ଏକବର୍ଷର ଶିଶୁ ଗଳାରେ ୮ଦିନ ହେବ ଫସିଥିବା କାନଫୁଲ ବାହାରିଲା

Advertisment
ଏକବର୍ଷର ଶିଶୁ ଗଳାରେ ୮ଦିନ ହେବ ଫସିଥିବା କାନଫୁଲ ବାହାରିଲା

ସାଙ୍କେତିକ ଫଟୋ

ମୁମ୍ବାଇ: ମୁମ୍ବାଇର ଡାକ୍ତର ଏକ ଶିଶୁ ଗଳାରେ ଫସିଥିବା ଦୁଇ ଇଞ୍ଚର କାନଫୁଲକୁ ୮ଦିନ ପରେ ବାହାର କରିବାରେ ସଫଳ ହୋଇଛନ୍ତି। ଗତ ସପ୍ତାହରେ ଖୁସି ସୋନି ନାମକ ଶିଶୁଟି ଘରେ ଖେଳୁଥିବା ସମୟରେ ଦୁଇ ଇଞ୍ଚର କାନଫୁଲକୁ ଗିଳି ପକାଇଥିଲା। ଯାହାଫଳରେ ଏହି କାନଫୁଲଟି ଶିଶୁଟିର ଶ୍ୱାସନଳୀରେ ଅଟକି ଯାଇଥିଲା। ଫଳରେ ସଂକ୍ରମଣ ହୋଇ ଶିଶୁକୁ ଜ୍ୱର ହୋଇଯାଇଥିଲା।

ଏହାପରେ ଶିଶୁର ପିତା-ମାତା ଶିଶୁକୁ ନେଇ ଲୋକମାନ୍ୟ ତିଲକ ମ୍ୟୁନିସିପଲ ଜନେରାଲ ହସ୍‌ପିଟାଲରେ ପହଞ୍ଚଥିଲେ। ଏଠାରେ ଶିଶୁର ଗଳାର ଏକ୍ସରେ କରାଯାଇଥିଲା। କିନ୍ତୁ କିଛି ଜଣାପଡ଼ି ନଥିଲା। ଏହାପରେ ଶିଶୁକୁ ତିନିଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ଶିଶୁର ଅବସ୍ଥା ଅଧିକ ଶୋଚନୀୟ ହେବାରୁ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ତିନିଦିନ ପର୍ଯ୍ୟନ୍ତ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖିବା ପରେ ପୁଣିଥରେ ଏକ୍ସରେ କରାଯାଇଥିଲା । ଏହି ଏକ୍ସରେ ରିପୋର୍ଟରୁ ଶିଶୁଟି ଶ୍ୱାସନଳୀରେ କାନଫୁଲ ଫିସିଥିବା ଜଣାପଡ଼ିଥିଲା। ଡାକ୍ତର Bronchoscopy ଟେକ୍‌ନିକ୍‌ ଜରିଆରେ ଶିଶୁର ଶ୍ୱାସନଳୀରୁ କାନଫୁଲକୁ ସଫଳତା ସହ ବାହାର କରିଥିଲେ। ଖୁସି ଏବେ ବିପଦମୁକ୍ତ ଅଛି। ନିଜ ନିଶ୍ୱାସ ନେବା ସହିତ ଠିକ୍‌ ଭାବେ ଖାଇ ବି ପାରୁଛି। ତାର ପ୍ରଥମ ଜନ୍ମଦିନ ହସ୍‌ପିଟାଲରେ ହିଁ ପାଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe