‘ଯାତ୍ରୀଗଣ କୃପୟା ଧ୍ୟାନ ଦେ…’ ଷ୍ଟେସନରେ ହେଉଥିବା ଘୋଷଣାରେ ଶୁଣିବାକୁ ମିଳେ ଏହି ମହିଳାଙ୍କ କଣ୍ଠସ୍ବର

Advertisment
‘ଯାତ୍ରୀଗଣ କୃପୟା ଧ୍ୟାନ ଦେ…’ ଷ୍ଟେସନରେ ହେଉଥିବା ଘୋଷଣାରେ  ଶୁଣିବାକୁ ମିଳେ ଏହି ମହିଳାଙ୍କ କଣ୍ଠସ୍ବର

ନୂଆଦିଲ୍ଲୀ: ‘ଯାତ୍ରୀଗଣ କୃପୟା ଧ୍ୟାନ ଦେ…’ ଭାରତୀୟ ରେଳରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀ ନିଶ୍ଚିତ ଭାବେ ଏହି ଘୋଷଣାକୁ ଶୁଣିଥିବେ। ଏହି ଘୋଷଣା ଭାରତୀୟ ରେଳବାଇର ପରିଚୟ ହୋଇଯାଇଥିଲା। ବେଳେବେଳେ ଏହି ଘୋଷଣା ସମୟରେ ମନରେ ପ୍ରଶ୍ନ ଆସିଥାଏ କି ଏହି ସ୍ବର କାହାର? କ’ଣ ଭିନ୍ନଭିନ୍ନ ଷ୍ଟେସନ‌ରେ ଅଲଗାଅଲଗା ଲୋକଙ୍କ ସ୍ବର ଶୁଣିବାକୁ ମିଳିଥ‌ାଏ କି?

ରେଳ ଷ୍ଟେସନରେ ଶୁଣିବାକୁ ମିଳୁଥିବା ‘ଯାତ୍ରୀଗଣ କୃପୟା ଧ୍ୟାନ ଦେ…’ ଘୋଷଣାକୁ ସରଳା ଚୌଧୁରୀଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା।  ରେଳବାଇ ସହିତ ସେ ୧୯୮୨ ମସିହାରେ ଯୋଡ଼ି ହୋଇଥିଲେ। ଏହି ପଦ ପାଇଁ ୧୦୦ରୁ ଅଧିକ ପ୍ରାର୍ଥୀ ଆବେଦନ କରିଥି‌ଲେ। କିନ୍ତୁ ଏହି ପଦ ପାଇଁ ସରଳା ଚୌଧୁରୀଙ୍କ ଚୟନ ହୋଇଥିଲେ। ଏହାଏକ ଅସ୍ଥାୟୀ ଚାକିରି ଥିଲା। କିନ୍ତୁ ସରଳାଙ୍କ କଣ୍ଠ ସ୍ବରରେ ଘୋଷଣାକୁ ସମସ୍ତେ ପସନ୍ଦ କରିବା ପରେ ଏହାକୁ ୧୯୮୬ ମସିହାରେ ସ୍ଥାୟୀ କରି ଦିଆଯାଇଥିଲା।

୨୦୧୫ରେ ଘୋଷଣାକୁ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର ଆଧାରିତ କରି ଦିଆଯାଇଥିବା ବେଳେ ଆଜି ବି ଦେଶରେ ଥିବା ରେଳ ଷ୍ଟେସନମାନଙ୍କରେ ପୂର୍ବରୁ ଥିବା ସରଳାଙ୍କ ରେକର୍ଡିଂ ଶୁଣିବାକୁ ମିଳିଥାଏ। ଏବେ ସରଳା ରେଳବାଇରେ ‌କୌଣସି ଘୋଷଣା କରୁ ନାହାନ୍ତି। କିନ୍ତୁ ତାଙ୍କ କଣ୍ଠସ୍ବରରେ ‘ଯାତ୍ରୀଗଣ କୃପୟା ଧ୍ୟାନ ଦେ…’ ଆଜି ବି ଶୁଣିବାକୁ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe