ଗୀତାର ଲୋକପ୍ରିୟ ଶ୍ଳୋକ ‘ୟଦା ୟଦା ହି ଧର୍ମସ୍ୟ...’ର ଅର୍ଥ ଜାଣନ୍ତି?

Advertisment
ଗୀତାର ଲୋକପ୍ରିୟ ଶ୍ଳୋକ ‘ୟଦା ୟଦା ହି ଧର୍ମସ୍ୟ...’ର ଅର୍ଥ ଜାଣନ୍ତି?

ଶ୍ରୀମଦ୍ ଭଗବତ୍ ଗୀତାର ପ୍ରତିଟି ଶ୍ଳୋକ ଶିକ୍ଷଣୀୟ। ଆସନ୍ତୁ ଗୀତାର ଏକ ଲୋକପ୍ରିୟ ଶ୍ଳୋକ ସଂପର୍କରେ ଅବଗତ ହେବା।

‘ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଦ୍ଭ୍ୟୁଥାନମ ଅଧର୍ମସ୍ୟ ତଦାତ୍ମାନ ସୃଜନ୍ମ୍ୟହମ୍‌।
ପରିତ୍ରାଣାୟ ସାଧୁନାଂ ବିନାଶୟ ଚ ଦୁଷ୍କୃତାମ୍‌, ଧର୍ମସଂସ୍ଥାପନାର୍ଥାୟ ସମ୍ଭବବାନି ୟୁଗେ ୟୁଗେ।’

ଏହି ଶ୍ଳୋକଟି ପ୍ରାୟ ସମସ୍ତେ ଜାଣନ୍ତି। ଗୀତା ପଢ଼ିଥାନ୍ତୁ କି ନ ପଢ଼ିଥାନ୍ତୁ ଗୀତାର ଏହି ବହୁ ମୂଲ୍ୟ ଶ୍ଳୋକ ପ୍ରାୟ ସମସ୍ତଙ୍କୁ ଜଣା। କ୍ୟାଲେଣ୍ଡର୍‌ରୁ ନେଇ ଗୀତ ଆଦି ବିଭିନ୍ନ ସ୍ଥାନରେ ଶ୍ଳୋକଟିକୁ ବ୍ୟବହାର କରାଯାଇଛି। ତେବେ, ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ମୁହଁରୁ ବାହାରିଥିବା ଏହି ଶ୍ଳୋକଟିର ଅର୍ଥ କ’ଣ।

publive-image

ଏହାର ଅର୍ଥ ହେଉଛି, ‘ହେ ଅର୍ଜୁନ ଯେତେବେଳେ ଧର୍ମ ସଙ୍କଟରେ ପଡ଼େ, ପାପ ବଂଶ ବିସ୍ତାର କରେ ସେତେବେଳେ ମୁଁ ଜନ୍ମ ନିଏ। ସାଧୁ ଲୋକଙ୍କୁ ରକ୍ଷା କରିବାକୁ, ସୈତାନମାନଙ୍କୁ ଧ୍ୱଂସ କରିବାକୁ ଆଉ ଧର୍ମକୁ ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ଏମିତି ଜନ୍ମ ନେଇଥାଏ ଯୁଗେ ଯୁଗେ।’

ୟଦା: ଯେତେବେଳେ
ୟଦା: ଯେତେବେଳେ
ହି: ବାସ୍ତବରେ
ଧର୍ମସ୍ୟ: ଧର୍ମ
ଗ୍ଲାନିର୍ଭବତି:ସଂକଟରେ ପଡ଼େ
ଭାରତ: ଅର୍ଜୁନ
ଅଦ୍ଭ୍ୟୁଥାନମ: ବୃଦ୍ଧିପାଏ
ଅଧର୍ମସ୍ୟ: ଅଧର୍ମ/ପାପ
ତଦାତ୍ମାନ:ସେତେବେଳେ ମୋ ଆତ୍ମା
ଶୃଜନ୍ମ୍ୟହମ: ମୁଁ ହୋଇ ସୃଷ୍ଟି ହୁଏ

publive-image

ପରିତ୍ରାଣାୟ: ରକ୍ଷା କରିବାକୁ
ସାଧୁନାଂ: ସାଧୁମାନଙ୍କୁ
ବିନାଶୟ: ବିନାଶ କରିବାକୁ
ଚ: ଏବଂ
ଦୁଷ୍କୃତାମ୍‌: ସୈତାନ ଶକ୍ତିକୁ ନଷ୍ଟ କରିବାକୁ
ଧର୍ମ: ଧର୍ମ
ସଂସ୍ଥାପନାର୍ଥାୟ: ଦୃଢ଼ କରିବାକୁ
ସମ୍ଭବବାନି: ମୁଁ ଜନ୍ମ ନିଏ
ୟୁଗେ: ଯୁଗେ
ୟୁଗେ: ଯୁଗେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe