ଯୋଗ ସୂୂତ୍ର: ପିଠି ଦରଜରୁ ମୁକ୍ତ କରେ ଶଶାଙ୍କା‌ସନ

ଏହି ଆସନ ଦ୍ବାରା ପିଠି ମାଂସପେଶୀ ପ୍ରସାରିତ ହୁଏ। ପ୍ରତ୍ୟେକ କଶେରୁକା ଅନ୍ୟ କ‌େଶରୁକାଠାରୁ ଛଡ଼ା ହୋଇ ରହୁଥିବାରୁ ଚକ୍ରିକା ଉପରେ ଚାପ ପଡ଼େନାହିଁ। ପ୍ରାୟତଃ ମେରୁଦଣ୍ଡରୁ ବାହାରିଥିବା ସ୍ନାୟୁ ଚକ୍ରିକା ଦ୍ବାରା ଚାପି....

dgdgcvv

ଏହି ଆସନ ଦ୍ବାରା ପିଠି ମାଂସପେଶୀ ପ୍ରସାରିତ ହୁଏ। ପ୍ରତ୍ୟେକ କଶେରୁକା ଅନ୍ୟ କ‌େଶରୁକାଠାରୁ ଛଡ଼ା ହୋଇ ରହୁଥିବାରୁ ଚକ୍ରିକା ଉପରେ ଚାପ ପଡ଼େନାହିଁ। ପ୍ରାୟତଃ ମେରୁଦଣ୍ଡରୁ ବାହାରିଥିବା ସ୍ନାୟୁ ଚକ୍ରିକା ଦ୍ବାରା ଚାପି ହୋଇ ବିଭିନ୍ନ ପ୍ରକାର ପିଠି ଦରଜ କରାଇଥାଏ। ଏହି ଆସନ ଦ୍ବାରା ଏଥିରୁ ଉପଶମ ମିଳେ ଏବଂ ଚକ୍ରିକାଗୁଡ଼ିକ ନିଜ ସ୍ଥାନରେ ଠିକ୍‌ ରହନ୍ତି। ଆଡ୍ରିନାଲ୍‌ ଗ୍ରନ୍ଥିର କାର୍ଯ୍ୟକୁ ନିୟନ୍ତ୍ରଣ କରେ। ଶ୍ରୋଣୀ ମାଂସପେଶୀ, ସାଇଟିକା ସ୍ନାୟୁ ମଧ୍ୟ କାର୍ଯ୍ୟକ୍ଷମ ହୁଏ। ସ୍ତ୍ରୀଲୋକଙ୍କ ଶ୍ରୋଣୀର ଆକାର ଉନ୍ନତ ହୁଏ। ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ପ୍ରଜନନ ଅଙ୍ଗଗୁଡ଼ିକ ସୁଧୁରିଯାଏ। ପ୍ରତ୍ୟେହ ଏ ଆସନ ଅଭ୍ୟାସ କଲେ କୋଷ୍ଠକାଠିନ୍ୟ ଦୂରହୁଏ। ଆସନର ଶେଷସ୍ଥିତିରେ ଉଜ୍ଜୟୀ ପ୍ରାଣାୟମ ସହ ଅଭ୍ୟାସ କଲେ କ୍ରୋଧ ପ୍ରଶମିତ ହୁଏ ଏବଂ ମସ୍ତିଷ୍କ ଥଣ୍ଡା ରହେ ବୋଲି କହିଛନ୍ତି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର।

ଏହି ଆସନ ଅଭ୍ୟାସ କରିବା ପାଇଁ ପ୍ରଥମେ...
l ହାତ ଜଙ୍ଘ ଉପରେ ରଖି ବଜ୍ରାସନରେ ବସନ୍ତୁ।
l ଆଖି ବନ୍ଦ କରନ୍ତୁ ଏବଂ ଦେହ ଢିଲା ରଖନ୍ତୁ। ମେରୁଦଣ୍ଡ ଓ ମୁଣ୍ଡ ସିଧା ରହିବା ଜରୁରି।
l ପ୍ରଶ୍ବାସ ନେଇ ହାତ ମୁଣ୍ଡ ଉପରକୁ ଉଠାନ୍ତୁ। ଏହି ସମୟରେ କାନ୍ଧ ଚଉଡ଼ାରେ ହାତ ସିଧା ହୋଇ ରହିବ।
l ନିଃଶ୍ବାସ ଛାଡ଼ିଲା ବେଳେ ଅଣ୍ଟା ଆଗକୁ ଭାଙ୍ଗନ୍ତୁ ଏବଂ ସାମନାକୁ ନୁଆଁଇ ହୁଅନ୍ତୁ। ମୁଣ୍ଡ ଓ ହାତ ଆଗକୁ କରି ଅଣ୍ଟା ସିଧାରେ ରଖନ୍ତୁ।
l ଆସନର ଶେଷ ସ୍ଥିତିରେ ହାତ ଓ କପାଳ ଯେପରି ଆଣ୍ଠୁ ସାମନାରେ ଭୂଇଁ ଉପରେ ରହେ।
l ସମ୍ଭବ ହେଲେ କପାଳ ଓ ହାତ ଏକା ସଙ୍ଗେ ଭୂଇଁରେ ଛୁଆଁଇବା ଲାଗି ଚେଷ୍ଟା କରନ୍ତୁ।
l ହାତକୁ ପୂରା ଢିଲାକରି ସାମାନ୍ୟ ଭାଙ୍ଗନ୍ତୁ, ଯେମିତି କହୁଣୀ ଭୂଇଁରେ ଲାଗିବ।
l ଆସନର ଏହି ସ୍ଥିତିରେ ନିଃଶ୍ବାସ ଛାଡ଼ନ୍ତୁ ଏବଂ ୫ ସେକେଣ୍ଡ୍ ସମାନ ସ୍ଥିତିରେ ରହନ୍ତୁ।
l ତା’ପରେ ଏକାସଙ୍ଗେ ପ୍ରଶ୍ବାସ ନିଅନ୍ତୁ ଏବଂ ହାତ ଓ ଦେହ ଉପରକୁ ଟେକନ୍ତୁ।
l ହାତ, ମୁଣ୍ଡ ଓ ଦେହ ସିଧା ରଖନ୍ତୁ।
l ନିଃଶ୍ବାସ ଛାଡ଼ନ୍ତୁ ଏବଂ ହାତ ତଳକୁ ଆଣି ଆଣ୍ଠୁ ଉପରେ ରଖନ୍ତୁ।
l ଏହାକୁ ୩ରୁ ୫ ଥର ଅଭ୍ୟାସ କରନ୍ତୁ।
ଆରମ୍ଭରୁ ଏହା କଷ୍ଟକର ହୋଇପାରେ, କିନ୍ତୁ ନିୟମିତ ଅଭ୍ୟାସ କଲେ ସହଜ ହୋଇଯିବ। ଅତି କମ୍‌ରେ ୩ ମିନିଟ୍‌ ପାଇଁ ଆରାମରେ ବସିହେବ।
ତେବେ ଅଧିକ ରକ୍ତଚାପ ଭୋଗୁଥିବା କିମ୍ବା ସ୍ଲିପଡ୍‌ ଡିସ୍କ ବା ମୁଣ୍ଡବୁଲା ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହି ଆସନ ମନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe