କଏଦୀ ହେବାର ଅଭିଜ୍ଞତା ହାସଲ କରିବାକୁ ଚାହାନ୍ତି କି? ମାତ୍ର ୫୦୦ ଟଙ୍କା ଦେଇ ଜେଲ୍‌ରେ କାଟିପାରିବେ ପୂରା ଗୋଟାଏ ଦିନ

Advertisment
କଏଦୀ ହେବାର ଅଭିଜ୍ଞତା ହାସଲ କରିବାକୁ ଚାହାନ୍ତି କି? ମାତ୍ର ୫୦୦ ଟଙ୍କା ଦେଇ ଜେଲ୍‌ରେ କାଟିପାରିବେ ପୂରା ଗୋଟାଏ ଦିନ

ହାଇଦ୍ରାବାଦ୍‌: ଜେଲ୍‌ ଭିତରେ ଅଭିଜ୍ଞତା ସାଉଁଟିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ମାତ୍ର ୫୦୦ ଟଙ୍କା ଦେଇ ଜେଲ୍‌ ଭିତରେ ପୂରା ଗୋଟାଏ ଦିନ କାଟିବାର ସୁଯୋଗ ଦେଉଛି ହାଇଦ୍ରାବାଦ୍‌ର ସଙ୍ଗରେଡ୍ଡି ଜେଲ୍‌। ନିକଟରେ ଜେଲ୍‌ରେ ରହି ଭାରତୀୟ ଜେଲ୍‌ର ଅଭିଜ୍ଞତା ସଂଗ୍ରହ କରିବାକୁ ମାଲେସିଆର ୨ ଜଣ ନାଗରିକ ବିମାନ ଯୋଗେ କୁଆଲା ଲାମ୍ପୁରରୁ ବାହାରି ହାଇଦ୍ରାବାଦ୍‌ର ସଙ୍ଗରେଡ୍ଡି ଜେଲ୍‌ରେ ପହଞ୍ଚି ଅଭିଜ୍ଞତା ସାଉଁଟିଛନ୍ତି। ସେ ଦୁହେଁ ହେଉଛନ୍ତି ମାଲେସିଆର ଏନ୍‌ଜି ଇନ୍‌ ଓ(ଦାନ୍ତ ଡାକ୍ତର) ଏବଂ ଓଏନ୍‌ଜି ବୁନ୍‌ ଟେକ୍‌(ବ୍ୟବସାୟୀ)। ସେମାନେ ପ୍ରଥମେ ଅନ୍‌ଲାଇନରୁ ଏହି ଜେଲ୍‌ ବିଷୟରେ ଜାଣିବା ପରେ ଜେଲ୍‌ କର୍ତ୍ତୃପକ୍ଷକୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। ସେମାନେ ବିମାନ ଯୋଗେ ଆସି ହାଇଦ୍ରାବାଦ୍‌ରେ ପହଞ୍ଚିବା ପରେ ଜେଲ୍‌ ଅଧିକାରୀ ସେ ଦୁହିଁଙ୍କୁ ସ୍ୱାଗତ କରିଥିଲେ। ତାପରେ ସେମାନଙ୍କୁ ଜେଲ୍‌ ଭିତରକୁ ନିଆଯାଇ ଜେଲ୍‌ କପଡ଼ା, ମଗ, କମ୍ବଳ, ଥାଳି, ବାସନ ଆଦି ପ୍ରଦାନ କରାଯାଇଥିଲା।

publive-image

ଏ ସଂପର୍କରେ ଜେଲ୍‌ ସୁପର୍‌ଇନ୍‌ଟେଣ୍ଡେଣ୍ଟ୍‌ ସନ୍ତୋଷ କୁମାର ରାୟ କହନ୍ତି, ‘ସେ ଦୁହେଁ ସେମାନଙ୍କର ଦିନିକିଆ ଜେଲ୍‌ ଅଭିଜ୍ଞତାକୁ ବେଶ୍‌ ଉପଭୋଗ କରିଛନ୍ତି। ଏବେ ସୁଦ୍ଧା ସମୁଦାୟ ୪୭ ଜଣ ପର୍ଯ୍ୟଟକ ଏହି ଜେଲ୍‌ ଅଭିଜ୍ଞତା ନେଇ ସିରିଲେଣି। ଆମେ ଆଶା ରଖିଛୁ ଯେ ବିଭିନ୍ନ ଗଣମାଧ୍ୟମ ଆସି ଜେଲ୍‌ ସଂପର୍କରେ ତଥ୍ୟ ସଂଗ୍ରହ କି ନେଇଥିବାରୁ ବିଦେଶୀ ପର୍ଯ୍ୟଟଙ୍କ ସଂଖ୍ୟା ବୃଦ୍ଧି ପାଇବ।’ ସେ ଦୁହେଁ ସେମାନଙ୍କ ୪୮ ଘଣ୍ଟା ଜେଲ୍‌ ସମୟ ଭିତରେ ଅନ୍ୟ କଏଦୀମାନଙ୍କ ପରି ବଗିଚା କାମ, ସଫାସଫି ଏବଂ ଅନ୍ୟ କାମ ସବୁ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୬ ମସିହାରେ ନିର୍ମିତ ହୋଇଥିବା ଏହି ଜେଲ୍‌ରେ ୨୦୧୬ ମସିହାରୁ ତେଲେଙ୍ଗାନା ଜେଲ୍‌ର ସାଧାରଣ ନିର୍ଦ୍ଦେଶକ ଭିକେ ସିଂହ ଏହି ନିଆରା ବ୍ୟବସ୍ଥାର ଆରମ୍ଭ କରିଥିଲେ। ସେହିଦିନଠାରୁ ଅନେକ ପର୍ଯ୍ୟଟକ ଆସି ସଙ୍ଗରେଡ୍ଡି ଜେଲ୍‌ରେ ରହି ଜେଲ୍‌ ଅଭିଜ୍ଞତା ସାଉଁଟିଛନ୍ତି। ଜଣେ ପର୍ଯ୍ୟଟକ ଜେଲ୍‌ ମଧ୍ୟରେ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୟ କାଟିପାରିବେ। ତେଙ୍ଗୋନାର ଜେଲ୍‌ ବିଭାଗ ‘ଫିଲ୍‌ ଦ ଜେଲ୍‌’ ନାମରେ ଏପରି ଏକ ସ୍ୱତନ୍ତ୍ର ବ୍ୟବସ୍ଥାକୁ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe