ପରମହଂସ ଯୋଗାନନ୍ଦଙ୍କର ସ୍ଥାୟୀ ଉତ୍ତରାଧିକାରୀ

କ୍ରିୟା  ଯୋଗ'ର ପ୍ରାଚୀନ ଆଧ୍ୟାତ୍ମିକ ବିଜ୍ଞାନକୁ  ଜାଣିବା ସହିତ ଧ୍ୟାନର ବୈଜ୍ଞାନିକ ପ୍ରଣାଳୀ ତଥା କୌଶଳକୁ ବିସ୍ତାର କରିବା। ଏଥିରେ ଦର୍ଶl ଜାଇଥିବା ଜୀବନର ମୂଳ ଉଦ୍ଦେଶ୍ୟ ହେଲା- ପରମାତ୍ମାଙ୍କ  ସହିତ ଆତ୍ମାର ଐକ୍ୟ ଭାବ, ଯାହାକୁ   ଆମେ ହୃଦୟଙ୍ଗମ କରି ପାରିବା।

ଅଦ୍ୟତନ ହୋଇଛି
Paramahansa Yogananda

Paramahansa Yogananda Photograph: (Paramahansa Yogananda)

୧୩୨ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ
  
“ଆମ ଦୁନିଆ ହେଉଛି ଗୋଟିଏ ସ୍ୱପ୍ନ ଭିତରେ ଘଟୁଥିବା ଆଉ ଗୋଟିଏ ସ୍ୱପ୍ନ ସଦୃଶ; ତୁମେ ନିଶ୍ଚୟ ହୃଦୟଙ୍ଗମ କରିବ ଯେ ଭଗବାନଙ୍କୁ ଖୋଜିବା ହେଉଛି ଜୀବନର ଏକମାତ୍ର ଲକ୍ଷ୍ୟ, ଯେଉଁ ଉଦ୍ଦେଶ୍ୟ ପାଇଁ ତୁମେ ଏହି ପୃଥିବୀ ଲୋକରେ ଜନ୍ମ ହୋଇଛ।”

-ଶ୍ରୀ ଶ୍ରୀ ପରମହଂସ ଯୋଗାନନ୍ଦ 

ପ୍ରିୟ ଗୁରୁଜୀ ଶ୍ରୀଶ୍ରୀ ପରମହଂସ ଯୋଗାନନ୍ଦ ଅନେକ ଥର କହିଛନ୍ତି ଯେ "ମାନବ ଜୀବନର ସର୍ବୋଚ୍ଚ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ଖୋଜିବା"।  ଅନ୍ୟ ସବୁକିଛି ଅପେକ୍ଷା କରିପାରିବ କିନ୍ତୁ ଈଶ୍ୱରଙ୍କ ପ୍ରତି ସନ୍ଧାନ କେବେ ନୁହେଁ। 

ଯୋଗାନନ୍ଦଜୀ ୫ ଜାନୁଆରି ୧୮୯୩ରେ ଗୋରଖପୁର ଠାରେ ଭକ୍ତ ବଙ୍ଗୀୟ ପିତାମାତା ଜ୍ଞାନ ପ୍ରଭା ଏବଂ ଭଗବତୀ ଚରଣ ଘୋଷଙ୍କ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବାଲ୍ୟ ନାମ ଥିଲା ମୁକୁନ୍ଦଲାଲ ଘୋଷ। ଯେତେବେଳେ ଜ୍ଞାନପ୍ରଭା  ତାଙ୍କ ଗୁରୁ ଶ୍ରୀ ଲାହିଡୀ ମହାଶୟଙ୍କୁ  ସାକ୍ଷାତ  କରିବାକୁ ଯାଇଥିଲେ, ସେତେବେଳେ ଶିଶୁ ମୁକୁନ୍ଦ ତାଙ୍କ କୋଳରେ ଥିଲେ। ମହାନ ସାଧୁ ତାଙ୍କୁ ଆଶୀର୍ବାଦ କରି କହିଥିଲେ, “ଛୋଟୀ 'ମା'  ତୁମର ପୁଅ ଜଣେ ଯୋଗୀ ହେବ। ଏକ ଆଧ୍ୟାତ୍ମିକ ଇଞ୍ଜିନ୍ ଭାବରେ ସେ ଅନେକ ଆତ୍ମାଙ୍କୁ ଈଶ୍ବରଙ୍କ ରାଜ୍ୟକୁ ନେଇଯିବ।” ଏହି ପବିତ୍ର ଭବିଷ୍ୟବାଣୀ  ଆଗାମୀ ଭବିଷ୍ୟତରେ ଘଟିବା ସୁନିଶ୍ଚିତ ଅଟେ।

ପିଲାଦିନେ ମୁକୁନ୍ଦ ‘ମା’ କାଳୀଙ୍କୁ ଗଭୀର ଭାବରେ ଧ୍ୟାନ ଓ ପ୍ରାର୍ଥନା କରୁଥିଲେ। ଦିନେ ଏହିପରି ଗଭୀର ଧ୍ୟାନର ନିମଜ୍ଜିତ ଅବସ୍ଥାରେ ସେ ତାଙ୍କ ଅନ୍ତର୍ଦୃଷ୍ଟି ବଳରେ ଝଟକୁଥିବା ଏକ ପ୍ରକାଣ୍ଡ ଅଲୌକିକ ଆଲୋକ ଦେଖିଲେ ଏବଂ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,“ଏହି ଚମତ୍କାର ଆଲୋକ କ’ଣ?”। ଏଥିରୁ ସେ ଦିବ୍ୟ ପ୍ରତିକ୍ରିୟା ମଧ୍ୟ ପ୍ରାପ୍ତ କରିଥିଲେ, “ମୁଁ ଇଶ୍ୱର, ମୁଁ ଆଲୋକ।” ଏହିପରି  ଅନ୍ୟ ଏକ ସାଂସାରିକ ଅଭିଜ୍ଞତା ଉପରେ ଯୋଗାନନ୍ଦଜୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ “ମୋର ଈଶ୍ୱରୀୟ ଉତ୍କଣ୍ଠାର ମନ୍ଥର ଗତିରୁ ମୁଁ ଭଗବାନଙ୍କୁ ଖୋଜିବା ପାଇଁ ପ୍ରେରଣା ସ୍ୱରୂପ ଏକ ସ୍ଥାୟୀ ଉତ୍ତରାଧିକାରୀ ଲାଭ କରିଛି।” 

୧୯୧୦ ମସିହାରେ, ଯେତେବେଳେ ତାଙ୍କୁ ସତର ବର୍ଷ ହୋଇଥିଲା, ସେ ଈଶ୍ବରଙ୍କ ସନ୍ଧାନରେ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିଲେ।  ଏହି ଅନୁସନ୍ଧାନ ତାଙ୍କୁ ତାଙ୍କର ସମ୍ମାନିତ ଗୁରୁ ସ୍ୱାମୀ ଶ୍ରୀ ଯୁକେଶ୍ୱରଜୀଙ୍କ ନିକଟକୁ ନେଇଯାଇଥିଲା। ତାଙ୍କ ଗୁରୁଙ୍କର ସ୍ନେହପୂର୍ଣ୍ଣ କିନ୍ତୁ କଠୋର ମାର୍ଗଦର୍ଶନରେ ସେ ସ୍ୱାମୀ ସମ୍ପ୍ରଦାୟର ପବିତ୍ର ନାମ "ପରମହଂସ ଯୋଗାନନ୍ଦ" ପ୍ରାପ୍ତ କଲେ। “ଭଗବାନଙ୍କ ସହ ମିଳିତ ହେବା ଦ୍ୱାରା ସର୍ବୋଚ୍ଚ ସୁଖ ପ୍ରାପ୍ତିର ଭାବକୁ” ଏହି ନାମ ସୂଚାଇଥାଏ। 

୧୯୧୭ ମସିହାରେ, ସେ ରାଞ୍ଚିରେ ଯୋଗଦା ସତସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ (YSS) ଏବଂ ୧୯୨୦ରେ ଲସ୍ଆଞ୍ଜେଲସରେ ସେଲ୍ଫ୍ ରିଅଲାଇଜେସନ୍ ଫେଲୋସିପ୍ (SRF) ପ୍ରତିଷ୍ଠା କରିଥିଲେ। ଏହି ଦୁଇ ସଂଗଠନର ଉଦ୍ଦେଶ୍ୟ ହେଉଛି 'କ୍ରିୟା  ଯୋଗ'ର ପ୍ରାଚୀନ ଆଧ୍ୟାତ୍ମିକ ବିଜ୍ଞାନକୁ  ଜାଣିବା ସହିତ ଧ୍ୟାନର ବୈଜ୍ଞାନିକ ପ୍ରଣାଳୀ ତଥା କୌଶଳକୁ ବିସ୍ତାର କରିବା। ଏଥିରେ ଦର୍ଶl ଜାଇଥିବା ଜୀବନର ମୂଳ ଉଦ୍ଦେଶ୍ୟ ହେଲା - ପରମାତ୍ମାଙ୍କ  ସହିତ ଆତ୍ମାର ଐକ୍ୟ ଭାବ, ଯାହାକୁ   ଆମେ ହୃଦୟଙ୍ଗମ କରି ପାରିବା। ଏଥିରେ ଆଶା ପୋଷଣ  କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ  ଏହି ପବିତ୍ର ଶିକ୍ଷାବଳୀ ଯାହାକୁ ଗୁରୁଜୀ ନିଜେ ଲେଖିଛନ୍ତି,  ତାହା  ଗ୍ରହଣ କରିପାରିବେ। ଏଥି ନିମନ୍ତେ  YSS ଆଶ୍ରମକୁ  ଅନୁରୋଧ କରିବା ବିଧେୟ। 

ଆମେରିକାରେ ଥିବାବେଳେ, ଯୋଗାନନ୍ଦଜୀ ଭାରତୀୟ ଆଧ୍ୟାତ୍ମିକ ଅଭ୍ୟାସଗୁଡ଼ିକର ଜ୍ଞାନ ବିସ୍ତାର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ଯାହାକୁ ବହୁତ ଭଲ ଭାବରେ ଗ୍ରହଣ କରାଯାଇଥିଲା ଏବଂ ପ୍ରଶଂସା ମଧ୍ୟ କରାଯାଇଥିଲା। ଈଶ୍ବରଙ୍କ ପ୍ରତି ତାଙ୍କର ଅନୁସନ୍ଧାନର ମଧୁ ବାଣ୍ଟିବାକୁ ଇଚ୍ଛା ପ୍ରକାଶ କରନ୍ତେ ସେ ବହୁ ଚର୍ଚ୍ଚିତ ଆଧ୍ୟାତ୍ମିକ ପୁସ୍ତକ ‘ଯୋଗୀର ଆତ୍ମ ଚରିତ’  ପୁସ୍ତକଟିକୁ ରଚନା କରିଥିଲେ ଯାହା ପୃଥିବୀର ଅଗଣିତ ବ୍ୟକ୍ତିବିଶେଷଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ଏବଂ ୫୦ ରୁ ଅଧିକ ଭାଷାରେ ଅନୁବାଦ କରାଯାଇଥିଲା। 

ତାଙ୍କର ଏହି ବିସ୍ତୃତ ଶିକ୍ଷାବଳୀ ଲକ୍ଷ ଲକ୍ଷ ଲୋକଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିପାରିଛି। ବିଶେଷ ଭାବରେ: ୧) ‘କ୍ରିୟା ଯୋଗ’ ଧ୍ୟାନର ବିଜ୍ଞାନ, ଯାହା ଏକ ଉନ୍ନତ ରାଜ ଯୋଗ କୌଶଳ, ମାନବ ଚେତନାକୁ ଉଚ୍ଚ ସ୍ତରକୁ ଆକର୍ଷିତ କରିଥାଏ। ୨) ସମସ୍ତ ପ୍ରକୃତ ଧର୍ମର ଗଭୀର ମୂଳ ଭାବ ହେଲା ଐକ୍ୟତା। ୩) ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତାକୁ ଅନ୍ତର୍ଭୁକ୍ତ କରି ଏକ ସନ୍ତୁଳିତ ଜୀବନ ହାସଲ କରିବାର ଉପାୟ। 

ଭାରତର ପ୍ରାଚୀନ ଶିକ୍ଷାର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ରଦୂତ ଭାବରେ, ସମ୍ମାନିତ ଜଗତ୍ଗୁରୁ ସାରା ବିଶ୍ୱରେ ମାନ୍ୟତା ପ୍ରାପ୍ତ କରିଛନ୍ତି। ତାଙ୍କର ଜୀବନ ଶୈଳୀ ଓ  ଶିକ୍ଷା, ସାରା ବିଶ୍ୱରେ କୌଣସି ନିର୍ଦ୍ଦିଷ୍ଟ ଜାତି, ସଂସ୍କୃତି କିମ୍ବା ବିଶ୍ୱାସ ପ୍ରତି ଉଦାସୀନ ଭାବ ନ ରଖି, ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରି ଆସୁଛି। ଅଧିକ ସୂଚନା ପାଇଁ: https://yssofindia.org ଲଗ୍‌ ଇନ୍‌ କରନ୍ତୁ। 

ଲେଖକ: ରେନୁ ସିଂ ପରମାର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe