ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ: ଜାଣନ୍ତୁ ମାନସିକ ସ୍ବାସ୍ଥ୍ୟକୁ ନେଇ ରହିଥିବା ଏହି ସବୁ କଥା

ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ: ଜାଣନ୍ତୁ ମାନସିକ ସ୍ବାସ୍ଥ୍ୟକୁ ନେଇ ରହିଥିବା ଏହି ସବୁ କଥା

India Today

ନୂଆଦିଲ୍ଲୀ: ଆଜି(ଅକ୍ଟୋବର ୧୦) ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ। ୧୯୯୨ ମସିହାରୁ ୱାର୍ଲଡ ଫେଡେରେସନ୍‌ ଅଫ୍‌ ମେଣ୍ଟାଲ୍‌ ହେଲଥ୍‌ ଏହି ଦିବସକୁ ପାଳନ କରି ଆସୁଛି। ମାନସିକ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପୂରା ବିଶ୍ବରେ ୧୯୯୪ ମସିହାରୁ ଆକ୍ଟୋବର ୧୦ ତାରିଖକୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି।

ଚଳିତବର୍ଷ ମହାମାରୀ କରୋନା ଭାଇରସ୍‌ ହେତୁ ମାନସିକ ସ୍ବାସ୍ଥ୍ୟ ସଚେତନତାର ଆବଶ୍ୟକତା ଢେର୍‌ ବେଶି ବଢ଼ିଯାଇଛି। ମହାମାରୀ କରୋନା ପାଇଁ ଅନେକ ଲୋକ ବିଶାଦଗ୍ରସ୍ତ ହେଉଥିବା ଦୃଷ୍ଟିରୁ ଆଗାମୀ ଦିନରେ ଆହୁରି ସଚେତନତାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

publive-image
Anxiety and Depression Association of America, ADAA

ତେବେ ଆସନ୍ତୁ ଜାଣିବା ମାନସିକ ସ୍ବାସ୍ଥ୍ୟକୁ ନେଇ କ’ଣ ସବୁ ବାଣୀ ରହିଛି:

ମାନସିକ ସୁସ୍ଥତା ପାଇଁ ଅଧିକ ସୂ‌ର୍ଯ୍ୟୋକିରଣ ଓ ‌ସଚ୍ଚୋଟତା ଆବଶ୍ୟକତା ରହିଛି: ଗ୍ଲେନ୍ କ୍ଲୋଜ୍

ବେଳେବେଳେ ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କ ଯାତ୍ରା ବୁଝିପାରିବେ ନାହିଁ। ଏହା ସେମାନଙ୍କର ଆବଶ୍ୟକତା ନୁହେଁ କି ସେମାନଙ୍କ ପାଇଁ ନୁହେଁ: ଜୁବର୍ଟ ବୋଥା

ଜରୁରୀ ନୁହେଁ କି ଆପଣ ସବୁବେଳେ ସକାରାତ୍ମକ ଚିନ୍ତା କରିବେ। ଆପଣଙ୍କ ଭିତରେ ବି ଦୁଃଖ, କ୍ରୋଧ, ବିରକ୍ତ, ହତାଶ, ଭୟ ଏବଂ ଚିନ୍ତା ଅନୁଭବ ଆସିବା ଉଚିତ। ଏହା ଆପଣଙ୍କୁ  ନକରାତ୍ମକ ବ୍ୟକ୍ତି ନୁହେଁ, ମଣିଷ ବୋଲି ପମାଣ ପ୍ରଦାନ କରିଥାଏ: ଲୋରି ଡେସେନ୍

ଆରୋଗ୍ୟ ଲାଭ ପାଇଁ ସମୟ ଲାଗେ ଏବଂ ସାହାଯ୍ୟ ମାଗିବା ଏକ ସାହସିକ ପଦକ୍ଷେପ: ମାରିସ୍କା ହରଗିଟାଇ

ତୁମ ଭିତରେ ଥିବା ବିଶୃଙ୍ଖଳାକୁ ତୁମେ ଭଲ କରିପାରିବ। ତୁମେ ଅଗ୍ନିକୁ ନିକ୍ଷେପ ହୋଇନ, ତୁମେ ନିଜେ ଅଗ୍ନି: ମାମା ଇଣ୍ଡିଗୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe