ମାର୍ଚ୍ଚ ୪ ତାରିଖରେ ପ୍ରଥମ ଯାତ୍ରା ଆରମ୍ଭ କରିବ ବିଶ୍ୱର ବୃହତ୍ତମ ମାନବବାହୀ ଜାହାଜ ‘ୱାଣ୍ଡର୍‌ ଅଫ୍ ଦ ସିଜ୍‌’

ମାର୍ଚ୍ଚ ୪ ତାରିଖରେ ପ୍ରଥମ ଯାତ୍ରା ଆରମ୍ଭ କରିବ ବିଶ୍ୱର ବୃହତ୍ତମ ମାନବବାହୀ ଜାହାଜ ‘ୱାଣ୍ଡର୍‌ ଅଫ୍ ଦ ସିଜ୍‌’

ବିଶ୍ୱର ବୃହତ୍ତମ ମାନବବାହୀ ଜାହାଜ ‘ୱାଣ୍ଡର୍‌ ଅଫ୍ ଦ ସିଜ୍‌’ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ମାର୍ଚ୍ଚ ୪ ତାରିଖରେ ଜାହାଜଟି ଫ୍ଲୋରିଡ଼ାର ଲଉଡର୍‌ଡେଲ୍‌ ବନ୍ଦର‌ ଠାରୁ କାରବୀୟ ‌ ସାଗରରେ ପ୍ରଥମ ଯାତ୍ରା ଆରମ୍ଭ କରିବ। ରୟାଲ କାରବିଆନ୍ ଗ୍ରୁପ୍ ଦ୍ବାରା ନିର୍ମିତ ଏହି ଜାହାଜଟିର କାର୍ଯ୍ୟ ୨୦୧୬ ମସିହା ମେ’ ମାସରୁ ଆରମ୍ଭ ହୋଇ ଜାନୁଆରି ୨୦୨୨ରେ ଶେଷ ହୋଇଥିଲା। ଏହି ଜାହାଜଟି ଭୂମଧ୍ୟସାଗର ଏବଂ କାରବୀୟ ସାଗର ମଧ୍ୟରେ ଚଳାଚଳ କରିବ। ୧୮ ମହଲା ବିଶିଷ୍ଟ ଏହି ଜାହାଜର ଓଜନ ୨ ଲକ୍ଷ ୭୩ ହଜାର ୪୩୧ ଟନ୍ ହୋଇଥିବା ବେଳେ ଏହାର ଦୈର୍ଘ୍ୟ ହେଉଛି ୧୮୮୮ ଫୁଟ। ସର୍ବାଧିକ ୪୧ କିଲୋମିଟର ବେଗରେ ଜାହାଜଟି ସମୁଦ୍ର ମଧ୍ୟରେ ଗତି କରିପାରିବ। ୬୯୯୮ ଜଣ ଅତିଥି ଏବଂ ୨୩୦୦ ଜଣ ପରିଚାରକଙ୍କୁ ଏକକାଳୀନ ବୋହିବାର କ୍ଷମତା ରଖିଛି ୱାଣ୍ଡର୍‌ ଅଫ୍ ଦ ସିଜ୍‌।

publive-image Thedope.news

ଏହି ବିଳାସପୂର୍ଣ୍ଣ ଜାହାଜରେ ୨୪ଟି ଲିଫ୍‌ଟ, ୧୫୦ଟି ଚିତ୍ତବିନୋଦନ ପାର୍କ, ପିଲାଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ, ସୁଇମିଙ୍ଗ ପୁଲ୍, ସ୍ପା, ଜିମ୍, ଜଗିଙ୍ଗ୍ ଟ୍ରାକ୍, ମିନି ଗଲ୍‌ଫ କୋର୍ଟ, ଆଉଟ୍‌ଡୋର ସିନେମା, କାସିନୋ କ୍ଲବ୍ ସାଙ୍ଗକୁ ଅନେକ ରେସ୍ତୋରାଁ ଏବଂ ବାର୍‌ ରହିଛି। ଆବଶ୍ୟକ ସ୍ଥଳେ ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ ରହିଛି। ପର୍ଯ୍ୟଟକମାନେ କିପରି ଏହି ସବୁ ବ୍ୟବସ୍ଥାର ଲାଭ ଉଠାଇ ପାରିବେ ସେଥିଲାଗି କମ୍ପାନି ସ୍ବତନ୍ତ୍ର ଧ୍ୟାନ ଦେଇଛି। ଏହାର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧.୩୫ ବିଲିୟନ୍ ଡଲାର୍ ବା ଭାରତୀୟ ମୁଦ୍ରାରେ ୧୦,୨୦୬ କୋଟି ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe