Advertisment

ଭାରତରେ ବିଶ୍ବର ଶ୍ରେଷ୍ଠ ହୋଟେଲ, ରହଣି ଖର୍ଚ୍ଚ ୧୦ ଲକ୍ଷ!

Advertisment
ଭାରତରେ ବିଶ୍ବର ଶ୍ରେଷ୍ଠ ହୋଟେଲ, ରହଣି ଖର୍ଚ୍ଚ ୧୦ ଲକ୍ଷ!

Taj Hotels

ନିକଟରେ ରାଜସ୍ଥାନର ଜୟପୁର ସ୍ଥିତ ‘ରାମବାଗ ପ୍ୟାଲେସ’ ହୋଟେଲକୁ ଯାତ୍ରୀ ରହଣି ପାଇଁ ବିଶ୍ବର ଶ୍ରେଷ୍ଠ ହୋଟେଲର ମାନ୍ୟତା ମିଳିଛି। ଅନ୍‌ଲାଇନ୍‌ ଯାତ୍ରା ଯୋଗାଣ ସଂସ୍ଥା ‘ଟ୍ରିପ୍‌ ଆଡଭାଇଜର’ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଭିତ୍ତିରେ ରାମବାଗ ପ୍ୟାଲେସ ବିଶ୍ବର ଅତ୍ୟନ୍ତ ବିଳାସମୟ ହୋଟେଲଗୁଡ଼ିକୁ ପଛରେ ପକାଇ ‘ଯାତ୍ରୀ ପସନ୍ଦ ସମ୍ମାନ-୨୦୨୩’ ଲାଭ କରିଛି। ଗତ ବର୍ଷ ଜାନୁଆରି ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ବିଶ୍ବର ପ୍ରାୟ ୧୫ ଲକ୍ଷ ହୋଟେଲ ବାବଦରେ ପ୍ରାପ୍ତ ତଥ୍ୟକୁ ବିଶ୍ଳେଷଣ କରି ଟ୍ରିପ୍‌ ଆଡଭାଇଜର ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି।

ଯାତ୍ରୀଙ୍କ ପାଇଁ ଶ୍ରେଷ୍ଠ ହୋଟେଲର ଦଶଟିକିଆ ତାଲିକାରେ ‘ଜୟପୁରର ରତ୍ନ’ ଭାବେ ପରିଚିତ ରାମବାଗ ପ୍ୟାଲେସ ଭାରତର ଏକମାତ୍ର ହୋଟେଲ ଭାବେ ସ୍ଥାନ ପାଇ ଦେଶ ପାଇଁ ଗର୍ବର ବିଷୟ ହୋଇଛି। ରାମବାଗ ପ୍ୟାଲେସ୍‌ର ସବୁଠାରୁ ରାଜକୀୟ ସୁଇଟ୍‌ ‘ସୁଖ ନିବାସ’ରେ ରହିବାକୁ ହେଲେ ଦିନକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଅବଶ୍ୟ ଅନ୍ୟ କୋଠରିରେ ରହିବା ପାଇଁ ଦିନକର ଭଡ଼ା ହେଉଛି ୩୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଉକ୍ତ ତାଲିକାର ଦ୍ବିତୀୟ ସ୍ଥାନରେ ମାଳଦ୍ବୀପର ବୋଲୁଫୁସି ସ୍ଥିତ ‘ଓଜନ ରିଜର୍ଭ’ ଓ ତୃତୀୟରେ ବ୍ରାଜିଲର ଗ୍ରାମାଡୋ ସ୍ଥିତ ‘କଲିନ୍‌ ଡି ଫ୍ରାନ୍‌ସ’ ରହିଛି। ତାହା ପଛକୁ ପଛ ଲଣ୍ଡନ ସ୍ଥିତ ‘ସଂଗ୍ରିଲା ଦି ସାର୍ଦ’, ହଂକଂ ସ୍ଥିତ ‘ଦି ରିଜ୍‌-କାର୍ଲଟନ୍‌’, ଦୁବାଇ ସ୍ଥିତ ‘ଜେଡବଲ୍ୟୁ ମାରିଅଟ୍‌ ମାର୍କ୍ବିସ’, ତୁର୍କୀର ଇସ୍ତାନବୁଲ ସ୍ଥିତ ‘ରୋମାନ୍‌ସ ଇସ୍ତାନବୁଲ’, ଗ୍ରିସ୍‌ର ଡାଜିଆ ସ୍ଥିତ ‘ଆଇକସ ଡାଜିଆ’, ସ୍ପେନ୍‌ର ଇଷ୍ଟେପୋନା ସ୍ଥିତ ‘ଆଇକସ ଆଣ୍ଡାଲୁସିଆ’ ଓ ଇଣ୍ଡୋନେସିଆର ପୁହୁ ସ୍ଥିତ ‘ପଦ୍ମା ରିସର୍ଟ ଉବୁଦ’ ହୋଟେଲ ରହିଛନ୍ତି। ଆଶ୍ଚର୍ଯ୍ୟର କଥା, ଆମେରିକାର କୌଣସି ହୋଟେଲ ଏହି ତାଲିକାରେ ସ୍ଥାନ ପାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe