ଦେଢ଼ ଲକ୍ଷ ଟଙ୍କାର ବେଙ୍ଗ; ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ

ଦେଢ଼ ଲକ୍ଷ ଟଙ୍କାର ବେଙ୍ଗ; ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବିଷାକ୍ତ ବେଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ବିଷାକ୍ତ ବେଙ୍ଗର ବିଷ ଏକାଥରକେ ୧୦ଜଣ ଲୋକଙ୍କ ଜୀବନ ନେଇ ପାରେ ବୋଲି ଜଣାପଡ଼ିଛି। ଏହି ପ୍ରଜାତିର ବେଙ୍ଗ ଅନ୍ତର୍ଜାତୀୟ କଳା ବଜାରରେ ୨୦୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ।

publive-image

ଏହି ପ୍ରଜାତିର ବେଙ୍ଗର ନାମ ‘ପଏଜନ ଡାର୍ଟ ଫ୍ରଗ’। ଏହା ଲୁପ୍ତପ୍ରାୟ। ଏହି ପ୍ରଜାତିର ବେଙ୍ଗ ସାଧାରଣତଃ ଦେଖିବାକୁ ହଳଦିଆ କିମ୍ବା କଳା ରଙ୍ଗର ହୋଇଥାଆନ୍ତି। ମାତ୍ର ଏହି ବେଙ୍ଗ ବିଭିନ୍ନ ରଙ୍ଗର ହୋଇଥାଆନ୍ତି। ଏହାର ଲମ୍ବ ୧.୫ ସେଣ୍ଟିମିଟରରୁ ୬ ମିଟର ପର୍ଯ୍ୟନ୍ତ ହୋଇଥାଏ। ସେହିପରି ଓଜନ ୨୮ରୁ ୩୦ ଗ୍ରାମ ମଧ୍ୟରେ ରହିଥାଏ।

ଏହି ପ୍ରଜାତିର ବେଙ୍ଗମାନେ ନିଜ ଅଣ୍ଡାର ଧ୍ୟାନ ନିଜେ ରଖି ଥାଆନ୍ତି। ନିଜ ଅଣ୍ଡାକୁ ଏମାନେ କୌଣସି ଓଦାଳିଆ ସ୍ଥାନ କିମ୍ବା ଶୁଖିଲା ପତ୍ର ଭିତରେ ଯତ୍ନ ସହକାରେ ଲୁଚାଇ ରଖନ୍ତି। ‘ପଏଜନ ଡାର୍ଟ ଫ୍ରଗ’ର ବିଷ ସବୁଠାରୁ ମାରାତ୍ମକ। ବିଶେଷ ଭାବେ ଏହି ବେଙ୍ଗ ବୋରଲିବିୟା, କୋଷ୍ଟାରିକା, ବ୍ରାଜିଲ, କଲମ୍ବିଆ, ଭେନଜୁଏଲା, ପେରୁ, ଗୁଆନା, ପାନାମା ଆଦି ଦେଶର ଜଙ୍ଗଲରେ ଦେଖିବାକୁ ମିଳିଥାଏ।

World's most poisonous frog Cost 1.50 lakh Rupees

‘ପଏଜନ ଡାର୍ଟ ଫ୍ରଗ’ ପ୍ରଜାତିର ୪୨୪ଟି ଛୁଆ ବେଙ୍ଗକୁ ନିକଟରେ ବଗୋଟାର ଅଲ-ଡୋରାଡୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଜବତ କରାଯାଇଥିଲା। ଏଥିମଧ୍ୟରୁ ପ୍ରତ୍ୟେକ ବେଙ୍ଗର ମୂଲ୍ୟ ୧.୫୦ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଇଥିଲା। ଏଥିମଧ୍ୟରୁ କିଛି ମଲା ବେଙ୍ଗ ଥିବା ବେଳେ ବିଷ ବହୁତ ମରାତ୍ମକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe