ନାଳପାଣିରେ ଲେମ୍ବୁ ସରବତ କରି ପିଇଲେ ଯୁବକ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବାପାଇଁ ନାଳପାଣିକୁ ଗ୍ଲାସରେ ଆଣି ସେଥିରେ ଲେମ୍ବୁ ଚିପୁଡ଼ି ପିଇଲେ ଯୁବକ। ଭିଡିଓ ଭାଇରାଲ ହେବାପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
ପନଦଦନ


ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକପ୍ରିୟ ହେବାପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟମାନ ଆପଣାଉଛନ୍ତି। ସମୟସମୟରେ ଲୋକମାନେ ଲୋକପ୍ରିୟ ହେବାପାଇଁ ନିଜ ଜୀବନକୁ ବିପଦରେ ପକାଇ ଦେଇଥାଆନ୍ତି। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଏହି ଭାଇରାଲ ଭିଡିଓକୁ ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ନାଳ ପାଣି ନିକଟରେ ବସିଛନ୍ତି। ପାଖରେ ଥିବା ଏକ ଥାଳିରେ କଟା ଲେମ୍ବୁ ଓ ଗ୍ଲାସ ରଖାଯାଇଛି। ବ୍ୟକ୍ତଜଣକ ନାଳ ପାଣିକୁ ଉକ୍ତ ଗ୍ଲାସରେ ଆଣି ସେଥିରେ ଲେମ୍ପୁ ଚିପୁଡ଼ି ସରବତ ପ୍ରସ୍ତୁତ କରି ତାହାକୁ ପିଉଛନ୍ତି।’

ସୋସିଆଲ ମିଡିଆ ବ୍ୟବହାରକାରୀ ଏଭଳି ଭିଡିଓ ଦେଖିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏଭଳି ଭିଡିଓ ପ୍ରସ୍ତୁତ କଲେ ଦିନେ ନା ଦିନେ ବ୍ୟକ୍ତିଙ୍କ ଭିଡିଓ ଆସିବା ବନ୍ଦ ହୋଇଯିବ। ଏଭଳି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ସମାଜକୁ ସେ କି ବାର୍ତ୍ତା ଦେବାକୁ ଚାହାନ୍ତି। ଏଭଳି ଭିଡିଓ ବ୍ୟାନ ପ୍ରତି ଦୃଷ୍ଟି ଦିଆଯାଉ।’ 

ତେବେ ସୋସିଆଲ ମିଡିଆରେ ସମୟସମୟରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। କିଏ ମଦ ନିଶାରେ ସାପକୁ କାମୁଡ଼ି ଖାଉଛି ତ ଆଉ କିଏ ବାଲିକୁ ଭାତ ଖାଇଲା ଭଳି ଖାଇ ଯାଉଛି। 

ସେହିପରି ରାସ୍ତାଘାଟମାନରେ ନିଜ ଜୀବନକୁ ବିପଦରେ ପକାଇ ଲୋକମାନେ ଷ୍ଟଣ୍ଟ କରି ଭିଡିଓ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏପରି ରେଳ ଧାର‌ଣାରେ ଲୋକେ ରିଲ କରୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣା ଅନେକଙ୍କ ଜୀବନ ବି ନେଇ ଯାଇଛି। ବାରମ୍ବାର ଏଭଳି ଭିଡିଓ ପ୍ରସ୍ତୁତ ନକରିବାକୁ ଲୋକଙ୍କୁ ସଚେତନ କରାଯାଉଥିଲେ ହେଁ କିଛିଲୋକ ଏହାକୁ ଅବହେଳା କରି ବିପଦପୂର୍ଣ୍ଣ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି। 

ଅଧିକପଢ଼ନ୍ତୁ:ମହିଳାଙ୍କ ପାଇଁ ପରସ୍ପର ସହ ପିଟି ହେଲା ‌କେରଳ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳାର ୬ଟି କାର୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe