ବିଶ୍ବ ଚକୋଲେଟ୍‌ ଦିବସ ଆଜି

Advertisment
ବିଶ୍ବ ଚକୋଲେଟ୍‌ ଦିବସ ଆଜି

ଆଜି ଚକୋଲେଟ୍‌ପ୍ରେମୀମାନେ ‘ବିଶ୍ବ ଚକୋଲେଟ୍‌ ଦିବସ’ ପାଳନ କରୁଛନ୍ତି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି- ଗୁଣାତ୍ମକ ଚକୋଲେଟ୍‌ର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ସ୍ବତନ୍ତ୍ର ମିଠା ସାମଗ୍ରୀର ସ୍ବାଦକୁ ପ୍ରଶଂସା କରିବା। ଉଲ୍ଲେଖଯୋଗ୍ୟ, ଚକୋଲେଟ୍‌କୁ ଏକ ପ୍ରୀତିପୂର୍ଣ୍ଣ ଖାଦ୍ୟ ଭାବେ ବିବେଚନା କରାଯିବାର କାରଣ ରହିଛି। ଏଥିରେ ପ୍ରଚୁର ପରିମାଣର ଫ୍ଲାଭନଏଡ୍‌ସ ରହିଛି ଯାହା ଏକ ଉଚ୍ଚମାନର ଆଣ୍ଟିଅକ୍ସିଡାଣ୍ଟ ଭାବେ ବିବେଚିତ। ସୁତରାଂ ଏହା ଆମକୁ ହୃଦ୍‌ରୋଗ ଓ କର୍କଟଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।

ଏଥି ସହିତ ଗାଢ଼ ରଙ୍ଗର ଚକୋଲେଟ୍‌ରେ ଫିନାଇଲ୍‌ଇଥାଇଲ୍‌ଆମିନ୍‌ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥ ରହିଥାଏ ଯାହା ମନରେ ଆକର୍ଷଣ ଓ ଉତ୍ସାହର ଭାବନାକୁ ଉତ୍‌ପ୍ରେରିତ କରିବାରେ ସହାୟକ ହୋଇଥାଏ। ଯଦିଓ ପ୍ରାଚୀନ କାଳରେ ଆମେରିକାର ମାୟା ଓ ଆଜଟେକ୍‌ ସଭ୍ୟତାରେ ଚକୋଲେଟ୍‌ର ବ୍ୟବହାର ରହିଥିଲା, କିନ୍ତୁ ତାହା କେବଳ ରାଜକୀୟ ଏବଂ ଧାର୍ମିକ ବ୍ୟକ୍ତିଙ୍କ ବ୍ୟବହାରରେ ସୀମିତ ଥିଲା। ଧାର୍ମିକ ଉତ୍ସବରେ ଲୋକେ ତାହାକୁ ପ୍ରସାଦ ଭଳି ସେବନ କରୁଥିଲେ। ତେବେ ସପ୍ତଦଶ ଶତାବ୍ଦୀ ବେଳକୁ ୟୁରୋପରେ ତାହା ଲୋକପ୍ରିୟ ହୋଇଥିଲେ ହେଁ ୧୮୨୪ରେ କାଡବରି କମ୍ପାନି ତାହାକୁ ‘ଡେରି ମିଲ୍‌କ ବାର୍’ ଭାବରେ ପ୍ରସ୍ତୁତ କଲା ପରେ ତାହାର ଚାହିଦା ସହ ପ୍ରଚାର ପ୍ରସାର ମଧ୍ୟ କଳ୍ପନାତୀତ ଭାବରେ ବଢ଼ିଚାଲିଲା। ୧୯୯୮ ମସିହାରେ ଆନ୍ତର୍ଜାତିକ କୋକୋଆ ସଂଗଠନ ଚକୋଲେଟ୍‌ ଭଳି ସୁସ୍ବାଦୁ ପଦାର୍ଥର ପ୍ରସ୍ତୁତି ଓ ଉପାଦେୟତା ସମ୍ପର୍କରେ ସଚେତନତା ପ୍ରସାର ଆରମ୍ଭ କରିଥିଲା। ୨୦୦୨ ଜୁଲାଇ ୭ରେ ପ୍ରଥମ ଥର ପାଇଁ ବିଶ୍ବ ଚକୋଲେଟ୍‌ ଦିବସ ପାଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe