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ବାରୋପ କରାଯାଉଛି।
Follow Us