ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବେଜୋସ୍‌ ଏହି କାରଣରୁ ତାଙ୍କ ମହାକାଶ କମ୍ପାନି ‘ବ୍ଲୁ ଅରିଜିନ୍‌’ରେ ନିବେଶ କରି ଚାଲିଛନ୍ତି ମାତ୍ରାଧିକ ଅର୍ଥ

www.indiatimes.com

ନୂଆଦିଲ୍ଲୀ: ଗତ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରକାଶ ପାଇଥିବା ଧନୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ‘ଆମାଜୋନ୍‌’ର ସିଇଓ ଜେଫ୍‌ ବେଜୋସ୍‌। ତାଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ତାଙ୍କ ମହାକାଶ କମ୍ପାନି ‘ବ୍ଲୁ ଅରିଜିନ୍‌’ରେ ରୀତିମତ ଭାବେ ପ୍ରଚୁର ଅର୍ଥ ନିବେଶ କରିଚାଲିଛନ୍ତି।

ନିକଟରେ ଏକ ସାକ୍ଷାତ୍‌କାରରେ ଜେଫ୍‌ଙ୍କୁ ଏ ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା। ମହାକାଶ ପ୍ରକଳ୍ପଗୁଡ଼ିକରେ ସେ କହିଁକି ଏତେ ନିବେଶ କରନ୍ତି, ତାଙ୍କ ଉଦେଶ୍ୟ କ’ଣ ବୋଲି ପଚରା ଯାଇଥିବା ପ୍ରଶ୍ନର ସେ ଯେଉଁ ଉତ୍ତର ଦେଇଛନ୍ତି ତାହା ସମର୍ଥ ପୃଥିବୀବାସୀଙ୍କୁ ଆଶ୍ୱସ୍ଥ କରାଇବ ନିଶ୍ଚୟ!

publive-image www.indiatimes.com

ଜେଫ୍‌ ଉତ୍ତର ଦେଇ କହିଛନ୍ତି, ‘ମୁଁ ଭାବୁଛି ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହା ଆଗାମୀ ପିଢ଼ି ପାଇଁ ଜରୁରୀ। ଏ ବିଷୟରେ ମୁଁ ଗଭୀର ଭାବେ ଯତ୍ନଶୀଳ। ଏହା ଏପରି ଏକ କଥା ଯାହାକୁ ମୁଁ ମୋ ଜୀବନ ସାରା ଭାବି ଆସିଛି। ମଣିଷ ଯେଉଁ ଭଳି ଭାବେ ପୃଥିବୀକୁ ଧ୍ୱଂସ କରି ଚାଲିଛି, ଭବିଷ୍ୟତ ପିଢ଼ି ପାଇଁ ବିକଳ୍ପର ନିହାତି ଆବଶ୍ୟକତା ରହିଛି।’

ପୃଥିବୀ ପୂରା ଧ୍ୱଂସ ପାଇଯିବା ଭିତରେ ମଣିଷଙ୍କ ରହିବା ପାଇଁ ସେ ଆଉ ଏକ ଗ୍ରହକୁ ରହଣୀ ଉପଯୋଗୀ କରିବାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe