ବିଶ୍ବ ଜଳ ଦିବସ ଆଜି

ବିଶ୍ବ ଜଳ ଦିବସ ଆଜି

(representational immage( NewsroomPost

୧୯୯୩ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୨୨ ତାରିଖରେ ଜାତିସଂଘର ଆବାହନରେ ପାଳିତ ବିଶ୍ବ ଜଳ ଦିବସ ମଧୁର ଜଳର ଗୁରୁତ୍ବକୁ ଉତ୍‌ଥାପନ କରିବା ସଙ୍ଗେ ସଙ୍ଗେ ଜଳାଭାବ, ପ୍ରଦୂଷଣ, ଦୁର୍ବଳ ପରିମଳ ଭିତ୍ତିଭୂମି ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଦି ସମସ୍ୟା ଉପରେ ଆଲୋକପାତ କରିଥାଏ। ସୁରକ୍ଷିତ ଜଳ ହାସଲରୁ ବଞ୍ଚିତ ପୃଥିବୀର ପ୍ରାୟ ୨୦୦ କୋଟି ଲୋକଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜଳର ବ୍ୟବହାର, ପରିଚାଳନା ଓ ସଂରକ୍ଷଣ ଦିଗରେ ଆମେ ସମସ୍ତେ ବ୍ୟକ୍ତିଗତ, ପାରିବାରିକ, ସାଙ୍ଗଠନିକ ସ୍ତରରେ ସଚେତନ ହେବାର ଆବଶ୍ୟକତା ରହିଛି। ଅନେକ ସ୍ଥାନର ଭୂତଳ ଜଳର ଅତ୍ୟଧିକ ବ୍ୟବହାର ଓ ପ୍ରଦୂଷଣ ଭଳି ମନୁଷ୍ୟକୃତ ସମସ୍ୟା ବୃଦ୍ଧି ପାଉଛି।

ଜଳବାୟୁ ପରିବର୍ତ୍ତନ ସହିତ ଜଳ ସଙ୍କଟ ଆହୁରି ଉତ୍କଟ ହେବାର ଅନେକ ଆଶଙ୍କା ରହିଛି। ତେଣୁ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ମଧୁର ଜଳ ଆବଶ୍ୟକତା ପୂରଣ ଲାଗି ଜଳର ସୁଚିନ୍ତିତ ପରିଚାଳନା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଭୂତଳ ଜଳର ପ୍ରଦୂଷଣ ଦୂର କରିବା ଲାଗି ଦଶନ୍ଧି ଦଶନ୍ଧି ସମୟ ଲାଗୁଥିବାରୁ ଏହାକୁ ପ୍ରଦୂଷଣରୁ ଦୂରେଇ ରଖିବା ଆମର ଦାୟିତ୍ବ। ସେହିପରି ଜଳର ଧାରଣକ୍ଷମ ବ୍ୟବହାର ଦ୍ବାରା ମଣିଷ ଓ ପୃଥିବୀର ଆବଶ୍ୟକତା ମଧ୍ୟରେ ଭାରସାମ୍ୟ ବଜାୟ ରଖିବା ମଧ୍ୟ ଜରୁରୀ। ଜାତିସଂଘ ଏବେ ଜଳ ଓ ପରିମଳ ସଙ୍କଟର ସମାଧାନ ଲାଗି ପରିବର୍ତ୍ତନର ଧାରାକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କରୁଛି। ତେଣୁ ‘ପରିବର୍ତ୍ତନକୁ ତ୍ବରାନ୍ବିତ କରିବା’କୁ ଏ ବର୍ଷ ଜଳ ଦିବସର ପ୍ରସଙ୍ଗ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe