ବେଙ୍ଗାଲୁରୁ: ବଡ଼ ସହର, ଶୂନଶାନ ରାତି । ଘଣ୍ଟା କଣ୍ଟାରେ ଠିକ୍ ରାତି ୧୨ଟା । ଛାତିରେ ଛାତିଏ ଛନକା, ମନରେ ପ୍ରବଳ ଡର । ଝିଅଟିଏ ଏତେ ରାତିରେ ଘରକୁ ଫେରିବ କେମିତି ? ଆଜିକାଲି ସମୟ ଭଲନାହିଁ, ରାତି କଥା- କାହାକୁ ବିଶ୍ବାସ କରିହେବନି। ତଥାପି ଡରିମରି, ଈଶ୍ବରଙ୍କୁ ମୁଣ୍ଡିଆ ମାରି ରାପିଡୋ ବୁକ୍ କଲେ ଯୁବତୀ । ଅଟୋ ଆସିଲା… ଓଟିପି ଦେଲେ, ଆଉ ଆଖିବୁଜି ଗାଡ଼ି ଭିତରେ ଦୁମ୍ କିନା ବସିଗଲେ ଯୁବତୀ । କାରଣ ତାଙ୍କୁ ଘରକୁ ଫେରିବାର ଥିଲା, ମଧ୍ୟରାତ୍ରୀରେ ସେହି ଅଟୋ ହିଁ ଏକମାତ୍ର ମାଧ୍ଯମ ଥିଲା…
This video, shared by littlebengalurustories on IG, is a quiet reminder that acts of kindness still exist — often when we need them most.
— The Better India (@thebetterindia) December 19, 2025
Late at night in Bengaluru, a woman got into a Rapido auto, uneasy and tired.
Then she saw it — a small handwritten note behind the driver’s… pic.twitter.com/j0BXHyIwoz
ଆହୁରି ପଢନ୍ତୁ- Sri Rama Devotee: ଶୀତକୁ ନାହିଁ ଖାତିର… ସାଇକେଲରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ବାହାରିଛନ୍ତି ରାମଭକ୍ତ ସୁନାଧର ଖୋରା
ଅଟୋ ଚାଳକଙ୍କୁ ଶହେ ସଲାମ୍
ରାତିର ଛାତି ଚିରି ବେଙ୍ଗାଲୋର ସଡ଼କ ଉପରେ ଅଟୋ ଯେତେବେଳେ ଆଗେଇ ଚାଲିଥିଲା ଆଉ ଠିକ୍ ସେତିକି ବେଳେ ଯୁବତୀଙ୍କ ନଜର ପଡିଥିଲା ଏକ ଲେଖା ଉପରେ । ଅଟୋ ଡ୍ରାଇଭରଙ୍କ ସିଟ୍ ପଛରେ ଲେଖାଯାଇଥିବା ଦୁଇ ଧାଡି ଯୁବତୀଙ୍କୁ ଦେଇଥିଲା ଦମ୍ଭ । ଅଧ ରାତିରେ ଅଟୋ ଭିତରୁ ଉଭେଇଯାଇଥିଲା ଯୁବତୀଙ୍କ ମନରୁ ଭୟ । ନାରୀ ସୁରକ୍ଷା ନେଇ ଅଟୋ ଚାଳକଙ୍କ ଉଦ୍ୟମ ଦେଖି ଛଳଛଳ ହୋଇଥିଲେ ଯୁବତୀ । ସାଙ୍ଗେସାଙ୍ଗେ ମୋବାଇଲ କ୍ୟାମେରା ଅନ୍ କରି ସାରା ଦୁନିଆକୁ ଉକ୍ତ ଅଟୋ ଡ୍ରାଇଭରଙ୍କ ବଡ଼ପଣ ଦେଖାଇଥିଲେ । ଅଟୋରେ ଲେଖାଥିଲା- ମୁଁ ତୁମ ବାପା ଓ ଭାଇ ଭଳି… ତୁମ ସୁରକ୍ଷା ମୋର ପ୍ରାଥମିକତା… ଆରାମରେ ବସ୍, ଚିନ୍ତା କରନି… ଦୁମ ଦାୟିତ୍ବ ମୋର…
ଆହୁରି ପଢନ୍ତୁ- Dead: ଦାଦନ ଖଟିବାକୁ ଯାଇ ୨ବର୍ଷ ଭିତରେ ଆଗପଛ ହୋଇ ଜୀବନ ହାରିଲେ ୨ଭାଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/19/auto-driver-2025-12-19-22-03-01.jpg)