ପୁଣି ଚର୍ଚ୍ଚାକୁ ଆସିଲେ ମହିଳା ପୁଲିଂ ଅଫସର, ମତଦାତା ସେଲଫି ନେବାକୁ ଲଗାଇଥିଲେ ଭିଡ

ପୁଣି ଚର୍ଚ୍ଚାକୁ ଆସିଲେ ମହିଳା ପୁଲିଂ ଅଫସର, ମତଦାତା ସେଲଫି ନେବାକୁ ଲଗାଇଥିଲେ ଭିଡ

ଲକ୍ଷ୍ମୌ: ଲୋକସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆ ସେନ୍‌ସେସନ୍‌ ବନିଥିବା ମହିଳା ନିର୍ବାଚନ ଅଧିକାରୀ ରୀନା ଦ୍ୱିବେଦୀ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଚଳିତ ଥର ସେ ଯେଉଁଠାରେ ଡିୟୁଟି କରୁଥିଲେ, ସେଠାରେ ମତଦାତାଙ୍କ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଥିଲା।

publive-image

ଆଜି ଲକ୍ଷ୍ମୌ କ୍ୟାଣ୍ଟ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନକୁ ନେଇ ମତଦାତାଙ୍କ ମଧ୍ୟରେ ବିଶେଷ ଉତ୍ସାହ ନଜର ଆସି ନ ଥିଲା। କିନ୍ତୁ ରୀନା ଦ୍ୱିବେଦୀଙ୍କ ନିର୍ବାଚନ କେନ୍ଦ୍ରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ରୀନା ଦ୍ୱିବେଦୀ ଲକ୍ଷ୍ମୌ କ୍ୟାଣ୍ଟ ବିଧାନସଭା ସିଟ୍‌ ପାଇଁ ଆଜି ଚାଲିଥିବା ଉପନିର୍ବାଚନ ଡିୟୁଟିରେ ଥିଲେ। ରୀନାଙ୍କ ଡିୟୁଟି କୃଷ୍ଣ ନଗରର ମହାନଗର ଇଣ୍ଟର କଲେଜରେ ପଡ଼ିଥିଲା। ଚଳିତ ଥର ସେ ଫିକା ଗୋଲାପୀ ରଙ୍ଗର ଶାଢ଼ିରେ ନଜର ଆସିଥିଲେ। ମତଦାତା ଭୋଟ ଦେଇ ରୀନାଙ୍କ ସହିତ ସେଲଫି ନେବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା।

publive-image

ରିନା ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସେ ତାଙ୍କର ଭିନ୍ନଭିନ୍ନ ଫଟୋକୁ ସୋସିଆଲ ମିଡିଆରେ ବି ପୋଷ୍ଟ କରି ଥାଆନ୍ତି। ନିକଟରେ ଏକ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe