ଏକ ଚକିଆ ସାଇକେଲରେ ବିଶ୍ୱ ଭ୍ରମଣ କଲେ ୨୧ ବର୍ଷୀୟ ଯୁବକ!

Advertisment
ଏକ ଚକିଆ ସାଇକେଲରେ ବିଶ୍ୱ ଭ୍ରମଣ କଲେ ୨୧ ବର୍ଷୀୟ ଯୁବକ!

ଏକ ଚକିଆ ସାଇକେଲରେ ବିଶ୍ୱ ଭ୍ରମଣ କରିବା କଥା ଉଠିଲେ ନିଶ୍ଚିତ ଭାବରେ ସମସ୍ତେ ପଛଘୁଞ୍ଚା ଦେବେ। କିନ୍ତୁ ଏଭଳି କାରନାମା କରି ଦେଖାଇଛନ୍ତି ବ୍ରିଟେନର ୨୧ ବର୍ଷୀୟ ଯୁବକ। ତାଙ୍କ ନାମ ହେଉଛି ଇଡି ପ୍ରେଟ୍‌। ଯିଏକି ଗୋଟିଏ ଚକ ଥିବା ସାଇକେଲରେ ତିନି ବର୍ଷରେ ପୁରା ବିଶ୍ୱକୁ ଭ୍ରମଣ କରିସାରିଛନ୍ତି। ଆଉ ସବୁଠାରୁ ବଡ କଥା ହେଉଛି ଏହି ଭ୍ରମଣ ସମୟରେ ସେ ଚାରିଟି ପାଇଁ ୨.୫ କୋଟିରୁ ଅଧିକ ଟଙ୍କାର ଦାନ ମଧ୍ୟ ଏକାଠି କରିଛନ୍ତି।

publive-image photo by : BT.com

ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଯାଇଛନ୍ତି, ଯିଏକି ଏହି ଯାତ୍ରା ବିନା କୌଣସି ସମର୍ଥନରେ ପୁରା କରିଛନ୍ତି। ମାର୍ଚ୍ଚ ୨୦୧୫ରେ ଟାଇଟନ ସ୍ଥିତ ସମରସେଟରୁ ୨୧ ହଜାର ମାଇଲ ଯାତ୍ରାକୁ ଏକ ଚକିଆ ସାଇକେଲ ସହ ଆରମ୍ଭ କରିଥିଲେ। ସେ ନିଜ ସହ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ନେଇଥିଲେ। ବିନା କୌଣସି ସମର୍ଥନରେ ସେ ଏହି ଯାତ୍ରା ପୁରା କରିଥିବା ବେଳେ ଏହି ଯାତ୍ରାର ଫଟୋ ଗୁଡିକୁ ସେ ସୋସିଆଲ ସାଇଟରେ ପୋଷ୍ଟ କରିଛନ୍ତି। ଏଥିରେ କେତେକ ଦେଶର ପ୍ରମୁଖ ସ୍ଥାନର ଫଟୋ ରହିଛି। ସାଇକେଲରେ ଏହି ଭ୍ରମଣ କରିଥିବା ବେଳେ ଦକ୍ଷିଣ ଏସିଆ ଏବଂ ୟୁରୋପର ୨୦ରୁ ଅଧିକ ଦେଶ ସେ ବୁଲି ସାରିଛନ୍ତି।

publive-image photo by : svelo.eu

ସେ ଭ୍ରମଣ କରିସାରିଥିବା ଦେଶ ଗୁଡିକ ହେଉଛି, ଚୀନ, ସିଙ୍ଗାପୁର, ୟୁରୋପର ତୁର୍କୀ, ଜାର୍ଜିୟା, ଅଜରବୈଜାନ, କଜାକିସ୍ତାନ, ର୍କିଗିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜଲାଣ୍ଡ ଏବଂ ଆମେରିକା। ଏହାପରେ ସେ ନୁୟର୍କର ଏଡନବର୍ଗ ଯାଇଥିଲେ ଏବଂ ସେଠାରୁ ନିଜ ଯାତ୍ରାର ଅନ୍ତ ସମରସେଟ୍‌ ଠାରେ କରିଥିଲେ। ତେବେ ସବୁଠାରୁ ବଡ କଥା ହେଉଛି, ସେ ଏହି ଯାତ୍ରା ସମୟରେ ୨ କୋଟି ୬୯ ଲକ୍ଷ ୮୧ ହଜାର ଟଙ୍କା ଏକାଠି କରିପାରିଛନ୍ତି। ଏହି ଟଙ୍କା ଗରିବ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ କାମରେ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe