‘ଏଜ୍‌ ଇଜ୍‌ ଡଜ୍‌ନଟ୍‌ ଦ ମ୍ୟାଟର୍‌’ କହି ଟ୍ରୋଲ୍‌ ହେଲେ ଅର୍ଚ୍ଚନା: ବିଗ୍‌ବସ୍‌ ପ୍ରତିଯୋଗୀଙ୍କ ଭୁଲ୍ ଇଂରାଜିକୁ ନେଇ ରାପ୍‌ କରିଦେଲେ ୟଶ୍‌ରାଜ୍‌

‘ଏଜ୍‌ ଇଜ୍‌ ଡଜ୍‌ନଟ୍‌ ଦ ମ୍ୟାଟର୍‌’ କହି ଟ୍ରୋଲ୍‌ ହେଲେ ଅର୍ଚ୍ଚନା: ବିଗ୍‌ବସ୍‌ ପ୍ରତିଯୋଗୀଙ୍କ ଭୁଲ୍ ଇଂରାଜିକୁ ନେଇ ରାପ୍‌ କରିଦେଲେ ୟଶ୍‌ରାଜ୍‌

ndtv.in

ମୁମ୍ବାଇ: ‘ବିଗ୍‌ବସ୍‌’ରେ ସେହେନାଜ୍‌ ଗିଲ୍‌ କହୁଥିବା ‘ତ୍ବାଡା କୁତ୍ତା ଟମି ସାଡା କୁତ୍ତା କୁତ୍ତା’ ଓ ‘ରଷୋଡ଼େ ମେ କୌନ୍‌ ଥା’ରୁ ରାପ୍ ରଚନା କରି ଲୋକପ୍ରିୟତା ଅର୍ଜନ କରିଥିବା ରାପର୍‌ ୟଶ୍‌ରାଜ୍‌ ମୁଖାତେଙ୍କ ଦକ୍ଷତା ବିଷୟରେ ଆପଣ ଜାଣିଥିବେ ନିଶ୍ଚୟ। ଏବେ ଏହି ରାପର୍‌ ଜଣକ ‘ବିଗ୍‌ବସ୍‌-୧୬’ ପ୍ରତିଯୋଗୀ ଅର୍ଚ୍ଚନା ଗୌତମଙ୍କ ଏକ ଭୁଲ୍‌ ଇଂରାଜିକୁ ନେଇ ରାପ୍‌ କରି ଚର୍ଚ୍ଚାକୁ ଆସିଛନ୍ତି।

ଇଂରାଜିରେ ଥିବା ଉକ୍ତି ‘ଏଜ୍‌ ଡଜ୍‌ନଟ୍‌ ମ୍ୟାଟର୍‌’କୁ ଅର୍ଚ୍ଚନ‌ା ଅପଭ୍ରଂଶ କରି ‘ଏଜ୍‌ ଇଜ୍‌ ଡଜ୍‌ନଟ୍‌ ଦ ମ୍ୟାଟର୍‌’ କହୁଥିବା ବେଳେ ତାହାକୁ କ୍ୟାଚ୍‌ କରି ଏକ ସୁନ୍ଦର ରାପ୍‌ ବନାଇଛନ୍ତି ୟଶ୍‌ରାଜ୍‌। ଯାହା ଆଜିକାଲି ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେଣ୍ଡ କରୁଛି।

ନିକଟରେ ୟଶରାଜ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଅଚ୍ଚନା ଗୌତମ ତାଙ୍କର ବକ୍ତବ୍ୟ ଦେଇ ‘ଏଜ୍‌ ଇଜ୍‌ ଡଜ୍‌ନଟ୍‌ ଦ ମ୍ୟାଟର୍‌’ ଅର୍ଥାତ ‘ବୟସର କିଛି ମାନେ ନାହିଁ’ ବୋଲି କହୁଛନ୍ତି। ୟଶ୍‌ରାଜ୍‌ ସେଥିରେ ଏତେ ପ୍ରଭାବିତ ହୋଇଛନ୍ତି ଯେ ଏହାକୁ ନେଇ ସେ ଏକ ସୁନ୍ଦର ଗୀତ ତିଆରି କରିଛନ୍ତି। ତେବେ ଅର୍ଚ୍ଚନା ଭୁଲ୍‌ ଇଂରାଜି କହିଥିବା କାରଣରୁ ତାଙ୍କୁ ଟ୍ରୋଲ୍‌ କରାଯାଇଥିଲା।

ତେବେ ୟଶରାଜ୍‌ଙ୍କ ଏହି ଭିଡିଓକୁ ଏବେ ସୁଦ୍ଧା ୫.୨୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରି ସାରିଲେଣି। ଅର୍ଚ୍ଚନ‌ା ଉତ୍ତର ପ୍ରଦେଶର ଝିଅ ହୋଇଥିବା ବେଳେ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ରହିଛନ୍ତି। ଅନ୍ୟପକ୍ଷରେ ୟଶ୍‌ରାଜ ଜଣେ ଭଲ ରାପର୍‌ ଭାବେ ବେଶ୍‌ ଜଣାଶୁଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe