ସର୍ବକନିଷ୍ଠ ଭିଡିଓଗେମ୍‌ ଡେଭଲପର୍ : ବୟସ ମାତ୍ର ୬ ବର୍ଷ ୩୩୫ ଦିନ

Advertisment
ସର୍ବକନିଷ୍ଠ ଭିଡିଓଗେମ୍‌ ଡେଭଲପର୍ : ବୟସ ମାତ୍ର ୬ ବର୍ଷ ୩୩୫ ଦିନ

ବୟସ ମାତ୍ର ୭ ବର୍ଷ। ଯେଉଁ ବୟସରେ ପିଲାମାନେ ଠିକ୍‌ରେ କମ୍ପ୍ୟୁଟର କି’ବୋର୍ଡ ଉପରେ ଆଙ୍ଗୁଠି ରଖି ପାରନ୍ତିନି, ସେଇ ବୟସରେ କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବିମସଭାଇଲ୍‌ରେ ରହୁଥିବା ସିମର ଖୁରାନା ନାମକ ଜଣେ ଝିଅ ସର୍ବକନିଷ୍ଠ (୬ ବର୍ଷ ୩୩୫ ଦିନ) ଭିଡିଓଗେମ୍‌ ଡେଭଲପର୍‌ ଭାବେ ଗିନିସ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି। ପିତା ପାରସ ଖୁରାନାଙ୍କ କହିବାନୁଯାୟୀ, ଏଲ୍‌କେଜିରେ ପଢୁଥିଲା ବେଳେ ସିମର ତୃତୀୟ ଶ୍ରେଣୀର ଅଙ୍କ କଷିଦେଉଥିଲେ। ହାତପାଆନ୍ତାରେ ଯାହା ବି ମିଳୁଥିଲା ସେଥିରେ ସେ କିଛି ଖେଳନା ହେଉ କି ଅନ୍ୟ କାରିଗରି କରି ଦେଖାଉଥିଲେ। ତେଣୁ କୋଡିଂରେ ସିମର ସ୍ବାଭାବିକ ଭାବେ ଉତ୍କର୍ଷ ହାସଲ କରିପାରିବ ବୋଲି ଆଶା ରଖି ସେ ଝିଅକୁ କୋଡିଂ ଶିଖାଇବାକୁ ମନସ୍ଥ କରିଥିଲେ। ମାତ୍ର ସେଥିପାଇଁ ଉନ୍ନତ ପଢ଼ାପଢ଼ି ଓ ଲେଖାଲେଖିର ଆବଶ୍ୟକତା ଥିବାରୁ ସିମରଙ୍କ ବୟସକୁ ଦୃଷ୍ଟିରେ ରଖି କୌଣସି କୋଡିଂ ଅନୁଷ୍ଠାନ ତାଙ୍କୁ ଗ୍ରହଣ କରିବା ପାଇଁ ରାଜି ହୋଇନଥିଲେ।

ତେବେ ସୌଭାଗ୍ୟକୁ ଭାରତର ଏକ ସଂସ୍ଥା ଅନ୍‌ଲାଇନ୍‌ରେ କୋଡିଂ ଶିକ୍ଷା ଦେବାକୁ ରାଜି ହୋଇଥିଲେ। ସିମର ଦିନକୁ ଦୁଇରୁ ତିନି ଘଣ୍ଟା ଅଭ୍ୟାସ କରି ‘ହେଲ୍‌ଦି ଫୁଡ୍‌ ଚ୍ୟାଲେଞ୍ଜ’ ନାମରେ ଏକ ଭିଡିଓ ଗେମ୍‌ ପ୍ରସ୍ତୁତ କରିପାରିଛନ୍ତି। ସ୍ବାସ୍ଥ୍ୟକର ଓ ଅସ୍ବାସ୍ଥ୍ୟକର ଖାଦ୍ୟ ସମ୍ପର୍କରେ ତାଙ୍କ ଫାମିଲି ଡାକ୍ତର ଦେଇଥିବା ପରାମର୍ଶକୁ ଭିତ୍ତି କରି ସେ ଏହି ଗେମ୍‌ର ପରିକଳ୍ପନା କରିଛନ୍ତି। ଏଥିରେ ସେ ନିଜ ବୟସର ପିଲାମାନଙ୍କୁ ଚଟପଟି ଖାଦ୍ୟର କୁପ୍ରଭାବ ଓ ପିଲାବେଳୁ ସନ୍ତୁଳିତ ଖାଦ୍ୟ ଖାଇବାର ଉପକାରିତା ସଂପର୍କରେ ଅବଗତ କରାଇପାରିଛନ୍ତି। ତାଙ୍କର ‘ସିମର୍ସ  ୱର୍ଲଡ୍‌’ ନାମରେ ଏକ ୟୁଟ୍ୟୁବ୍‌ ଚାନେଲ ରହିଛି ଯାହା ସାହାଯ୍ୟରେ ସେ ଅନ୍ୟ ପିଲାମାନଙ୍କ ସହ ଯୋଗସୂତ୍ର ରଖିବା ସହ ଭିଡିଓ ଗେମ୍‌ ସଂପର୍କରେ ନିଜର ବିଚାର ବାଣ୍ଟ ପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe