ବିଶ୍ବ ମହାସାଗର ଦିବସ: ସାତ ସାଗରର ମହାସିନ୍ଧୁ

ସେପୁରୀ ହେଉ କି କୋଣାର୍କ କିମ୍ବା ଚାନ୍ଦିପୁର ହେଉ ଅବା ତାଳସାରୀ, ଓଡ଼ିଶାର ଏହି ସବୁ ବେଳାଭୂମିର ସୌନ୍ଦର୍ଯ୍ୟ ଅପାସୋରା। ସ୍ବର୍ଣ୍ଣାଭ ବାଲୁକାରାଶିରେ ମଥା କଚାଡୁଥିବା‌ ବିଶାଳ ଢେଉ ଗୋଟିଏ ପଟେ ମନକୁ ରୋମାଞ୍ଚିତ କରେ....

sddsxcxcxc

ସେପୁରୀ ହେଉ କି କୋଣାର୍କ କିମ୍ବା ଚାନ୍ଦିପୁର ହେଉ ଅବା ତାଳସାରୀ, ଓଡ଼ିଶାର ଏହି ସବୁ ବେଳାଭୂମିର ସୌନ୍ଦର୍ଯ୍ୟ ଅପାସୋରା। ସ୍ବର୍ଣ୍ଣାଭ ବାଲୁକାରାଶିରେ ମଥା କଚାଡୁଥିବା‌ ବିଶାଳ ଢେଉ ଗୋଟିଏ ପଟେ ମନକୁ ରୋମାଞ୍ଚିତ କରେ, ଅନ୍ୟ ପଟେ ବିଶାଳ ଜଳରାଶିରୁ ଆସୁଥିବା ଘୁଘୁ ଗର୍ଜନ ମନରେ ଭୀତି ସଞ୍ଚାରକରେ। ଆମେ ସମୁଦ୍ରର ସୌନ୍ଦର୍ଯ୍ୟରୁ ଆନନ୍ଦ ନେଉଛୁ ସତ, କିନ୍ତୁ ତା’ଗର୍ଭରେ ଲୁଚି ରହିଛି ଭିନ୍ନ ଏକ ବିଶ୍ବ! ସାଗର ଉପରୁ ଯେତିକି ଆକର୍ଷକ, ଭିତ‌େର ତା’ର ଶତଗୁଣ ବୈଚିତ୍ର୍ୟମୟ। ଓଡ଼ିଶାରେ ଆମେ ଦେଖୁଥିବା ବଙ୍ଗୋପସାଗର ଭାରତ ମହାସାଗରର ଅଂଶବିଶେଷ। କେବଳ ବଙ୍ଗୋପସାଗର ନୁହେଁ, ଲୋହିତ ସାଗର, ପାରସ୍ୟ ଉପସାଗର, ଆରବ ସାଗର, ଆଣ୍ଡାମାନ ସାଗର, ଏଡେନ୍‌ ଉପସାଗର ଏବଂ ଓମାନ୍‌ ଉପସାଗର ବି ଏଥିରେ ଅନ୍ତର୍ଭୁକ୍ତ। ଏହି ସାତଟି ସାଗର ମଧ୍ୟରୁ ଆରବ ସାଗର ବୃହତ୍ତମ।

 ବିଶ୍ବର ପାଞ୍ଚଟି ମହାସାଗର ମଧ୍ୟରୁ ଅନ୍ୟତମ ଭାରତ ମହାସାଗରର ଉତ୍ତର ପ୍ରାନ୍ତରେ ରହିଛି ଏସିଆ ମହାଦେଶ, ପଶ୍ଚିମରେ ଆଫ୍ରିକା, ପୂର୍ବରେ ଅଷ୍ଟ୍ରେଲିଆ ଓ ଦକ୍ଷିଣରେ ଏହା ଆଣ୍ଟ୍ରାକ୍‌ଟିକ୍‌ ମହାସାଗର ସହିତ ସମ୍ମିଳିତ ହୋଇଛି। ଆଫ୍ରିକାରୁ ନେଇ ଅଷ୍ଟ୍ରେଲିଆ ଯାଏ ପରିବ୍ୟାପ୍ତ ବିଶ୍ବର ଏହି ତୃତୀୟ ବୃହତ୍‌ ମହାସାଗର ଦୈର୍ଘ୍ୟ ପ୍ରାୟ ୯୯୭୮ କିଲୋମିଟର୍‌। ଭାରତ ମହାସାଗରର ହାରହାରି ଗଭୀରତା ପ୍ରାୟ ୧୨୨୭୪ ଫୁଟ୍‌। ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପରେ ଏହାର ଗଭୀରତା ସବୁଠୁ ଅଧିକ। ସୁନ୍ଦ୍ରା ଟ୍ରେଞ୍ଚ୍‌ କୁହାଯାଉଥିବା ଏହି ସ୍ଥାନର ଗଭୀରତା ପ୍ରାୟ ୨୪,୪୪୨ ଫୁଟ୍‌।

ଭାରତ ସମେତ ଇରାନ୍‌, ପାକିସ୍ତାନ ଓ ବାଂଲାଦେଶ ଆଦି ଦେଶ ଏହି ମହାସାଗରର ବିଭିନ୍ନ ତଟରେ ଅବସ୍ଥିତ। ହଜାର ହଜାର ବର୍ଷ ପୂର୍ବେ ଭାରତ ମହାସାଗର ଦେଇ ବାଣିଜ୍ୟ କାରବାର ଚାଲିଥିଲା। ମେସୋପଟାମିଆରେ ବାସକରୁଥିବା ଲୋକେ ଭାରତ ମହାସାଗର ଦେଇ ବାଣିଜ୍ୟ ନିମନ୍ତେ ସାମଗ୍ରୀ ପରିବହନ କରୁଥିଲେ। ସୁମେରୀୟମାନେ ଖାଦ୍ୟଶସ୍ୟ, ହାଣ୍ଡିମାଠିଆ, ପଥର, କାଠ, ଟିଣ, ଖଜୁରି ଓ ମୋତି ଇତ୍ୟାଦି ଭାରତ ମହାସାଗର ବାଟେ ପରିବହନ କରି ବ୍ୟବସାୟ କରୁଥିଲେ। ୧୪୯୭ରେ ପର୍ତ୍ତୁଗୀଜ୍‌ ଆବିଷ୍କାରକ ଭାସ୍କୋଡାଗାମା ହେଉଛନ୍ତି ଉତ୍ତମାଶା ଅନ୍ତରୀପ ପରିକ୍ରମା କରି ଭାରତ ମହାସାଗର ଦେଇ ଭାରତରେ ପହଞ୍ଚିଥିବା ପ୍ରଥମ ୟୁରୋପୀୟ। ଆସନ୍ତୁ ଭାରତ ମହାସାଗର ବିଷୟରେ ଆଉ କେତେଟି କୌତୁହଳପ୍ରଦ ବିଷୟ ଜାଣିବା।

l ପୃଥିବୀର ସମୁଦାୟ ସମୁଦ୍ରାଞ୍ଚଳର ଏକପଞ୍ଚମାଂଶ ହେଉଛି ଭାରତ ମହାସାଗର। ତେଣେ ଏହା ଭୂପୃଷ୍ଠର ଶତକଡ଼ା ୨୦ ଭାଗ ଆବୃତ କରିଛି।
l ବିଶ୍ବର ତିନିବୃହତ୍‌ ମହାସାଗର ପ୍ରଶାନ୍ତ, ଆଟ୍‌ଲାଣ୍ଟିକ୍‌ ଓ ଭାରତ ମହାସାଗର ମଧ୍ୟରେ ସର୍ବକନିଷ୍ଠ ହେଉଛି ଭାରତ ମହାସାଗର। ଏହାର ଅବବାହିକାର ବୟସ ୮୦ ନିୟୁତ ବର୍ଷରୁ କମ୍।
l ବିଶ୍ବର ଚତୁର୍ଥ ବୃହତ୍‌ ଦ୍ବୀପ ମାଡାଗାସ୍କର୍‌ ସମେତ ଭାରତ ମହାସାଗର ମଧ୍ୟରେ ପ୍ରାୟ ୧୨୦୦ ଦ୍ବୀପ ରହିଛି।
l ଉତ୍ତର ସେଣ୍ଟିନେଲ୍‌ ଦ୍ବୀପର ସେଣ୍ଟିନେଲିଜ୍‌ ଜନଜାତି ହେଉଛନ୍ତି ଦୁନିଆର ବିରଳ ଜନଜାତି। ସେ ଦ୍ବୀପର ୩ ମାଇଲ୍‌ ପରିବ୍ୟାପ୍ତ ଅଞ୍ଚଳରେ ଜଳଯାନ ଚଳାଇବା ବେଆଇନ।
l ଭାରତ ମହାସାଗର ତଟରେ ରହିଛି ମୁମ୍ବାଇ, କୋଲ୍‌କାତା, କଲମ୍ବୋ, ଡର୍ବାନ୍‌, ଜାକର୍ତା ଓ ମେଲ୍‌ବର୍ଣ୍ଣ ଆଦି ଅତି ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ବନ୍ଦର।
l ଭାରତ ମହାସାଗର ଗର୍ଭରେ ପୋତାଧନ ରହିଛି ବୋଲି ଜନଶ୍ରୁତି କହେ। ଭାରତ ମହାସାଗର ସିସେଲ୍‌ଜ୍‌ରେ ଅଲିଭିୟର୍‌ ଲି ଭାସେୟୁର୍‌ ତାଙ୍କ ସମ୍ପଦ ପୋତିଛନ୍ତି ବୋଲି ବିଶ୍ବାସ କରାଯାଏ। ସେ ହରାଇଥିବା ଉକ୍ତ ସମ୍ପଦର ମୂଲ୍ୟ ୧୦୦,୦୦୦ ପାଉଣ୍ଡ୍‌ ବା ଭାରତୀୟ ମୁଦ୍ରା ହିସାବରେ ୧,୧୫,୬୭,୫୨୦ ଟଙ୍କା ହେବ।
l ବୈଜ୍ଞାନିକମାନେ ଭାରତ ମହାସାଗର ତଳେ ଗୋଟାଏ ଉଜୁଡ଼ା ମହାଦେଶ ଆବିଷ୍କାର କରିଛନ୍ତି। ସେ ଏହି ଭୂଖଣ୍ଡର ନାଁ ଦେଇଛନ୍ତି ‘ମଉରୁସିଆ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe