ପ୍ରଥମ ପତ୍ନୀ ଓ ଯାଆଁଳା ପିଲାଙ୍କୁ ଧରି ହସ୍ପିଟାଲ୍‌ରୁ ଫେରିଲେ ୟୁଟ୍ୟୁବର୍‌: ଘରକୁ ଜବରଦସ୍ତ ଢଙ୍ଗରେ ସଜେଇଥିଲେ ଦ୍ବିତୀୟ ପତ୍ନୀ କୃର୍ତ୍ତିକା

ପ୍ରଥମ ପତ୍ନୀ ଓ ଯାଆଁଳା ପିଲାଙ୍କୁ ଧରି ହସ୍ପିଟାଲ୍‌ରୁ ଫେରିଲେ ୟୁଟ୍ୟୁବର୍‌: ଘରକୁ ଜବରଦସ୍ତ ଢଙ୍ଗରେ ସଜେଇଥିଲେ ଦ୍ବିତୀୟ ପତ୍ନୀ କୃର୍ତ୍ତିକା

ମୁମ୍ବାଇ: ୟୁଟ୍ୟୁବର୍‌ ଅର୍ମାନ ମଲ୍ଲିକ ଖୁବ୍‌ ଲୋକପ୍ରିୟ। ଅର୍ମାନ ବି‌ଶେଷ ଭାବେ ତାଙ୍କ ୨ ଜଣ ପତ୍ନୀ ପାୟଲ୍‌ ମଲ୍ଲିକ ଓ କୃର୍ତ୍ତିକା ମଲ୍ଲିକଙ୍କୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଆପଣ ଜାଣିଥିବେ ଯେ ଅର୍ମାନଙ୍କ ୨ ଜଣ ଯାକ ପତ୍ନୀ ଗର୍ଭବତୀ ଥିଲେ। ପ୍ରଥମେ ତାଙ୍କ ଦ୍ବିତୀୟ ପତ୍ନୀ ପୁଅ ଜୈଦ୍‌କୁ ଜନ୍ମ ଦେଇଥିବା ବେଳେ ପ୍ରଥମ ପତ୍ନୀ ପାୟଲ୍‌ ବି ନିକଟରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଛନ୍ତି।

ଅର୍ମାନ ଏବେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ତାଙ୍କର ଯାଆଁଳା ପିଲା ଓ ପତ୍ନୀ ପାୟଲଙ୍କୁ ନେଇ ଘରକୁ ଫେରିଛନ୍ତି। ଯାଆଁଳା ପିଲା ଘରକୁ ଆସିବା ବେଳେ କୃର୍ତ୍ତିକା ସେମାନଙ୍କର ଜୋର୍‌ଦାର୍‌ ସ୍ବାଗତମ୍‌ କରିଛନ୍ତି।

ଅର୍ମାନଙ୍କ ଘର ଏବେ ଖସି ଖୁସିରେ ଭରିଯାଉଛି। ମାତ୍ର ଗୋଟାଏ ମାସ ମଧ୍ୟରେ ତାଙ୍କ ଘରେ ୩ଟି ପିଲାଙ୍କ କାନ୍ଦ ସ୍ବର ଶୁଭୁଛି। ତେବେ ଅର୍ମାନଙ୍କ ପ୍ରଥମ ପତ୍ନୀ ପାୟଲ୍‌ ଏକ ପୁଅ ଓ ଏକ ଝିଅକୁ ଜନ୍ମ ଦେଇଛନ୍ତି। ସେ ପୁଅର ନାମ ଆୟାନ୍‌ ମଲ୍ଲିକ ରଖିଥିବା‌ ବେଳେ ଝିଅର ନାମ ତୁବା ମଲ୍ଲିକ ରଖିଛନ୍ତି।

ତେବେ ପ‌ାୟଲ୍‌ ଯାଆ‌ଁଳା ପିଲାଙ୍କୁ ନେଇ ଘରକୁ ଆସୁଥିବା ବେଳେ କୃର୍ତ୍ତିକା ପୂରା ଘରକୁ ବେଲୁନ୍‌‌ରେ ସଜେଇଥିଲେ। କେବଳ ସେତିକି ନୁହେଁ, କୃର୍ତ୍ତିକା ପାୟଲଙ୍କୁ ଆଣିବାକୁ ହସ୍ପିଟାଲ୍‌ ବି ଯାଇଥିଲେ। ଘରର ସାଜସଜା ଓ ସୁସ୍ବାଗତ ଦେଖି ପାୟଲ୍‌ ଖୁବ୍ ଖୁସି ହୋଇ ଯାଇଥିଲେ। ଜାଣିରଖନ୍ତୁ ଯେ ପାୟଲ୍‌ଙ୍କ ପୂର୍ବରୁ କୃର୍ତ୍ତିକା ଅର୍ମାନଙ୍କ ପୁଅକୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe