ବିଶ୍ୱର ପ୍ରଥମ ୧୦ କୋଭିଡ୍‌ ଟିକା

Advertisment
ଅଗଷ୍ଟ ୧୨ରେ ରୁଷିଆ ଛାଡ଼ିବ ବିଶ୍ବର ପ୍ରଥମ କୋଭିଡ୍‌ ଟିକା

Institute for Policy Studies

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ର ଅନିୟନ୍ତ୍ରିତ ଉପଦ୍ରବ ଜାରି ରହିଥିବା ବେଳେ ଭାରତରେ ଆକ୍ତାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଛୁଇଁବାକୁ ଯାଉଛି। ପରିସ୍ଥିତିର ମୁକାବିଲା ପାଇଁ ଉନ୍ନତ ଟିକାଟିଏ ବିକାଶ କରିବା ଲାଗି ବିଭିନ୍ନ ଭେଷଜ କମ୍ପାନି, ପ୍ରତିଷ୍ଠାନ ଏବଂ ସ୍ବେଚ୍ଛାସେବୀ ସଂସ୍ଥା ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ବିଶ୍ବର ପ୍ରଥମ ବିକଶିତ ୧୦ଟିକା ସଂପର୍କରେ ସଂକ୍ଷିପ୍ତ ସୂଚନା ନିମ୍ନରେ ଦିଆଗଲା।

ଏଜେଡ୍‌ଡି୧୨୨୨(ବ୍ରିଟେନ)
(ଅକ୍ସଫୋର୍ଡ ୟୁନିଭର୍ସିଟି, ଆଷ୍ଟ୍ରାଜେନେକା)
ବୈଷୟିକ ମାଧ୍ୟମ ଓ ଗବେଷଣା: ଏଡେନୋଭାଇରସ୍‌ ଭେକ୍ଟର
(ମଧ୍ୟମ ଜୀବନଚକ୍ର ଆଧାରିତ ଭାଇରସ୍‌)
ପରୀକ୍ଷଣ ପର୍ଯ୍ୟାୟ-୨-୩

ଏଡି୫-ଏନ୍‌କୋଭ୍‌(ଚୀନ୍‌)
(କାନ୍‌ସିନୋ ବାୟୋଲୋଜିକ୍ସ)
ବୈଷୟିକ ମାଧ୍ୟମ ଓ ଗବେଷଣା:
ରିକମ୍ବିନାଣ୍ଟ୍‌ ଏଡେନୋଭାଇରସ୍‌ ଟାଇପ୍‌ ୫ ଭେକ୍ଟର
(ପୁନଃ ସଂଯୋଜକ ଏଡେନୋଭାଇରସ୍‌)
ପରୀକ୍ଷଣ ପର୍ଯ୍ୟାୟ-୨

ଏମ୍‌ଆର୍‌ଏନ୍‌ଏ-୧୨୭୩(ଆମେରିକା)
ମୋଡର୍ଣ୍ଣା, (ୟୁଏସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଆଣ୍ଡ୍‌ ଇନ୍‌ଫେକ୍‌ସିୟସ୍‌ ଡିଜିଜ୍‌)
ବୈଷୟିକ ମାଧ୍ୟମ - ଅତି କ୍ଷୁଦ୍ର ଭୂତାଣୁ ଆରଏନ୍‌ଏ
ପରୀକ୍ଷଣ ପର୍ଯ୍ୟାୟ -୨

ବିଏନ୍‌ଟି୧୬୨(ଏ୧,ବି୧,ବି୨,ସି୨)
(ଜର୍ମାନୀ, ଆମେରିକା)
(ବାୟୋଏନ୍‌ଟେକ୍‌)
ବୈଷୟିକ ମାଧ୍ୟମ ଓ ଗବେଷଣା: ଆରଏନ୍‌ଏ
ପରୀକ୍ଷଣ ପର୍ଯ୍ୟାୟ- ୧-୨

କରୋନାଭ୍ୟାକ୍‌(ଚୀନ୍‌)
(ସିନୋଭାକ୍‌ବାୟୋଟେକ୍‌)
ବୈଷୟିକ ମାଧ୍ୟମ ଓ ଗବେଷଣା:
ନିଷ୍କ୍ରିୟ ସାର୍ସ‌୍ କଭ୍‌୨ ଭାଇରସ୍‌
ପରୀକ୍ଷଣ ପର୍ଯ୍ୟାୟ-୧-୨

ଆଇଏନ୍‌ଓ-୪୮୦୦ (ଆମେରିକା-ଦକ୍ଷିଣ କୋରିଆ)
ଇନୋଭିଓ ଫାର୍ମାସ୍ୟୁଟିକାଲ୍ସ (ସିଇପିଆଇ)
(ବୈଷୟିକ ମାଧ୍ୟମ ଓ ଗବେଷଣା- ଡିଏନ୍ଏ ପ୍ଲାଜ୍‌ମା ଅଣୁ ଆଧାରିତ
ପରୀକ୍ଷଣ ପର୍ଯ୍ୟାୟ-୧-୨

ନାମ ଘୋଷଣା ହୋଇନାହିଁ (ଚୀନ୍‌)
(ଚାଇନିଜ୍‌ ଏକାଡେମି ଅଫ୍‌ମେଡିକାଲ୍‌ସାଇନ୍ସ)
ବୈଷୟିକ ମାଧ୍ୟମ ଓ ଗବେଷଣା:
ନିଷ୍କ୍ରୀୟ ସାର୍ସ‌୍ କଭ୍‌୨ ଭାଇରସ୍‌
ପରୀକ୍ଷଣ ପର୍ଯ୍ୟାୟ-୧-୨

ଏଜି୦୩୩୦୧-କୋଭିଡ୍‌-୧୯(ଜାପାନ)
ବୈଷୟିକ ମାଧ୍ୟମ ଓ ଗବେଷଣା:
ଡିଏନ୍‌ଏ ପ୍ଲା‌ଜ୍‌ମିଡ୍‌
ପରୀକ୍ଷଣ ପର୍ଯ୍ୟାୟ-୧-୨

କୋଭିଡ୍‌-୧୯/ଏ ଏପିସି(ଚୀନ୍‌)
(ସେନ୍‌ଜେନ୍‌ ଜେନୋଇମ୍ୟୁନ୍‌ ମେଡିକାଲ୍‌ ଇନଷ୍ଟିଚ୍ୟୁଟ୍‌)
ବୈଷୟିକ ମାଧ୍ୟମ ଓ ଗବେଷଣା:
ଲେଣ୍ଟିଭାଇରାଲ୍‌ ଭେକ୍ଟର
ପରୀକ୍ଷଣ ପର୍ଯ୍ୟାୟ-୧

ଏଲ୍‌ଭି-ଏସ୍‌ଏମ୍‌ଇଏନ୍‌ପି-ଡିସି(ଚୀନ୍‌)
(ସେନ୍‌ଜେନ୍‌ ଜେନୋଇମ୍ୟୁନ୍‌ ମେଡିକାଲ୍‌ ଇନଷ୍ଟିଚ୍ୟୁଟ୍‌)
ବୈଷୟିକ ମାଧ୍ୟମ ଓ ଗବେଷଣା:
ରୂପାନ୍ତରିତ ଲେଣ୍ଟିଭାଇରାଲ୍‌ ଭେକ୍ଟର
ପରୀକ୍ଷଣ ପର୍ଯ୍ୟାୟ-୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe