କେରଳର ଏହି ବ୍ୟକ୍ତି ମଧୁ‌ମେହ ରୋଗୀଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ପଣସରେ ତିଆରି ଅଟା, କରୁଛନ୍ତି ମୋଟାଅଙ୍କର ରୋଜଗାର

Advertisment

ଏହା ରକ୍ତରେ ଶର୍କରାସ୍ତର ହ୍ରାସ କରିବାରେ ସାହାଯ୍ୟ କରୁଛି

ଏହା ରକ୍ତରେ ଶର୍କରାସ୍ତର ହ୍ରାସ କରିବାରେ ସାହାଯ୍ୟ କରୁଛି

କେରଳର ଏହି ବ୍ୟକ୍ତି ମଧୁ‌ମେହ ରୋଗୀଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ପଣସରେ ତିଆରି ଅଟା, କରୁଛନ୍ତି ମୋଟାଅଙ୍କର ରୋଜଗାର

ନୂଆଦିଲ୍ଲୀ: ନିକଟରେ ଡାକ୍ତରୀ ଭାବେ ପ୍ରମାଣିତ ହୋଇଛି କି ପଣସ ରକ୍ତରେ ଶର୍କରାସ୍ତର ହ୍ରାସ କରିବା ସହିତ ମଧୁମେହ ଆଶଙ୍କାକୁ ବି କମ ରହିଥାଏ। ଏହି ତତ୍ତ୍ବକୁ ଉପଯୋଗ କରି କେରଳର ଜେମ୍ସ ଜୋସେଫ ପଣସରୁ ପ୍ରସ୍ତୁତ କରୁଛନ୍ତି ଚୂର୍ଣ୍ଣ, ଯାହାକି ତାଙ୍କ କମ୍ପାନିକୁ ଲୋକପ୍ରିୟ କରିବା ସହ ଦେଶର ଖାଦ୍ୟପ୍ରକ୍ରିୟାକରଣ କ୍ଷେତ୍ରରେ ଏକ ଶ୍ରେଷ୍ଠ ଷ୍ଟାର୍ଟ-ଅପର ପୁରସ୍କାର ମଧ୍ୟ ଆଣି ଦେଇଛି । ଭୋଜନ ପୂର୍ବ ରକ୍ତ ଶର୍କରା

ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଦ୍ୱାରା ଏକ ଅଧ୍ୟୟନ ଅନୁଯାୟୀ ଏହା ଗ୍ଲାଇକୋସାଇଲେଟେଡ୍ ହେମୋଗ୍ଲୋବିନ୍ (HbA1c), ଫାଷ୍ଟିଙ୍ଗ୍ ବ୍ଲଡ ଗ୍ଲୁକୋଜ୍ (FBG) ( ଭୋଜନ ପୂର୍ବ ରକ୍ତ ଶର୍କରା )  ଏବଂ ପୋଷ୍ଟପ୍ରେଣ୍ଡିଆଲ୍ ଗ୍ଲୁକୋଜ୍ (PPG) (ଭୋଜନ ପର ରକ୍ତ ଶର୍କରା) ସ୍ତରକୁ କମ୍ କରି ଦେଇଥାଏ। ଅଧ୍ୟୟନର ସମାପ୍ତି ଏକ ରାଣ୍ଡୋମାଇଜଡ୍, ଡବଲ୍-ବ୍ଲାଇଣ୍ଡ ଡିଜାଇନ୍ ଉପରେ ଆଧାରିତ ହୋଇଥିଲା। ଯେଉଁଥି‌ରେ ଟାଇପ୍ ୨ ଡାଇବେଟିସ୍ (T2DM) ଥିବା ୪୦ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୦ ଜଣଙ୍କୁ ତିନିମାସ ପାଇଁ କଞ୍ଚା ପଣସରୁ ପ୍ରସ୍ତୁତ ୩୦ ଗ୍ରାମ ଚୂର୍ଣ୍ଣ ଦିଆଯାଇଥିଲା | ଅନ୍ୟ ରୋଗୀ ନିୟମିତ ଗହମ କିମ୍ବା ଚାଉଳ ଅଟା ବ୍ୟବହାର କରି ପ୍ରସ୍ତୁତ ରୁଟି ଓ ଇଡଲି  ଖାଇଥିଲେ ।

ଅଧ୍ୟୟନ ଶେଷରେ ଜାଣିବାକୁ ମିଳିଥିଲା  କି ଯେଉଁ ଲୋକମାନେ ପଣସରୁ ପ୍ରସ୍ତୁତ ଚୂର୍ଣ୍ଣ  ମିଶ୍ରଣ କରି  ଖାଇଥିଲେ ସେମାନଙ୍କ ପ୍ଲାଜମା ଗ୍ଲୁକୋଜ୍ ସ୍ତରରେ ଉନ୍ନତି ଦେଖା ଦେଇଥିଲା।

ତେବେ ୫୧ ବର୍ଷ ବୟସ୍କ ମଧୁମେହ ରୋଗୀ ବିନୁ ନାୟାର ସେପ୍ଟେମ୍ବର ୨୦୧୮ଠାରୁ ତାଙ୍କ ଖାଦ୍ୟରେ କଞ୍ଚା ପଣସରୁ ପ୍ରସ୍ତୁତ  ଗ୍ରିନ ଫ୍ଲୋର ସାମିଲ କରିଛନ୍ତି। ଏହାଦ୍ବାରା କେବଳ ତାଙ୍କର ରକ୍ତଶର୍କରା ସ୍ତର ନିୟନ୍ତ୍ରଣରେ ରହିନାହିଁ ବରଂ କାର୍ବସ୍ ଏବଂ କୋଲେଷ୍ଟରଲ ସ୍ତର ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଛି। ଏଥିସହିତ ସେ ପ୍ରତି ମାସରେ ପ୍ରାୟ ୬୦ରୁ ୭୦ କିମି ଦୌଡ଼ି ଥାଆନ୍ତି ଏବଂ ସପ୍ତାହରେ ୨ରୁ ୩ ଥର ବ୍ୟାୟାମ କରିଥାଆନ୍ତି।

ବିନୁ ନାୟାର କହନ୍ତି, ମୁଁ ମୋର ଔଷଧ ସହିତ ଗ୍ରିନ ଫ୍ଲୋର ଖାଇବା ଆରମ୍ଭ କଲି କିନ୍ତୁ ଶୀଘ୍ର ଅନୁଭବ କଲି ଯେ ଦୁଇଟି ଟାବଲେଟ୍ ଏବଂ ଗ୍ରିନ ଫ୍ଲୋର ମୋ ସୁଗାରସ୍ତରକୁ ହ୍ରାସ କରୁଛି | ତେଣୁ ଔଷଧ ଖାଇବା ବନ୍ଦ କଲି।  ମୁଁ ଔଷଧ ବନ୍ଦ କରିବାର ଚାରି ମାସ ବିତିଗଲାଣି ଏବଂ ମୁଁ କେବଳ ଗ୍ରିନ ଫ୍ଲୋର ସହିତ ବାନ୍ଧି ରହିଛି।

ଜେମ୍ସ ଜୋସେଫଙ୍କ ପ୍ରତିଷ୍ଠିତ ସଂସ୍ଥା ‘ଜ୍ୟାକଫ୍ରୁଟ୍ ୩୬୫’ କଞ୍ଚା ପଣସରୁ ପ୍ରସ୍ତୁତ ଗ୍ରିନ ଫ୍ଲୋର ବିକ୍ରି କରିଥାଏ। ଏହାକୁ ଉଷୁମ ପାଣିରେ ଭିଜାଇଲେ  ମୂଳ ରୂପକୁ ଫେରି ଆସିଥାଏ ତାହା।

୪୯ ବର୍ଷୀୟ ଜେମ୍ସ ଜୋସେଫ୍ ନିକଟରେ ନୂତନ ଉତ୍ପାଦ- ଗ୍ରିନ ଜ୍ୟାକଫ୍ରୁଟ ‌‌‌ଫ୍ଲୋର ପାଇଁ 'ଖାଦ୍ୟ ପ୍ରକ୍ରିୟାକରଣ' ବର୍ଗରେ 'ଖାଦ୍ୟ' ପାଇଁ ଏକ ଜାତୀୟ ଷ୍ଟାର୍ଟଅପ୍ ଇଣ୍ଡିଆ ପୁରସ୍କାର ପାଇଥିଲେ । ଜେମ୍ସ ସର୍ବଦା ସଚେତନ ଥିଲେ ଯେ ତନ୍ତୁଯୁକ୍ତ ଫଳ ମଧୁମେହ ରୋଗୀଙ୍କ ଲାଗି କାର୍ବୋହାଇଡ୍ରେଡର ବିକଳ୍ପ ଅଟେ। ଏହା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତରେ ଶର୍କରା ସ୍ତର ହ୍ରାସ କରିଥାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe