ବର୍ଷା ପାଇଁ ପୂଜାପାଠ

Advertisment
ବର୍ଷା ପାଇଁ ପୂଜାପାଠ

ଅନିୟମିତ ବର୍ଷା ସାଙ୍ଗକୁ ଶୀତାଭାବ ଏବେ ହିମାଚଳ ପ୍ରଦେଶର ବିଶେଷ କରି ଫଳ ଓ ଡାଲି ଫସଲ ଚାଷୀଙ୍କୁ ଚିନ୍ତାରେ ପକାଇଛି। ବିଗତ ତିନି ମାସ ହେଲା ରାଜ୍ୟରେ ଜମା ବର୍ଷା ହୋଇନାହିଁ। ସେହିପରି ଜାନୁଆରି ମାସ ସରିବାକୁ ବସିଥିବା ବେଳେ ଶୀତଜନିତ କାକର କି ତୁଷାରପାତ ଦେଖିବାକୁ ମିଳିନାହିଁ। ଫଳରେ ରାଜ୍ୟରେ ଡାଲି ଫସଲ ତ ଉଜୁଡ଼ିବା ଉପରେ, ଏହା ସାଙ୍ଗକୁ ଆଶାନୁରୂପ କଷି ଧରିନଥିବାରୁ ସେଓଚାଷୀମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଶେଷରେ ସେମାନେ ଅନନ୍ୟୋପାୟ ହୋଇ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାପାଠ ଉପରେ ଭରସା କରିଛନ୍ତି।

ଅସରାଏ ଦି’ ଅସରା ବର୍ଷା ସାଙ୍ଗକୁ ସେଓ ଫସଲ ଉପଯୋଗୀ ଶୀତ ପ୍ରବାହ ପାଇଁ ସେମାନେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ରାଜ୍ୟର ହିନ୍ଦୁ ଧର୍ମାବଲମ୍ବୀ ଚାଷୀମାନେ ବର୍ଷାଦେବ ଭାବେ ପରିଚିତ କାମ୍ରୁନାଗ ଓ ଇନ୍ଦ୍ରୁନାଗଙ୍କ ପାଖରେ ଶରଣ ପଶିଛନ୍ତି। ସେହିପରି ବୌଦ୍ଧ ଧର୍ମାଲମ୍ବୀମାନେ ଲାହୌଲ-ସ୍ପିତି, କିନ୍ନୌର ଓ ଧର୍ମଶାଳାରେ ପୂଜାର୍ଚ୍ଚନା ଚଳାଇଛନ୍ତି। ଏପରିକି ବର୍ଷା ଓ ତୁଷାରପାତ ପାଇଁ ସମୁଦ୍ର ପତ୍ତନରୁ ୪,୫୯୦ ମିଟର ଉଚ୍ଚ ଜୁଞ୍ଜୁମ ହିମପ୍ରବାହ ଠାରେ ଉଭୟ ଧର୍ମର ଲୋକେ ମିଳିତ ପ୍ରାର୍ଥନା ଆରମ୍ଭ କରିଛନ୍ତି। ରାଜ୍ୟରେ ବିଗତ ୧୨୨ ବର୍ଷ ଭିତରେ ଚଳିତ ବର୍ଷ ହିଁ ସବୁଠୁ କମ୍‌ ବୃଷ୍ଟିପାତ ହୋଇଛି। ତେବେ ଐଶ୍ବରୀୟ ଆଶୀର୍ବାଦ ହିଁ ସେମାନଙ୍କୁ ଏହି ବିପଦରୁ ମୁକୁଳାଇପାରିବ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe