ବିଶ୍ବର କ୍ଷୁଦ୍ରତମ ଟେଲିଭିଜନ

Advertisment
ବିଶ୍ବର କ୍ଷୁଦ୍ରତମ ଟେଲିଭିଜନ

Daily Mail

ଟେଲିଭିଜନ ପରଦା ସାଧାରଣତଃ ଯେତେ ବଡ଼ ହେବ, ଚିତ୍ରଗୁଡ଼ିକ ତଦନୁସାରେ ଜୀବନ୍ତ ଜଣାପଡ଼ିବ। ସୁତରାଂ କୌଣସି ପ୍ରତ୍ୟକ୍ଷଦର୍ଶୀ ଅନୁଭବ ପାଇଁ ଟିଭି ସେଟ୍‌ର ଆକାର ଯେତେ ବଡ଼ ହେବ ସେତେ ଭଲ। ମାତ୍ର କ୍ଷୁଦ୍ରାତିକ୍ଷୁଦ୍ର ଇଲେକ୍ଟ୍ରୋନିକ ସରଞ୍ଜାମ ପ୍ରସ୍ତୁତ କରୁଥିବା ଟାଇନିସର୍କିଟ୍‌ସ ନାମକ ଏକ କମ୍ପାନି ନିକଟରେ ବିଶ୍ବର କ୍ଷୁଦ୍ରତମ ଟେଲିଭିଜନ୍‌ ସେଟ୍‌ ପ୍ରସ୍ତୁତ କରିଥିବାର ରେକର୍ଡ କରିଛି। କମ୍ପାନି ପକ୍ଷରୁ ଟାଇନିଟିଭି ୨ ଓ ଟାଇନିଟିଭି ମିନି ନାମରେ ଏପରି ଦୁଇଟି ଉତ୍ପାଦର ଲୋକାର୍ପଣ କରାଯାଇଛି ଯାହାର ଆକାର ପ୍ରାୟ ଏକ ଡାକଟିକେଟ୍‌ ସମ ହେବ। ଅନ୍ୟ ବଡ଼ ଟିଭି ପରି ସେଥିରେ ଚ୍ୟାନେଲ ବଦଳାଇବା ସ୍ବିଚ୍‌ ଓ ଭଲ୍ୟୁମ୍‌ କଣ୍ଟ୍ରୋଲର ରହିବା ସହ ତାହା ରିମୋଟ୍‌ ଦ୍ବାରା ମଧ୍ୟ ପରିଚାଳିତ।

ଏପରିକି ତହିଁରେ ୮ ଜିବିର ଷ୍ଟୋରେଜ୍‌ ସହ ଭିଡିଓ ଅପ୍‌ଲୋଡିଂ ପାଇଁ କମ୍ପ୍ୟୁଟର ସଂଯୋଗର ବ୍ୟବସ୍ଥା ମଧ୍ୟ ରହିଛି। ଉଭୟ ସେଟ୍‌ରେ ଏକ ୨.୬ ସେ.ମି. ବା ଏକ ଇଞ୍ଚର ଏକ ପରଦା ରହିଛି ଯାହା ତା’ଠାରୁ ଛୋଟ ଏକ ସ୍ପିକର ଉପରେ ଯୋଡ଼ାଯାଇଛି। ଟାଇନିଟିଭି ୨ରେ ଏକ ଟିଏଫଟି ପରଦା ଲାଗିଥିବା ବେଳେ ଟାଇନିଟିଭି ମିନିରେ ଏକ ଓଲେଡ୍‌ ପରଦା ରହିଛି। ସେଥିରେ ଖଞ୍ଜାଯାଇଥିବା ବ୍ୟାଟେରି ଶକ୍ତିରେ ଦୁଇ ଘଣ୍ଟା ଧରି ଭିଡିଓ ଚାଲିପାରିବ। ଟିଭି ଦୁଇଟିର ମୂଲ୍ୟ ଯଥାକ୍ରମେ ୪୯ ଓ ୫୯ ଡଲାର୍ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe