ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ ବିମାନ ବନ୍ଦର, ୬ ଲକ୍ଷ ୨୦ଟି ବିମାନ ଆସିବାର ଯୋଜନା ରହିଛି

Advertisment
ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ ବିମାନ ବନ୍ଦର, ୬ ଲକ୍ଷ ୨୦ଟି ବିମାନ ଆସିବାର ଯୋଜନା ରହିଛି

ବେଜିଂ: ଚୀନର ରାଜଧାନୀ ବେଜିଂରେ ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର ନିର୍ମାଣ ହେଉଛି । ଏହା ଦେଖିବାକୁ ପୂରାପୂରି ସ୍ପେଶକାଫ୍‌ଟ୍ର ଭଳି । ୨୦୧୯ ଅକ୍ଟୋବରରେ ଏହି ଏୟାରପୋର୍ଟରେ ପ୍ରଥମଥର ଟ୍ରାଏଲ କରାଯିବ ।

ବେଜିଂ ମୁନିସପାଲ ଅଫିସର ସୂଚନା ଅନୁଯାୟୀ, ଏହି ବିଶାଳ ପ୍ରୋଜେକ୍ଟର ର୍ନିମାଣ କାର୍ଯ୍ୟ ୨୦୧୯ ଜୁଲାଇ ମାସ ସୁଦ୍ଧା ଶେଷ ହୋଇଯିବ। ଏହି ବିମାନବନ୍ଦରଟି ଦାକ୍ସିଙ୍ଗ ଓ ଲାଙ୍ଗଫାଙ୍ଗର ସୀମାରେ ର୍ନିମାଣ କରାଯାଉଛି।

publive-image

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ପେଶକ୍ରାଫ୍‌ଟ ଭଳି ଡିଜାଇନ ହୋଇଥିବା ଏହି ବିମାନବନ୍ଦର ୩,୧୩,୦୦୦ ବର୍ଗ ମିଟର ପରିମିତ ଅଞ୍ଚଳ ଉପରେ ର୍ନିମାଣ କରାଯାଉଛି । ଏହି ବିମାନବନ୍ଦରରେ ୬ଟି ଗ୍ୟାଲେରୀ ରହିବାକୁ ଥିବା ବେଳେ ସୁନ୍ଦର ବଗିଚା ଓ ଅର୍ନ୍ତଜାତୀୟ ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ଟର୍ମିନାଲ ରହିବ । ଏହାଛଡା ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ ବୋଲି ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିମାନବନ୍ଦରରୁ ପ୍ରତିବର୍ଷ ଦଶ କୋଟି ଯାତ୍ରୀ ଯାତ୍ରା କରିବେ ଏବଂ ୪ମିଲିୟନ ଟନ୍‌ ମାଲ ଏହିଠାରୁ ବାହାରକୁ ପଠାଯିବ।

publive-image

ବେଜିଂ କ୍ୟାପିଟାଲ ଇଣ୍ଟରନ୍ୟାସନାଲ ବିମାନବନ୍ଦର ଠାରୁ ୬୭ କିଲୋମିଟର ଦୂରରେ ଏହି ବିମାନବନ୍ଦର ର୍ନିମାଣ କରାଯାଉଛି । ଖୁବଶୀଘ୍ର ଏହି ବିମାନବନ୍ଦରଟି ଖୋଲିବାକୁ ଥିବା ବେଳେ ଏହାକୁ ସଂଯୋଗ କରୁଥିବା ରାସ୍ତାର କାମ ଆରମ୍ଭ ହୋଇଗଲାଣି । ଡିଜାଇନ ଅନୁଯାୟୀ, ଏହି ବିମାନବନ୍ଦରରେ ୪ଟି ରନୱେ ରହିବ । ଏହାଛଡା ପ୍ରତିବର୍ଷ ଏଠାକୁ ୬ ଲକ୍ଷ ୨୦ ବିମାନ ଆସିବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe