Jagran Josh
ଆଜି ହେଉଛି ‘ବିଶ୍ବ ଦୁଗ୍ଧ ଦିବସ’। ବିଶେଷ କରି କ୍ଷୀରକୁ ଏକ ଆନ୍ତର୍ଜାତିକ ଖାଦ୍ୟ ଭାବେ ସ୍ବୀକୃତି ଦେବା ଲାଗି ପ୍ରତି ବର୍ଷ ଜୁନ୍ ପହିଲାକୁ ବିଶ୍ବ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ଆମେରିକାର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍ଏଓ) ୨୦୦୧ ମସିହାରୁ ଏହି ଦିବସ ପାଳନର ପରିକଳ୍ପନା କରିଥିଲା। ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି, ଦୁଗ୍ଧ ଉଦ୍ୟୋଗ ସହ ଜଡ଼ିତ ଯେ କୌଣସି ପଦକ୍ଷେପ ସମ୍ପର୍କରେ ସଚତେତନତା ସୃଷ୍ଟି ସହ ତାହାକୁ ସମର୍ଥନ କରିବାର ସୁଯୋଗ ଆଣିବା।
ଏହା ଦ୍ବାରା ସନ୍ତୁଳିତ ଖାଦ୍ୟରେ କ୍ଷୀରର ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ଜ୍ଞାନ ବୃଦ୍ଧି ସହ ଏହା ବିଭିନ୍ନ ସମୁଦାୟ ଓ ଜୀବିକାକୁ ସାହାଯ୍ୟ ମିଳିପାରିବ। ଏଫ୍ଏଓର ଆକଳନ ଅନୁସାରେ, ଦୁଗ୍ଧ ଶିଳ୍ପ ବିଶ୍ବର ଶହେ କୋଟିରୁ ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିପାରିଛି ଏବଂ ପ୍ରାୟ ୬୦୦ କୋଟିରୁ ଅଧିକ ଜନସାଧାରଣ କ୍ଷୀରକୁ ଶ୍ରଦ୍ଧାରେ ଗ୍ରହଣ କରୁଛନ୍ତି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି ‘ପୁଷ୍ଟିକର ଖାଦ୍ୟ ଓ ଜୀବିକା ପ୍ରଦାନ ସହିତ ପ୍ରଦୂଷଣ ହ୍ରାସ କରିବାରେ ଦୁଗ୍ଧର ଗୁରୁତ୍ବ’। ଅର୍ଥାତ୍ ଦୁଗ୍ଧଜାତ ଦ୍ରବ୍ୟର ଗୁରୁତ୍ବ ଉପଲବ୍ଧି କରିବା ସହ ପରିବେଶ ଉପରେ ଏହାର କୁପ୍ରଭାବ କିଭଳି ହ୍ରାସ ଘଟିଛି ତାହା ଆଲୋକପାତ କରିବ।
Follow Us