ଏହି ପାସ୍‌ଓ୍ଵାର୍ଡଟି ହେଉଛି ୨୦୧୮ର ସବୁଠାରୁ ଖରାପ ପାସ୍‌ଓ୍ଵାର୍ଡ!

ଏହି ପାସ୍‌ଓ୍ଵାର୍ଡଟି ହେଉଛି ୨୦୧୮ର ସବୁଠାରୁ ଖରାପ ପାସ୍‌ଓ୍ଵାର୍ଡ!

ଓ୍ଵାଶିଂଟନ: ଆମେରିକୀୟ କମ୍ପାନି ‘ସ୍ପ୍ଲାସ୍‌ଡାଟା’ କରିଥିବା ସର୍ଭେ ମୁତାବିକ ୨୦୧୮ର ୧୦୦ଟି ନିକୃଷ୍ଟ ପାସ୍‌ଓ୍ଵାର୍ଡର ତାଲିକା ପ୍ରକାଶ ହୋଇସାରିଛି। ପ୍ରକାଶ ପାଇଥିବା ଶହେଟି ଖରାପ ପାସ୍‌ଓ୍ଵାର୍ଡ ମଧ୍ୟରେ ଶୀର୍ଷରେ ରହିଛି ନ୍ୟୁମେରିକ୍‌ ପାସ୍‌ଓ୍ଵାର୍ଡ ‘୧୨୩୪୫୬’। ଆମେରିକାର ଏହି କମ୍ପାନି ପ୍ରଘଟ ହୋଇଥିବା ୫୦ ମିଲିୟନ୍‌ ପାସ୍‌ଓ୍ଵାର୍ଡକୁ ନେଇ ଏହି ସର୍ଭେ କରିଥିଲା। ତେବେ, ସର୍ଭେ ମୁତାବକ ଦ୍ୱିତୀୟ ସ୍ଥାନରେ ଅଛି ‘ପାସ୍‌ଓ୍ଵାର୍ଡ’ ଓ ଏହି ତାଲିକାରେ ‘ଡୋନାଲ୍ଡ’ ବି ସ୍ଥାନ ପାଇଛି। ‘ଡୋନାଲ୍ଡ’ ତାଲିକାରେ ୨୩ତମ ସ୍ଥାନ ଅଧିକାର କରିଛି। ମଜା କଥା ହେଲା ଏହି ତାଲିକା ମଧ୍ୟରେ ‘ଆଇ ଲଭ୍‌ ୟୁ’ ବି ରହିଛି। ତୃତୀୟ ସ୍ଥାନରେ ରହିଛି ‘୧୨୩୪୫୬୭୮୯’।

publive-image

ଏହି ତାଲିକାରେ ୧୨୩୪୫୬୭୮୯, ୧୨୩୪୫, ୧୧୧୧୧, ୧୨୩୪୫୬୭, ସନ୍‌ସାଇନ୍‌, କ୍ୱଏଟ୍ରି, ପ୍ରିନ୍‌ସେସ୍‌, ଆଡମିନ୍‌, େଓ୍ଵଲ୍‌କମ୍‌, ୬୬୬୬୬୬, ଏବିସି୧୨୩, ୧୨୩୧୨୩, ମଙ୍କି, ୬୫୪୩୨୧, ଚାର୍ଲି, ଏଏ୧୨୩୪୫୬, ପାସ୍‌ଓ୍ଵାର୍ଡ୧ ଆଦି ରହିଛି। ଏହି ପାସ୍‌ଓ୍ଵାର୍ଡଗୁଡ଼ିକ ୨୦୧୮ ମସିହାରେ ଅନେକ ବ୍ୟବହାରକାରୀ ବ୍ୟବହାର କରିଛନ୍ତି। ସର୍ଭେ କରୁଥିବା କମ୍ପାନି ପକ୍ଷରୁ ଏପରି ସାଧାରଣ ପାସ୍‌ଓ୍ଵାର୍ଡ ରଖିବା ପାଇଁ ବ୍ୟବହାରକାରୀଙ୍କୁ ମନା କରାଯାଇଛି। ଏପରି ପାସ୍‌ଓ୍ଵାର୍ଡ ରଖିଲେ ଆକାଉଣ୍ଟ୍‌ ହ୍ୟାକ୍‌ ହେବାର ସମ୍ଭାବନା ବେଶି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe