ଟଙ୍କା ଦେଲେ ମିଳୁଛି ନକଲି ଲାଇକ!

Advertisment
ଟଙ୍କା ଦେଲେ ମିଳୁଛି ନକଲି ଲାଇକ!

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆର ଟ୍ରେଣ୍ଡ। ସୋସିଆଲ ମିଡିଆ ମାୟାରେ ପୂରା ଯୁବଗୋଷ୍ଠୀ। ସୋସିଆଲ ମିୟଡିଆରେ ଫଟୋ ଛାଡି ଅଧିକରୁ ଅଧିକ ଲାଇକ ଓ କମେଣ୍ଟ ପାଇବା ପାଇଁ ଯୁବଗୋଷ୍ଠୀଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। କିନ୍ତୁ ଏବେ ପଇସା ଦେଲେ ଏଭଳି ସୁବିଧା ମଧ୍ୟ ହାତପାହାନ୍ତାରେ ମିଳୁଛି। ପୂର୍ବରୁ ଫେକ୍‌ ନ୍ୟୁଜ ଓ ଫେକ ପୋଷ୍ଟ କଥା ଆପଣ ଶୁଣିଥିବେ କିନ୍ତୁ ଏବେ ଫେକ ଲାଇକ ଓ କମେଣ୍ଟ ମଧ୍ୟ ଉପଲବ୍ଧ ହେଲାଣି। କିଛି ଅନଲାଇନ ସଂସ୍ଥା ପଇସା ନେଇ ଲାଇକ, ରିଭ୍ୟୁ ଦେବା ସହ ଭିଡିଓ ଭାଇରାଲ କରିବା ଭଳି ସର୍ଭିିସ ପ୍ରଦାନ କରୁଛନ୍ତି। କିନ୍ତୁ କୌଣସି ପୋଷ୍ଟରେ ଲାଇକ ପାଇବା ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରାଯାଇଛି।

ଇନଷ୍ଟାଗ୍ରାମରେ ୧୦୦୦ ଲାଇକ ପାଇବାକୁ ଗ୍ରାହକଙ୍କୁ ୨୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ୨୦୦ ଲାଇକ ଫେସବୁକରେ ପାଇବା ପାଇଁ ୪୦୦ରୁ ୫୦୦ଟଙ୍କା ଦେବାକୁ ପଡୁଛି। ସେହିଭଳି ଏକ ହଜାର ଫେସବୁକ ସବସ୍କ୍ରାଇବର ପାଇ ଗ୍ରାହକଙ୍କୁ ୧୬୦୦ରୁ ୨୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସାଇବର ସିକ୍ୟୁରିଟି ଏକ୍ସପର୍ଟ ଜିତେନ ଜୈନଙ୍କ କହିବା ଅନୁଯାୟୀ, ଯେତେବେଳେ କାଶ୍ମୀରରେ ବୁରହାନ ୱାନିଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ପାକିସ୍ତାନର କିଛି ସଂସ୍ଥା ବୁରହାନର କିଛି ଫଟୋକୁ ଏହି ଉପାୟରେ ଭାରତରେ ଟ୍ରେଣ୍ଡ କରିବାକୁ ପ୍ରୟାସ କରିଥିଲେ।

publive-image

କେବଳ ପଇସା ଦେଇ ଲାଇକ କିମ୍ବା ରିଭ୍ୟୁ ନୁହେଁ ବରଂ ଅନ୍ୟ କାହା ବିରୋଧରେ ନେଗେଟିଭ କମେଣ୍ଟ ମଧ୍ୟ ଦେଇପାରିବେ। ଗୁଡଗାଓଁର ଏକ ମାର୍କେଟିଙ୍ଗ ଏଜେନ୍‌ସି ଚଳାଉଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗୋଟିଏ ସପ୍ତାହରେ ସେ ଏକ ଲକ୍ଷ ଲାଇକ ଦେଇପାରିବେ। ଏଥିପାଇଁ ଫେସବୁକର କିଛି ପେଡ ସର୍ଭିସକୁ ବ୍ୟବହାର କରିବାକୁ ପଡିବ। ଏହାଛଡା ନିଜସ୍ୱ ଜ୍ଞାନକୌଶଳ ମଧ୍ୟ ଆବଶ୍ୟକ। ଏଥିପାଇଁ ସାଇବର ଟେକ୍ନୋଲୋଜିରେ ଆପଣଙ୍କୁ ମାହିର ହେବାକୁ ପଡ଼ିବ।

ଅନଲାଇନ ସଂସ୍ଥା ଗୁଡିକ ବିଭିନ୍ନ ସଫଟୱେୟାର ମାଧ୍ୟମରେ ଗ୍ରାହକଙ୍କ ପୋଷ୍ଟକୁ ଫେସବୁକର ଅସଲି ୟୁଜରଙ୍କ ପୋଖରେ ପହଞ୍ଚାଇଥାନ୍ତି। ଯାହାଫଳରେ ଖୁବ୍‌ ଦିନ ମଧ୍ୟରେ କିଛି ପୋଷ୍ଟ ଚର୍ଚ୍ଚାର ପରିସରକୁ ଆସିଥାଏ। ଅନ୍ୟ କାହା ବିରୋଧରେ ନେଗେଟିଭ କ୍ୟାମ୍ପେନ କରିବା ପାଇଁ ଗ୍ରାହକଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe