Advertisment

ପୁଅର ମୃତ୍ୟୁ ପରେ ବାଇକକୁ ମାଟି ତଳେ ପୋତିଦେଲେ ପରିବାରଲୋକ

Advertisment
4b5e2a43-9867-4454-b50a-b64b369b48ae

ନୂଆଦିଲ୍ଲୀ: ଗୁଜୁରାଟର ଖେଡ଼ା ଜିଲ୍ଲାରେ ନଡ଼ିୟାଦରେ ଉତ୍ତରସଣ୍ଡା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁଅର ମୃତ୍ୟୁ ପରେ ବାପା ଓ ମା’ ସନ୍ତାନର ପ୍ରିୟ ଥିବା ବାଇକର ବି ଅନ୍ତିମ ସଂସ୍କାର କରି ଦେଇଥିବା୍ ଜଣାପଡ଼ିଛି।

ସୂଚନାଯୋଗ୍ୟ, ନଡ଼ିୟାଦରେ ଉତ୍ତରସଣ୍ଡା ଗ୍ରାମରେ ଇସାଇ ଅଞ୍ଚଳରେ ବସବାସ କରୁଥିବା କୃଷ୍ଣ ପରମାର ନାମକ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି। କୃଷ୍ଣ ଗତ ଗୁରୁବାର ତାଙ୍କ ପସନ୍ଦର ଗାଡ଼ି ରୟାଲ ଏନଫିଲ୍ଡ ଚଲାଇ ଯାଉଥିବା ବେଳେ ଏକ ଟ୍ରାକ୍ଟର  ସହି ଧକ୍କା ଖାଇ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ କୃଷ୍ଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁଇଦିନ ଧରି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।

ତୃତୀୟଦିନ କୃଷ୍ଣ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଚିକିତ୍ସା କରୁଥିବା ଡାକ୍ତର କୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ।
ପରିବାରଲୋକ ପୁଅକୁ ହରାଇବାର ଦୁଃଖକୁ ଛାତି ତଳେ ଜାବୁଡ଼ି ଧରି କୃଷ୍ଣଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।ଏହି ସମୟରେ ସେମାନେ କୃଷ୍ଣଙ୍କ ପ୍ରିୟର ବାଇକ ରୟାଲ ଏନଫିଲ୍ଡକୁ ବି ମାଟି ତଳେ ପୋତି ଦେଇଥିଲେ।

ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ଗ୍ରାମବାସୀ କହିଛନ୍ତି, ‘କୃଷ୍ଣର ପିଲାଟି ଦିନଠୁ ଗାଡ଼ି ପ୍ରତି ଖୁବ ଦୁର୍ବଳତା ଥିଲା। ବହୁତ କଷ୍ଟରେ ସେ ନିକଟରେ ରୟାଲ ଏନଫିଲ୍ଡ ବାଇକ କିଣିଥିଲା। ଏ ବାଇକ ଯେ ତାର ଜୀବନ ନେଇଯିବ ଏକଥା କେହି ଚିନ୍ତା ବି କରି ନଥିଲେ। ପରିବାରଲୋକ କୃଷ୍ଣର ମୃତ୍ୟୁ ପରେ ମୃତଦେହ ସହିତ ତାର ପ୍ରିୟର ରୟାଲ ଏନଫିଲ୍ଡ ଗାଡ଼ିକୁ ବି ମାଟି ତଳେ ପୋତି ଦେଇଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe