ଲୋକଙ୍କୁ ପରଖିବା ଦୃଷ୍ଟିରେ ଦେଖିଲେ ତାଙ୍କୁ ଭଲପାଇବା ପାଇଁ ତୁମେ ସୁଯୋଗ ପାଇବ ନାହିଁ, ଜାଣନ୍ତୁ ଆଉ କ’ଣ ସବୁ କୁହନ୍ତି ମଦର ଟେ‌ରେସା

Advertisment
ଲୋକଙ୍କୁ ପରଖିବା ଦୃଷ୍ଟିରେ ଦେଖିଲେ ତାଙ୍କୁ ଭଲପାଇବା ପାଇଁ ତୁମେ ସୁଯୋଗ ପାଇବ ନାହିଁ, ଜାଣନ୍ତୁ ଆଉ କ’ଣ ସବୁ କୁହନ୍ତି ମଦର ଟେ‌ରେସା

slate.com

ସେବା ଶବ୍ଦ ପାଟିରେ ପଶିଲେ ସାମ୍ନାକୁ ଆସନ୍ତି ମଦର ଟେରସା। ମାନବ ‌ସେବାକୁ ନିଜର ଧର୍ମ ବୋଲି ଭାବୁଥିବା ଏହି ମହିୟସୀ ମହିଳାଙ୍କ ପଥରୁ ଆମେ ସମେସ୍ତ ଅନୁସରଣ କରିବା ଉଚିତ। ତେବେ ଚାଲନ୍ତୁ ଜାଣିବା ସେ କହି ଯାଇଥିବା କିଛି ଗୁରୁତ୍ବପୂର୍ଣ୍ଣ ବାଣୀ।

: କେତେକ ଲୋକ ଜୀବନରେ ଆଶୀର୍ବାଦ ହୋଇ ଆସନ୍ତି ତ ଆଉ କେତେକ ଲୋକ ଶିକ୍ଷା ହୋଇ ଆସନ୍ତି। ଯାହାଙ୍କ ଆସିବା ପରେ ଅନେକ କିଛି ଶିଖିବାକୁ ମିଳିଥାଏ।

: ମୁଁ ଏକା ତ ପୂରା ବିଶ୍ୱ ବଦଳାଇ ପାରିବି ନାହିଁ। ମାତ୍ର ମୁଁ ପାଣିକୁ ଟେକାଟିଏ ମାରି ସେଥିରେ କିଛି ସମୟ ପାଇଁ ତରଙ୍ଗ ନିଶ୍ଚୟ ସୃଷ୍ଟି କରିପାରିବି।

: ଠିକ୍‌ ହେବା ଅପେକ୍ଷା ଦୟାଳୁ ହେବା ବେଶି ଗୁରୁତ୍ୱପୂର୍ଣ୍ଣ।

: ଯଦି ତୁମେ ଶହେ ଲୋକଙ୍କୁ ଖୁଆଇ ପାରିବ ନାହିଁ, ତେବେ ଜଣଙ୍କୁ ଖୁଆଅ।

: ଆଶା ରଖନାହିଁ ଯେ ସବୁ ଠିକ୍‌ ଲୋକ ତୁମ ଜୀବନରେ ଆସିବେ ବରଂ ଆଶା ରଖ ଯେ ସେ ସମସ୍ତ ଲୋକଙ୍କୁ ତୁମେ ଠିକ୍‌ ବନେଇ ଦେଇପାରିବ।

publive-image

: ଶାନ୍ତିର ସୃଷ୍ଟି ହସରୁ।

: ଆମେ ସମସ୍ତେ ମହାନ କାର୍ଯ୍ୟ କରିପାରିବା ନାହିଁ। ମାତ୍ର ଆମେ ଚାହିଁଲେ ଛୋଟ କାମକୁ ମହାନତାର ସହ କରିପାରିବା।

: ଲୋକଙ୍କୁ ସେମାନଙ୍କ ଖରାପ ଗୁଣ ହିସାବରେ ବ୍ୟବହାର ଦେଖାଅ ନାହିଁ; ବରଂ ନିଜର ଭଲ ଗୁଣ ହିସାବରେ ଦେଖାଅ।

: ଯଦି ତୁମେ ଲୋକଙ୍କୁ ପରଖିବା ଆରମ୍ଭ କରିବ ତେବେ ତାଙ୍କୁ ଭଲପାଇବା ପାଇଁ ତୁମେ ସୁଯୋଗ ପାଇବ ନାହିଁ।

: କେବେ ଭାବନାହିଁ ଯେ ତୁମେ କେତେ ଦାନ କରିଛି; ବରଂ ଚିନ୍ତା କର କେତେ ସ୍ନେହର ସହ ଦାନ କରିପାରିଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe